ETV Bharat / state

ସହରରେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା, ଡେଙ୍ଗୁ ଆଶଙ୍କାରେ ପୁରୀବାସୀ - puri district administration

ରାଜଧାନୀ ପରେ ଏବେ ପର୍ଯ୍ୟଟନ ସହର ପୁରୀରେ ଡେଙ୍ଗୁ ଚିନ୍ତା । ମୁକୁଳା ପଡିଛି ଡ୍ରେନ । ଭୁଶୁଡିଲାଣି ପରିମଳ ବ୍ୟବସ୍ଥା । ଅଧିକ ପଢନ୍ତୁ...

ସହରରେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା, ଡେଙ୍ଗୁ ଆଶଙ୍କାରେ ପୁରୀବାସୀ

author img

By

Published : Aug 4, 2021, 4:42 PM IST

ପୁରୀ: ରାଜଧାନୀ ଭୁବନେଶ୍ବରରେ ଡ଼େଙ୍ଗୁ ଆତଙ୍କ ଖେଳାଇଥିବାବେଳେ ଏବେ ଭୟରେ ପୁରୀ ସହରବାସୀ। ସହରର ବିଭିନ୍ନ ଗଳିକନ୍ଦିରେ ଥିବା ନାଳନର୍ଦ୍ଦମା ସଠିକ୍ ଭାବେ ସଫା ନ ହେବା, ମଶା ତେଲ ସହ ଧୂଆଁ ବ୍ୟବହାର ନ ହେବା ସହ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ଆଦି କାରଣ ପାଇଁ ମଶାଙ୍କ ଉତ୍ପାତରେ ଅତିଷ୍ଠ ସହରବାସୀଙ୍କୁ ଏବେ ଡେଙ୍ଗୁ ଭୟ ଘାରିବାରେ ଲାଗିଛି ।

ସହରରେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା, ଡେଙ୍ଗୁ ଆଶଙ୍କାରେ ପୁରୀବାସୀ

ସହରରେ ପରିମଳ ସେବା ନାଁରେ ପୌରପାଳିକା ପକ୍ଷରୁ ଜନସାଧାରଣଙ୍କ ଠାରୁ କୋଟିକୋଟି ଟଙ୍କା ଟିକସ ଆଦାୟ କରାଯାଉଛି। କିନ୍ତୁ ଆଦାୟ ଟିକସ ଅର୍ଥ କେଉଁ କ୍ଷେତ୍ରରେ ବିନିଯୋଗ ହେଉଛି ସେନେଇ ବୁଦ୍ଧିଜୀବୀମାନେ ପ୍ରଶ୍ନ ଉଠାଇଛନ୍ତି । ଯଦି ପୌରପାଳିକା ଏ ଦିଗରେ ତୁରନ୍ତ ପଦକ୍ଷେପ ନନିଏ, ତେବେ ପରିସ୍ଥିତି ଅଣାୟତ ହୋଇପଡିବା ନେଇ ଆଶଙ୍କା ମଧ୍ୟ ପ୍ରକାଶ ପାଇଛି । ପୌରପାଳିକାର ସୁପରିଚାଳନା ପାଇଁ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ପୌର ନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତ କରାଯାଇଥିଲେ ମଧ୍ୟ ଏହି ଅଧିକାରୀ ଏବେ କେଉଁଠି ଅଛନ୍ତି ସେନେଇ ଜନସାଧାରଣ ପ୍ରଶ୍ନ ଉଠାଇଛନ୍ତି।

ସହରରେ ଥିବା ଅନେକ ଡ଼୍ରେନର ଚିତ୍ର ଅବ୍ୟବସ୍ଥାକୁ ପ୍ରମାଣିତ କରି ଦେଇଥିବାବେଳେ, ପରିସ୍ଥିତି ଆମ ନିୟନ୍ତ୍ରଣରେ ଅଛି ବୋଲି ଜିଲ୍ଲାପାଳ କହୁଛନ୍ତି। ବିଭିନ୍ନ ଓ୍ବାର୍ଡ଼ରେ ମଶା ଧୂଆଁ ଦିଆଯାଉଥିବାବେଳେ ସଂକ୍ରମଣ ଆଶଙ୍କା ଥିବା ସମ୍ବେଦନଶୀଳ ସ୍ଥାନଗୁଡିକରେ ବିଶେଷ ଦୃଷ୍ଟି ଦିଆଯାଉଛି । ଡ଼୍ରେନେଜ୍ ବ୍ୟବସ୍ଥାକୁ ସୁଧାରିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଚାଲୁ ରହିଥିବା ଜିଲ୍ଲାପାଳ କହିଛନ୍ତି।

ସହରକୁ ସ୍ବଚ୍ଛ ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ‘ପବିତ୍ର ପୁରୀ, ଗର୍ବ ଆମରି’ ନାରା ଦିଆଯାଉ ଥିବାବେଳେ ସହରରେ ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡି ପଡିଥିବା ସ୍ପଷ୍ଟ ଦୃଶ୍ୟମାନ ହେଉଛି । ଏପରି ସ୍ଥଳେ ଡେଙ୍ଗୁ ସଂକ୍ରମଣ ଆଶଙ୍କା ବଢିବାରେ ଲାଗିଥିବାବେଳେ ପ୍ରଶାସନ କେବେ ତତ୍ପରତା ଦେଖାଉଛି, ତାକୁ ଅପେକ୍ଷା ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.