ETV Bharat / state

ବାଲୁକାକୃତୀରେ ବ୍ୟାଡମିଣ୍ଟନ କ୍ବିନଙ୍କୁ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ - ପୁରୀ ବେଳାଭୂମି

ବ୍ୟାଡମିଣ୍ଟନ ଚାମ୍ପିୟନସିପରେ ସ୍ବର୍ଣ୍ଣ ଜିତି ଇତିହାସ ରଚିବା ପରେ ଶୁଭେଚ୍ଛାର ସୁଅ ଛୁଟୁଛି ପିଭି ସିନ୍ଧୁଙ୍କ ପାଖକୁ। ତେବେ ତାଙ୍କର ସଫଳତା ପାଇଁ ପୁରୀ ବେଳାଭୂମିରେ ବାଲୁକାକଳା କରି ଅଭିନନ୍ଦନ ଜଣାଇଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।

ଫଟୋ ସୌଜନ୍ୟ: ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : Aug 27, 2019, 4:27 AM IST

ଭୁବନେଶ୍ବର: ବାଲୁକା କଳାରେ ବ୍ୟାଡମିଣ୍ଟନ ଷ୍ଟାରଙ୍କୁ ଶୁଭେଚ୍ଛା । ପ୍ରଥମ ଭାରତୀୟ ଭାବେ ବିଶ୍ବ ବ୍ୟାଡମିଣ୍ଟନ ଚାମ୍ପିୟନସିପରେ ଦେଶ ପାଇଁ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଭାରତର ଷ୍ଟାର ମହିଳା ଶଟଲର ପିଭି ସିନ୍ଧୁ। ଏଥିପାଇଁ ତାଙ୍କୁ ଚାରିଆଡୁ ଶୁଭେଚ୍ଛା ଛୁଟିବାରେ ଲାଗିଥିବାବେଳେ ନିଜ ବାଲୁକାକୃତିରେ ଶୁଭେଚ୍ଛା ଜଣାଇଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।

ପୁରୀ ବେଳାଭୂମିରେ ନିଜର ସୁନ୍ଦର ବାଲୁକା କଳା ପ୍ରଦର୍ଶନ କରି ପିଭି ସିନ୍ଧୁଙ୍କୁ ଶୁଭକାମନା ଜଣାଇଛନ୍ତି । ପୂର୍ବରୁ ଦୁଇଥର ଫାଇନାଲରେ ପରାସ୍ତ ହୋଇଥିବା ସିନ୍ଧୁ ତୃତୀୟ ଥର ପାଇଁ BWF ବିଶ୍ବ ବ୍ୟାଡମିଣ୍ଟନ ଚାମ୍ପିୟନସିପର ଫାଇନାଲରେ ପ୍ରବେଶ କରିଥିଲେ । ଯେଉଁଠି ସେ ଜାପାନର ନିଜୋମି ଓକୁହାରାଙ୍କୁ ପରାସ୍ତ କରି ଏହି ଟାଇଟଲ ହାତେଇ ନେଇଥିଲେ ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

Intro:Body:

My SandArt at Puri beach with message Congrats #Badminton Queen

@Pvsindhu1

for winning the #BWFWorldChampionships2019 and scripting history.

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.