ପୁରୀ: ଆଜି ସହିଦ ଭଗତ ସିଂହଙ୍କ ଜନ୍ମତିଥି । ଏହି ଅବସରରେ ପୁରୀ ବେଳାଭୂମି ଲାଇଟ ହାଉସ ନିକଟରେ ଭଗତ ସିଂହଙ୍କ ବାଲିର ପ୍ରତିମୂର୍ତ୍ତି ଦେଖିବାକୁ ମିଳିଛି । ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀ ଲାଇଟ ହାଉସ ବେଳାଭୂମି ନିକଟରେ ଭଗତ ସିଂହଙ୍କ ବାଲିର ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି ।
ଚଣ୍ଡିଗଡ ବିମାନବନ୍ଦର ସହିଦ ଭଗତ ସିଂହଙ୍କ ନାମରେ ନାମିତ କରାଯାଉଛି । ସେହି ଅବସରେ ପୁରୀ ବେଳାଭୂମିରେ 20 ଫୁଟ ଓସାର ବିଶିଷ୍ଟ ସହିଦ ଭଗତ ସିଂହଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ । ବାଲିର ଏହି ପ୍ରତିମୂର୍ତ୍ତି ପ୍ରସ୍ତୁତ କରିବାକୁ ମାନସ ସାହୁଙ୍କୁ 10 ଘଣ୍ଟା ସମୟ ଲାଗିଥିଲା । ଏଥିରେ ସେ "A Tribute to Saheed Bhagat Singh" ବାର୍ତ୍ତା ଦେଇଛନ୍ତି । ସେ ଏହି ଆର୍ଟକୁ ଇଣ୍ଡିଆନ ଆର୍ମିଙ୍କୁ ଉତ୍ସର୍ଗ କରିଛନ୍ତି । ଏଥିରେ "Salute to the Soldiers of Indian Army" ବାର୍ତ୍ତା ରହିଛି ।
ଇଟିଭି ଭାରତ, ପୁରୀ