ପୁରୀ: ଆଜି ବିଶ୍ବ ଯୋଗ ଦିବସ । ଏହି ଅବସରରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି।
ଏହି ବାଲୁକା କଳାରେ ଯୋଗ କରିବା ଦ୍ବାରା ଆମେ ସମସ୍ତେ ସୁସ୍ଥ ରହିବା ସହିତ କୋରୋନାରୁ ମୁକ୍ତି ପାଇପାରିବା ବାର୍ତ୍ତା ଦେଇଛନ୍ତି ସେ। ଏହି ବାଲୁକା କଳାକୁ ନିର୍ମାଣ କରିବା ପାଇଁ ମାନସଙ୍କୁ ୭ ଘଣ୍ଟା ସମୟ ଲାଗିଥିଲା । ଏହି ବାଲୁକା କଳାଟି ୧୫ ଫୁଟ ଓସାର ବିଶିଷ୍ଟ ଏବଂ ଏଥିରେ ୧୫ ଟନ୍ ବାଲି ଉପଯୋଗ କରାଯାଇଛି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ