ETV Bharat / state

ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଛାତ ଭୁଶୁଡ଼ିବା ଘଟଣା, ନିମ୍ନମାନର କାମ ଅଭିଯୋଗ - ପଞ୍ଚାୟତ ଛାତ ଭୁଶୁଡିବା ଘଟଣା ପୁରୀ

ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକରେ ପଞ୍ଜାୟତ ଘର ଛାତ ଭୁଶୁଡିବା ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ପ୍ରତିଶ୍ରୁତି ଦେଲେ ବିଡିଓ । ଅଧିକ ପଢନ୍ତୁ....

ପଞ୍ଚାୟତ କଯ୍ୟାଳୟ ପରିସରରେ ଛାତ ଭୁଶୁଡ଼ିବା ଘଟଣା, ନିମ୍ନମାନର କାମ ଅଭିଯୋଗ

author img

By

Published : Apr 13, 2021, 8:42 PM IST

Updated : Apr 13, 2021, 9:05 PM IST

ବ୍ରହ୍ମଗିରି: ପଞ୍ଚାୟତ ଛାତ ଭୁଶୁଡିବା ଘଟଣାରେ ଦୋଷୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଡିଓଙ୍କ ସୂଚନା । ତେବେ ଗୃହ ନିର୍ମାଣ କାର୍ଯ୍ୟରେ ନିମ୍ନମାନର ସିମେଣ୍ଟ ବ୍ୟବହାର ହୋଇଥିବା ନେଇ ସ୍ଥାନୀୟ ଲୋକଙ୍କ ଅଭିଯୋଗ ।

ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଛାତ ଭୁଶୁଡ଼ିବା ଘଟଣା, ନିମ୍ନମାନର କାମ ଅଭିଯୋଗ

ସୂଚନା ଅନୁଯାୟୀ ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ଅଧିନ ମଣପଡ଼ା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଗତକାଲି(ସୋମବାର) ଅପରାହ୍ନରେ ଏକ ନୂତନ ଘରର ଛାତ ପଡିଥିଲା । ମାତ୍ର ସନ୍ଧ୍ୟା 7ଟା ସମୟରେ ଘରର ଛାତ ସମ୍ପୂର୍ଣ୍ଣ ଭୁଶୁଡି ପଡିଥିଲା । ଏଥିରେ 2ଜଣ ଶ୍ରମିକ ଛାତ ତଳେ ଚାପି ହୋଇ ରହିଯାଇଥିଲେ । ସୌଭାଗ୍ୟବଶତଃ ତାଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ମଣପଡା ପଞ୍ଚାୟତର କିଛି ଲୋକେ ଏନେଇ ଘର କାମରେ ନିମ୍ନମାନର ସିମେଣ୍ଟ ଓ ଛଡ଼ ବ୍ୟବହାର ହୋଇଥିବା ନେଇ ଅଭିଯୋଗ ହେବା ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ଅନ୍ୟପଟେ ଛାତ ଭୁଶୁଡିବା ଘଟଣାକୁ ପଞ୍ଚାୟତ ଦାୟିତ୍ୱରେ ଥିବା ଜେଇ ରଜନିକାନ୍ତ ମାଝି ଏହାକୁ ସ୍ବିକାର କରି ଥିବାବେଳେ ତାଙ୍କ ଅଜ୍ଞାତରେ ଏହି କାର୍ଯ୍ୟ ହେଉଥିଲା ଏବଂ ଏଥିପାଇଁ 5 ଲକ୍ଷ ବ୍ୟୟ ବରାଦ ହୋଇଥିବା ସୂଚନା ଦେଇଛନ୍ତି । ସେପଟେ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠିନ ଗ୍ରହଣ କରାଯିବ ବୋଲି ବିଡ଼ିଓ ଜ୍ୟୋତି ପ୍ରକାଶ ସେଠୀ କହିଛନ୍ତି ।

ବ୍ରହ୍ମଗୁରୁରୁ ଦେବାଶିଷ ଦାସ, ଇଟିଭି ଭାରତ

Last Updated : Apr 13, 2021, 9:05 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.