ETV Bharat / state

ପୁରୀରେ ସଂସଦୀୟ କ୍ଷେତ୍ର କମିଟି ବୈଠକ: ସଡକ ସୁରକ୍ଷା ସଚେତନତା ଉପରେ ଫୋକସ୍‌ - ପୀନାକି ମିଶ୍ର

ପୁରୀ ଜିଲ୍ଲାରେ ସାଂସଦ ପିନାକୀ ମିଶ୍ରଙ୍କ ଅଧକ୍ଷତାରେ ସଡକ ସୁରକ୍ଷା ସଂପର୍କିତ କ୍ଷେତ୍ର କମିଟି ବୈଠକ ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ...

ସଡକ ସୁରକ୍ଷା ସଂପର୍କିତ ବୈଠକ
ସଡକ ସୁରକ୍ଷା ସଂପର୍କିତ ବୈଠକ
author img

By

Published : Mar 7, 2021, 11:17 AM IST

ପୁରୀ: ଜିଲ୍ଲାରେ ସଡକ ସୁରକ୍ଷା ସଂପର୍କିତ କ୍ଷେତ୍ର କମିଟି ବୈଠକ ଅନୁଷ୍ଠିତ ହୋଇଛି । ପୁରୀ ସାଂସଦ ପିନାକୀ ମିଶ୍ରଙ୍କ ଅଧକ୍ଷତାରେ ସ୍ଥାନୀୟ ସ୍ବତନ୍ତ୍ର ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷରେ ବୈଠକ ଅନୁଷ୍ଠିତ ହୋଇଛି ।

ସଡକ ସୁରକ୍ଷା ସଂପର୍କିତ ସଂସଦୀୟ କ୍ଷେତ୍ର କମିଟି ବୈଠକ

ସଡକ ସୁରକ୍ଷା ସଂପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବା ସହ ଆବଶ୍ୟକୀୟ ଯାଞ୍ଚ କରିବା ଉପରେ ବୈଠକରେ ଆଲୋଚନା ହୋଇଛି । ଏହା ସହିତ ବୈଠକରେ କାଠପୋଲ ମରାମତି, ଜାତୀୟ ରାଜପଥ- ୩୧୬ରେ ଜବରଦଖଲ ଉଚ୍ଛେଦ ସହ ଅନଧିକୃତ ଭାବେ ଥିବା ୪୦ଟି ମେଡିୟାନକୁ ହଟେଇବା, ରାସ୍ତା ମରାମତି, ଦୁର୍ଘଟଣା ପ୍ରବଣ ସ୍ଥାନ ଚିହ୍ନଟ, ସଡକ ଉପରକୁ ବୁଲା ଗାଈଗୋରୁଙ୍କ ପ୍ରବେଶ ରୋକିବା ନିମନ୍ତେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ସତ୍ୟବାଦୀ, ସାତଶଙ୍ଖ, ପଟ୍ଟନାୟିକିଆ ଛକ, ମାଳତୀପାଟପୁର ଓ ହରେକୃଷ୍ଣପୁର ଠାରେ ଆଲୋକୀକରଣ ବ୍ୟବସ୍ଥା କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।

ପୋଲିସ ପକ୍ଷରୁ ପୁରୀ- ଭୁବନେଶ୍ବର ଜାତୀୟ ରାଜପଥରେ ୧୫ଟି ଦୁର୍ଘଟଣା ପ୍ରବଣ ସ୍ଥାନ ଚିହ୍ନଟ କରାଯାଇଛି । ସେଥି ମଧ୍ୟରୁ ପିପିଲି ଥାନା ଅଧିନରେ ୬ଟି, ସତ୍ୟବାଦୀ ଥାନା ଅଧିନରେ ୪ଟି, ଚନ୍ଦନପୁର ଥାନାର ୨ଟି ସ୍ଥାନ ରହିଛି । ଗତବର୍ଷ ପୋଲିସ ପକ୍ଷରୁ ମଦ୍ୟପାନ କରି ଗାଡି ଚାଳନା କରିବା ମାମଲାରେ ୨୪ ଶହ ୨୪ ଜଣଙ୍କ ଠାରୁ ପ୍ରାୟ ୩୨ ଲକ୍ଷ ୪୨ ହଜାର ଟଙ୍କା ଆଦାୟ କରାଯାଇଛି ।

ଗତ ଦୁଇ ମାସ ମଧ୍ୟରେ ନିୟମ ଉଲ୍ଲଘଂନ ମାମଲାରେ ୮୯ ଜଣଙ୍କ ଡିଏଲ୍ ବାତିଲ କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଆଞ୍ଚଳିକ ପରିବହନ ଅଧିକାରୀ ସମୀର କୁମାର ଦଳାଇ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ପ୍ରକଳ୍ପ ନିର୍ଦ୍ଦେଶକ ଡି.କେ ସିଂ, ପୌରସଂସ୍ଥା ନିର୍ବାହୀ ଅଧିକାରୀ ବିଜୟ କୁମାର ଦାଶ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ବଡଜେନା, ବସ ଓ ଟ୍ରକ ମାଲିକ ସଂଘର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.