ETV Bharat / state

MahaShivratri: ଚିତ୍ରଶିଳ୍ପୀ ଆୟୁଷଙ୍କ ନିଆରା ଶୁଭେଚ୍ଛା, ୭ ମିନିଟରେ ମହାଦେବଙ୍କ ରିଭର୍ସ ପେଣ୍ଟିଂ - ଆୟୁଷ ମହାପାତ୍ର

ପବିତ୍ର ମହାଶିବରାତ୍ରି ଅବସରରେ ଓଡ଼ିଶାର ରିଭର୍ସ ସ୍ପିଡ ପେଣ୍ଟର ମହାଦେବଙ୍କ ଏକ ସୁନ୍ଦର ଚିତ୍ର ଆଙ୍କିଛନ୍ତି । ମାତ୍ର ୭ମିନିଟରେ ଏହି ଚିତ୍ର ଆଙ୍କି ସେ ରାଜ୍ୟବାସୀଙ୍କୁ ମହାଶିବରାତ୍ରିର ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ

Reverse painting
Reverse painting
author img

By

Published : Feb 18, 2023, 4:23 PM IST

MahaShivratri: ଚିତ୍ରଶିଳ୍ପୀ ଆୟୁଷଙ୍କ ନିଆରା ଶୁଭେଚ୍ଛା, ୭ମିନିଟରେ ଆଙ୍କିଲେ ମହାଦେବଙ୍କ ରିଭର୍ସ ପେଣ୍ଟିଂ

ପୁରୀ: ଆଜି ମହାଶିବରାତ୍ରି । ଏ ନେଇ ଚାରିଆଡ଼େ ଦେଖିବାକୁ ମିଳିଛି ଭକ୍ତିର ମାହୋଲ । ସଭିଏଁ ଶିବଶମ୍ଭୁଙ୍କୁ ଭକ୍ତିର ସହିତ ଆରାଧନା କରିଛନ୍ତି । ତେବେ ଏହି ଅବସରରେ ପୁରୀର ଛାତ୍ର ଆୟୁଷ ମହାପାତ୍ର ରାଜ୍ୟବାସୀଙ୍କୁ ଏକ ସୁନ୍ଦର ଚିତ୍ରକଳା ମାଧ୍ୟମରେ ମହାଶିବରାତ୍ରିର ଶୁଭେଚ୍ଛା ଜଣାଇଛନ୍ତି । ଆୟୁଷ ଓଡ଼ିଶାର ରିଭର୍ସ ସ୍ପିଡ୍ ପେଣ୍ଟର ଭାବେ ବେଶ ପରିଚିତ । ଆୟୁଷ ମାତ୍ର ୭ମିନିଟରେ ଭଗବାନ ଶିବଙ୍କ ଏକ ଓଲଟା ପେଣ୍ଟିଂ କରିଥିବା ଦେଖିବାକୁ ମିଳିଛି । ନିଜ ପେଣ୍ଟିଂ ମାଧ୍ୟମରେ ସେ ଯୁବପିଢି ମନୋରଞ୍ଜନ କରାଇବା ଲାଗି ଏହି ପ୍ରୟାସ କରିଥିବା କହିଛନ୍ତି ।

ଆୟୁଷ ନିଜ ପେଣ୍ଟିଂରେ ମହାଦେବଙ୍କ ଚିତ୍ର ଆଙ୍କିଛନ୍ତି । ଏହି ପେଣ୍ଟିଂକୁ ଆୟୁଷ ମାତ୍ର ୭ ମିନିଟରେ ଓଲଟା କରି ଆଙ୍କିଛନ୍ତି । ଓଲଟା ପେଣ୍ଟିଂ କରିଥିଲେ ମଧ୍ୟ ଏହା ଖୁବ ସୁନ୍ଦର ହୋଇଛି । ଏହିଭଳି ପେଣ୍ଟିଂକୁ ନେଇ ସବୁ ମହଲରେ ମଧ୍ୟ ପ୍ରସଂସା କରାଯାଇଛି। କିଛି ନିଆରା କରିବାକୁ ଯାଇ ଓଲଟା ପେଣ୍ଟିଂ କରି ଆୟୁଷ ବେଶ ପ୍ରଶଂସା ସାଉଣ୍ଟିଛନ୍ତି । ଏନେଇ ସେ କହିଛନ୍ତି, "ମୋର ପେଣ୍ଟିଂ ଦ୍ବାରା କିଭଳି ଯୁବପିଢୀ ଏବଂ ଶିଶୁମାନଙ୍କ ପାଖକୁ ଶୁଭେଚ୍ଛାର ବାର୍ତ୍ତା ପହଞ୍ଚିବ ଓ ଯୁବପିଢୀମାନେ କିଭଳି ମୋର ଏହି ପେଣ୍ଟିଂ ଦ୍ବାରା ମନୋରଞ୍ଜନ ହୋଇପାରିବେ ଏହା ମୋର ପ୍ରୟାସ ଥିଲା ।"

ଏହା ବି ପଢନ୍ତୁ- ଲିଙ୍ଗରାଜ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ, ହର ହର ମହାଦେବରେ କମ୍ପୁଛି ଶୈବପୀଠ

ପୂର୍ବରୁ ଏହିଭଳି ଅନେକ ପେଣ୍ଟିଂ କରି ଅନେକ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ସମ୍ମାନିତ ହୋଇଛନ୍ତି ଆୟୁଷ। ଏହା ମଧ୍ୟରୁ ୨୦୨୧ ମସିହାରେ ଭାରତର ସମ୍ମାନଜନକ ପୁରସ୍କାର ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ୍ସରେ ସମ୍ମାନିତ ହୋଇଛନ୍ତି ଓ ନାଇଜେରିଆ ଗଟ୍ ଟ୍ୟାଲେଣ୍ଟରେ ଫାଇନାଲିଷ୍ଟ ମଧ୍ୟ ହୋଇଥିଲେ ଆୟୁଷ । ଏହି ସବୁ ପାଇଁ ସେ ନିଜର ପିତାମାତାଙ୍କ ଓ ଭଗବାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଜନସାଧାରଣମାନଙ୍କ ଆଶୀର୍ବାଦ, ଭଲପାଇବା ଯୋଗୁଁ ଏସବୁ ସମ୍ଭବ ହୋଇପାରୁଛି ବୋଲି ଆୟୁଷ କହିଛନ୍ତି ।

ଏହି ପେଣ୍ଟିଂ ପାଇଁ ଆୟୁଷ ବିଭିନ୍ନ ପ୍ରକାର ରଙ୍ଗ ପ୍ରସ୍ତୁତ କରିଛନ୍ତି । କମଳା, ହଳଦୀ, ନୀଳ, ଧଳା ଆଦି ରଙ୍ଗକୁ ବ୍ୟବହାର କରି ସେ ଭଗବାନ ଶିବଙ୍କ ମନୋରମ ଚିତ୍ରଟିଏ ଆଙ୍କିଛନ୍ତି । ଖୁବ କମ ସମୟରେ ଏହି ଚିତ୍ର ଆଙ୍କି ସେ ସମସ୍ତଙ୍କୁ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟଚକିତ କରିଛନ୍ତି । ଆୟୁଷଙ୍କ ଏହି ନିଆରା କଳାକୃତି ଅନେକ ଲୋକଙ୍କୁ ପ୍ରେରଣା ଯୋଗାଇଛି ମଧ୍ୟ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.