ETV Bharat / state

ବିନା ସୂଚନାରେ ଉଚ୍ଛେଦ ନିର୍ଦ୍ଦେଶ, ବଡଦାଣ୍ଡ ବ୍ୟବସାୟୀଙ୍କ ବିରୋଧ - ଶ୍ରୀମନ୍ଦିରରୁ 75 ମିଟର ଭିତରେ ଉଛେଦ ପ୍ରକ୍ରିୟା

ପୁରୀରେ ଉଚ୍ଛେଦକୁ ନେଇ ପୁଣି ସମସ୍ୟା । ହଠାତ ଉଚ୍ଛେଦ ନିର୍ଦ୍ଦେଶକୁ ବଡଦାଣ୍ଡ ବ୍ୟବସାୟୀଙ୍କ ବିରୋଧ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : Aug 26, 2019, 12:27 PM IST

ପୁରୀ: ଶ୍ରୀମନ୍ଦିରରୁ 75 ମିଟର ଭିତରେ ଉଚ୍ଛେଦ ପ୍ରକ୍ରିୟା ନେଇ ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି । ଏଥିପାଇଁ ଶ୍ରୀମନ୍ଦିର ନିକଟରେ ଥିବା ଲାଙ୍ଗୁଳି ମଠ, ବଡ ଅଖଡା ମଠ ଓ ଏମାର ମଠ ଭଙ୍ଗାଯାଇଛି । ଏହାସହ ଏହି ମଠରେ ଦୋକାନ କରିଥିବା ବ୍ୟବସାୟୀଙ୍କୁ ହଟିବା ପାଇଁ ପୋଲିସ ନିର୍ଦ୍ଦେଶ ଦେଇଛି ।

ଯାହାକୁ ନେଇ ଦେଖାଦେଇଛି ତୀବ୍ର ପ୍ରତିକ୍ରିୟା । ବିନା ସୂଚନାରେ ପ୍ରଶାସନର ଏପରି ନିର୍ଦ୍ଦେଶକୁ ବ୍ୟବସାୟୀ ବିରୋଧ କରିଛନ୍ତି । କୌଣସି ପୂର୍ବ ସୂଚନା ନଥାଇ, ଆଲୋଚନା ତଥା ଥଇଥାନ ନକରି ପ୍ରଶାସନର ଉଚ୍ଛେଦ ନିଷ୍ପତ୍ତିକୁ ବ୍ୟବସାୟୀ ଦୃଢ ସମାଲୋଚନା କରିଛନ୍ତି । ଏଥିରେ ସେମାନଙ୍କ ଜୀବନ ଜୀବିକା ଉଜୁଡି ଯିବା ସହ ସରକାର ମୃତ୍ୟୁମୁଖକୁ ଠେଲି ଦେଇଥିବା ବ୍ୟବସାୟୀ ଅଭିଯୋଗ କରିଛନ୍ତି । ଏପରିକି ବର୍ଷା ହେଉଥିବାବେଳେ ରାତିଅଧରେ ପ୍ରଶାସନ ଛାଡିବାକୁ ନିର୍ଦ୍ଦେଶ ଦେବା କେତେ ଦୂର ଯୁକ୍ତିଯୁକ୍ତ ବୋଲି ସେମାନେ ପ୍ରଶ୍ନ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ସରକାର ପ୍ରଥମେ ଥଇଥାନ ସମେତ କ୍ଷତିପୂରଣ ଦେବେ ବୋଲି କହିଥିଲେ । ଏପରିକି ମୁଖ୍ୟମନ୍ତ୍ରୀ ଟିଭି ମାଧ୍ୟମରେ ଜଗନ୍ନାଥଙ୍କ ଲାଗି ତ୍ୟାଗ କରିବାକୁ ଅନୁରୋଧ କରିଥିଲେ । ମାତ୍ର ହଠାତ କୌଣସି ବ୍ୟବସ୍ଥା ନହୋଇ ଉଚ୍ଛେଦକୁ ସହଜରେ ଗ୍ରହଣ କରିପାରିନାହାଁନ୍ତି ବ୍ୟବସାୟୀ । କାଳିଆ ଲାଗି ତ୍ୟାଗ କରିବାକୁ ପ୍ରସ୍ତୁତ ହେଲେ ପେଟକୁ ମାରି କଣ ତ୍ୟାଗ କରିବୁ ବୋଲି ବ୍ୟବସାୟୀମାନେ ପ୍ରଶ୍ନ କରିଛନ୍ତି । ହଠାତ କୁଆଡେ ଜିନିଷପତ୍ର ନେଇ ଯିବୁ ବୋଲି ଅଭିଯୋଗ କରିଛନ୍ତି ବ୍ୟବସାୟୀ ।

ତେବେ ଉଚ୍ଛେଦ ପ୍ରକ୍ରିୟା ବିଷୟରେ କିନ୍ତୁ ଜିଲ୍ଲା ପ୍ରଶାସନର କୌଣସି ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇନାହାଁନ୍ତି । ଆଜି ଉଚ୍ଛେଦ ପ୍ରକ୍ରିୟା ହେବା ନେଇ ସୂଚନା ଥିବାବେଳେ ଏବେ ବ୍ୟବସାୟୀଙ୍କ ବିରୋଧ ପରେ ଏହାକୁ ନେଇ ଅସ୍ପଷ୍ଟତା ଲାଗି ରହିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ବଡ଼ ଦାଣ୍ଡ ଉଛେଦ

Body:ପୁରୀ ଶ୍ରୀମନ୍ଦିର ରୁ 75 ମିଟର ଭିତରେ ଉଛେଦ ପ୍ରକ୍ରିୟା ନେଇ ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି। ଏଥିପାଇଁ ଶ୍ରୀମନ୍ଦିର ନିକଟରେ ଥିବା ଲାଙ୍ଗୁଳି ମଠ , ବଡ଼ ଅଖଡା ମଠ , ଏମାର ମଠ ପ୍ରଥମେ ଭଙ୍ଗାଯିବ। ଏ ନେଇ ପୋଲିସ ଅଧିକାରୀ ମାନେ ଆସି ଏହି ମଠରେ ଦୋକାନ କରିଥିବା ବ୍ୟବସାୟୀ ଙ୍କୁ ହଟିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କୌଣସି ପୂର୍ଵ ସୂଚନା ନ ଥାଇ, ଆଲୋଚନା ନ କରି ତଥା ଥଇଥାନ ନ କରି ପ୍ରଶାସନ ଉଛେଦ ନିସ୍ପତି କୁ ବ୍ୟବସାୟୀ ଦୃଢ଼ ବିରୋଧ କରିଛନ୍ତି। ଏଥିରେ ତାଙ୍କର ଜୀବନ ଜୀବିକା ଉଜୁଡି1ଯିବ। ସରକାର ତାଙ୍କୁ ମୃତ୍ୟୁ ମୁଖକୁ ଠେଲି ଦେଇ ଥିବା ବ୍ୟବସାୟୀ ଅଭିଯୋଗ କରିଛନ୍ତି। ସରକାର ପ୍ରଥମେ ଥଇଥାନ ସମେତ କ୍ଷତି ପୂରଣ ଦେବେ ବୋଲି କହିଥିବା ବେଳେ ହଠାତ କୌଣସି ବ୍ୟବସ୍ଥା ନ ହୋଇ ଉଛେଦ କୁ ଦୃଢ଼ ବିରୋଧ କରିଛନ୍ତି। ତେବେ ଉଛେଦ ପ୍ରକ୍ରିୟା ବିଷୟ ରେ କିନ୍ତୁ ଜିଲା ପ୍ରଶାସନ ର କୌଣସି ଅଧିକାରୀ ମିଡ଼ିଆ କୁ ସୂଚନା ଦେଇ ନାହାନ୍ତି। ଯାହାକୁ ନେଇ ଏକ ଅସ୍ପଷ୍ଟ ତା ଲାଗି ରହିଛି।

ବାଇଟ1,, ବ୍ୟବସାୟୀ
ବାଇଟ2,,ବ୍ୟବସାୟୀ

Conclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.