ETV Bharat / state

ନାଟମଣ୍ଡପ ମରାମତି ପାଇଁ ଏଏସଆଇକୁ ଶ୍ରୀମନ୍ଦିର ପ୍ରଶାସନ ଏନଓସି

author img

By ETV Bharat Odisha Team

Published : Nov 16, 2023, 9:00 PM IST

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ସୂଚନା ଅନୁଯାଇ ଆସନ୍ତାକାଲି ଠାରୁ ନାଟମଣ୍ଡପ ମରାମତି (Restoration work of Puri Sri mandir Nata Mandap) କାର୍ଯ୍ୟ ଆରମ୍ଭ ହେବ । ସକାଳ ୬ଟା ରୁ ରାତି ୧୦ଟା ମଧ୍ୟରେ ଏହି ମରାମତି କାର୍ଯ୍ୟ କରିବ ଏଏସଆଇ ।

ନାଟମଣ୍ଡପ ମରାମତି ପାଇଁ ଏଏସଆଇକୁ  ଶ୍ରୀମନ୍ଦିର ପ୍ରଶାସନ ଏନଓସି
ନାଟମଣ୍ଡପ ମରାମତି ପାଇଁ ଏଏସଆଇକୁ ଶ୍ରୀମନ୍ଦିର ପ୍ରଶାସନ ଏନଓସି
ନାଟମଣ୍ଡପ ମରାମତି ପାଇଁ ଏଏସଆଇକୁ ଶ୍ରୀମନ୍ଦିର ପ୍ରଶାସନ ଏନଓସି

ପୁରୀ: ଆସନ୍ତାକାଲି(ଶୁକ୍ରବାର) ଠାରୁ ନାଟମଣ୍ଡପ ମରାମତି କାର୍ଯ୍ୟ ଆରମ୍ଭ କରିବ ଏଏସଆଇ । ନାଟମଣ୍ଡପ ମରାମତି ପାଇଁ ଏଏସଆଇକୁ ଏନଓସି ଦେଲା ଶ୍ରୀମନ୍ଦିର ପ୍ରଶାସନ । ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ ପରେ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସିଥିବା ଗୁରୁତ୍ବପୂର୍ଣ୍ଣ ବୈଠକରେ ଏଏସଆଇକୁ ଏନଓସି ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ଆସନ୍ତାକାଲି ଠାରୁ ଏଏସଆଇ ପକ୍ଷରୁ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାର୍ଯ୍ୟ ଆରମ୍ଭ ହେବ । ମହାପ୍ରଭୁଙ୍କ ନୀତି କାନ୍ତି ଓ ଭକ୍ତଙ୍କ ଦର୍ଶନରେ ଯେଭଳି କୌଣସି ବ୍ୟାଘାତ ନହେବ ସେ ଉପରେ ଗୁରୁତ୍ବ ଦେଇଛି ପ୍ରଶାସନ ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ସୂଚନା ଅନୁଯାଇ ଆସନ୍ତାକାଲି ଠାରୁ ନାଟମଣ୍ଡପ ମରାମତି କାର୍ଯ୍ୟ ଆରମ୍ଭ ହେବ । ସକାଳ ୬ଟା ରୁ ରାତି ୧୦ଟା ମଧ୍ୟରେ ଏହି ମରାମତି କାର୍ଯ୍ୟ କରିବ ଏଏସଆଇ । ସମସ୍ତ କାର୍ଯ୍ୟକୁ ଶ୍ରୀମନ୍ଦିର ବୈଷୟିକ କମିଟି ତନ ତନ କରି ଯାଞ୍ଚ କରିବେ । ନାଟମଣ୍ଡପର ଗୋଟିଏ ବିମରେ ଫାଟ ଥିବା ନେଇ ଏଏସଆଇ ସ୍ପଷ୍ଟ କରିଥିବା ବେଳେ ଆଉ କେଉଁ ବିମରେ ଫାଟ ରହିଛି ଏବଂ କ'ଣ ସମସ୍ୟା ରହିଛି ତାହା ଯାଞ୍ଚ ପରେ ସ୍ପଷ୍ଟ ହେବ ବୋଲି କହିଛି ଏଏସଆଇ ।

ନାଟମଣ୍ଡପ ମରାମତି ପୂର୍ବରୁ ଆସନ୍ତାକାଲି ପ୍ରଥମେ ଲୁହା ଭାରା ବନ୍ଧା ଯିବ । ଏହାପରେ ମରାମତି କାର୍ଯ୍ୟ ହେବ। ଏବେ କାର୍ତ୍ତିକ ମାସ ଚାଲୁଥିବାରୁ ଶ୍ରୀମନ୍ଦିରରେ ପ୍ରବଳ ଭକ୍ତ ଏବଂ ହବିଷ୍ୟାଳୀଙ୍କ ସମାଗମ ହେଉଛି । ତେଣୁ କାର୍ତ୍ତିକ ମାସ ପରେ ନାଟ ମଣ୍ଡପ ମରାମତି କରିବାକୁ ଏଏସଆଇକୁ ଆହୁରି ପର୍ଯ୍ୟାପ୍ତ ସମୟ ଦିଆଯିବ । ୧୨୦ ଦିନ ଭିତରେ ନାଟମଣ୍ଡପ ମରାମତି କାର୍ଯ୍ୟ ସାରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ଏଏସଆଇର ସମସ୍ତ କାର୍ଯ୍ୟକୁ ତଦାରଖ କରିବ ବୈଷୟିକ କମିଟି ଓ ଶ୍ରୀମନ୍ଦିର ପରିଚାଳନା କମିଟି ସେବାୟତ ସଦସ୍ୟ ।

ସେହିପରି ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ମହାପ୍ରଭୁଙ୍କ ରତ୍ନପଲଙ୍କର ମରାମତି ସହ ତିନୋଟି ନୂତନ ସେଟ ମଧ୍ୟ ନିର୍ମାଣ କରାଯିବ । ଆସନ୍ତାକାଲି ଠାରୁ ଏହି କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି। ରତ୍ନପଲଙ୍କ ପାଇଁ ଆବଶ୍ୟକ ରୂପା ଜନୈକ ଦାତା ଦେଇଥିବାବେଳେ ଏହାକୁ ପ୍ରସ୍ତୁତ କରାଯାଇ ରଖାଯାଇଛି । ରତ୍ନ ପଲଙ୍କ ନିର୍ମାଣ ହେବା ପରେ ଏହି ରୁପାକୁ ସେଥିରେ ଆଚ୍ଛାଦିତ କରାଯିବ । ଓଡ଼ିଆ ନୂଆ ବର୍ଷରେ ନୂଆ ରତ୍ନ ପଲଙ୍କରେ ମହାପ୍ରଭୁ ଶୟନ କରିବେ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ । ସେହିପରି ଠାକୁରଙ୍କ ପ୍ରଭା କାର୍ଯ୍ୟ ମଧ୍ୟ ଆସନ୍ତାକାଲି ଠାରୁ ଆରମ୍ଭ କରାଯିବ ।

Shree Jagannath Temple: ରତ୍ନଭଣ୍ଡାର ସ୍ଥିତି ଅନୁଧ୍ୟାନ ପାଇଁ 28ରେ ହେବ ଲେଜର ସ୍କାନିଂ

ଅନ୍ୟପଟେ ବାରମ୍ବାର ଦାବି ପରେ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କରିବାକୁ ଯାଉଛି ଶ୍ରୀମନ୍ଦିର ପ୍ରଶାସନ । କୌଣସି ଦିବ୍ୟାଙ୍ଗ ଭକ୍ତ ଶ୍ରୀମନ୍ଦିର ଦର୍ଶନରେ ଆସିବା ପୂର୍ବରୁ ଅନଲାଇନ ମାଧ୍ୟମରେ ପଞ୍ଜିକରଣ କରିପାରିବେ । ପରେ ସେମାନଙ୍କୁ ସ୍ବତନ୍ତ୍ର ବ୍ୟବସ୍ଥା ମାଧ୍ୟମରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଭିତରକୁ ନିଆଯିବାର ବ୍ୟବସ୍ଥା ହେବ। ପୂର୍ବରୁ ଉତ୍ତର ଦ୍ବାର ବାଟେ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ରାମ୍ପ ବ୍ୟବସ୍ଥା କରାଯାଇଥିବାବେଳେ ତାହାକୁ ଏବେ କାର୍ଯ୍ୟକାରି କରିବା ପାଇଁ ଅଣ୍ଟା ଭିଡିଛି ଶ୍ରୀମନ୍ଦିର ପ୍ରଶାସନ ।‌ ଛତିଶା ନିଯୋଗ ବୈଠକରେ ଏନେଇ ଆଲୋଚନା ପରେ ଚୁଡାନ୍ତ ନିଷ୍ପତି ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଅଧକ୍ଷତା କରିଥିବା ବେଳେ ଏଏସଆଇ ଅଧିକାରୀ, ଶ୍ରୀମନ୍ଦିର ପରିଚାଳନା କମିଟି ସେବାୟତ ସଦସ୍ୟ, ଟେକ୍ନିକାଲ କମିଟି ଓ ଅନାନ୍ୟ ବରିଷ୍ଠ ଅଧିକାରୀମାନେ ଭାଗ ନେଇଥିଲେ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.