ETV Bharat / state

ଏଥର ପୁରୀରେ ଏଭଳି ପାଳନ ହେବ ସାଧାରଣତନ୍ତ୍ର ଦିବସ - ପୁରୀରେ ସାଧାରଣତନ୍ତ୍ର ଦିବସ

ପୁରୀ ୭୨ତମ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଏ ନେଇ ସ୍ବତନ୍ତ୍ର ପ୍ରସ୍ତୁତି ସହ ଗାଇଡଲାଇନ ତିଆରି ହୋଇଛି । ଅଧିକ ପଢନ୍ତୁ..

Republic Day  preparation meeting organised at puri
ପୁରୀରେ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ
author img

By

Published : Jan 19, 2021, 10:09 PM IST

ପୁରୀ: ଜିଲ୍ଲାସ୍ତରୀୟ ୭୨ତମ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ । ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି ଏହି ବୈଠକ । ଚଳିତବର୍ଷ ଜିଲ୍ଲସ୍ତରୀୟ ସାଧାରଣତନ୍ତ୍ର ଦିବସ ଆଡମ୍ବର ଭାବେ ତାଳବଣିଆ ସ୍ଥିତ ଜିଲ୍ଲା ସ୍ପୋର୍ଟ୍ସ କମ୍ପ୍ଲେକ୍ସ ପଡିଆରେ ଆୟୋଜନ ହେବା ନେଇ ନିଷ୍ପତ୍ତି ନିଆଯାଇଛି ।

ସକାଳ ସାଢେ ୮ ଘଟିକା ସମୟରେ ମୁଖ୍ୟ ଅତିଥି ଜାତୀୟ ପତାକା ଉତ୍ତୋଳନ ପୂର୍ବକ ପ୍ୟାରେଡ ଅଭିବାଦନ ଗ୍ରହଣ କରିବେ । କେବଳ ପୋଲିସ ବାହିନୀ ପକ୍ଷରୁ ଉତ୍ସବ ପାଳନ ପ୍ୟାରେଡ ହେବ ଓ ଅନ୍ୟ କୌଣସି ଦଳକୁ ଏଥିପାଇଁ ଅନୁମତି ଦିଆଯିବ ନାହିଁ । କୋଭିଡ ଯୋଦ୍ଧା ଭାବେ ପରିଚିତ ଆଶା,ଅଙ୍ଗନୱାଡି କର୍ମୀ, ଏଏନଏମ୍, ସ୍ବାସ୍ଥ୍ୟ କର୍ମୀ, ଡାକ୍ତର, ପୋଲିସ, ଅଗ୍ନିଶମ, ସଫେଇ କର୍ମୀ, ଆମ୍ବୁଲାନ୍ସ ଡ୍ରାଇଭର, ପୋଲିସ କର୍ମଚାରୀ, ଅନ୍ୟାନ୍ୟ ସରକାରୀ କର୍ମଚାରୀ ଏବଂ ଅଧିକାରୀ ଓ କୋରୋନାରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତି ବିଶେଷଙ୍କୁ ଉତ୍ସବକୁ ଆମନ୍ତ୍ରିତ କରାଯିବ । ବାହାର ବ୍ୟକ୍ତିଙ୍କୁ ପ୍ରବେଶ ଅନୁମତି ଦିଆଯିବ ନାହିଁ । ସାଧାରଣତନ୍ତ୍ର ଦିବସ ପ୍ରାତଃ ସମୟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ସହରରେ ରାମଧୁନ ପରିବେଷଣ କରାଯିବ । ପୌରସଂସ୍ଥା ପକ୍ଷରୁ ସହରରେ ଥିବା ସମସ୍ତ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାପ୍ୟଣ କରାଯିବ ।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଆରକ୍ଷୀ ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାଶ, ପ୍ରଦୀପ କୁମାର ସାହୁ, ଉପ ଜିଲ୍ଲାପାଳ ଭବତାରଣ ସାହୁ, ସମଗ୍ର ଶିକ୍ଷା ଅଭିଯାନ ପ୍ରକଳ୍ପ ନିର୍ଦ୍ଦେଶିକା ସୌନ୍ଦର୍ଯ୍ୟ ମଞ୍ଜରୀ ଦାସ, ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଗିରିଶ ଚନ୍ଦ୍ର ରାୟ ,ରିଜର୍ଭ ଇନିସପେକ୍ଟର ଚନ୍ଦ୍ରଶେଖର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.