ପୁରୀ: ବାସେଳୀ ସାହି ଥାନା ହାଜତ ରେ କେ. ରମେଶଙ୍କ ମୃତ୍ୟୁରେ ବାସେଳୀ ସାହି ଥାନା ଆଇଆଇସିଙ୍କ ବଦଳି ଦାବି । ଏସ୍ପିଙ୍କ ମାଧ୍ୟମରେ ପୋଲିସ ଡିଜିଙ୍କୁ ଦାବି ପତ୍ର ଦେଇଛି ପୁରୀ ଜିଲ୍ଲା ଓକିଲ ସଂଘ ।

ଗୁରୁବାର ପୁରୀ ଓକିଲ ସଂଘର ଆଇନଜୀବୀ ଶାରଦା ସାମଲ, କମଳ ଲୋଚନ ମିଶ୍ର, ଅମ୍ବିକା ପ୍ରସାଦ ଦାଶ ପ୍ରମୁଖ ଆଇନଜୀବୀ ଉପସ୍ଥିତ ରହି ଦାବି ପତ୍ର ପ୍ରଦାନ କରିଥିଲେ | ତୁରନ୍ତ ବାସେଳି ସାହି ଥାନା ଅଧିକାରୀଙ୍କ ବଦଳି ସମେତ ହାଜତ ମୃତ୍ୟୁ ମାମଲାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ସଂଘ। ନ ହେଲେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ ନେଇ ଚେତାବନୀ ଦିଆଯାଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ