ETV Bharat / state

ଶ୍ରୀମନ୍ଦିରରେ ମୂଷା ଓ ଅସରପା ଉପଦ୍ରପ, ମହାପ୍ରଭୁଙ୍କ ଶ୍ରୀଅଙ୍ଗ ବିପଦରେ ! - ମହାପ୍ରଭୁଙ୍କର ନାଗନାଗୁଣି ଦଉଡି

ଶ୍ରୀମନ୍ଦିର ଗର୍ଭଗୃହରେ ମୂଷା ଆତଙ୍କ। ମହାବାହୁଙ୍କ ଶ୍ରୀଅଙ୍ଗରେ ଲାଗିଥିବା ନାଗନାଗୁଣୀ ଦଉଡ଼ିକୁ ମୂଷା କାଟି ଦେଇଥିବା ସହ ମୂଷାଙ୍କ ଉତ୍ପାତ ଯୋଗୁଁ ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗ ସଙ୍କଟରେ ଥିବା କିଛି ଗଣମାଧ୍ୟମରେ ଖବର ମଧ୍ୟ ପ୍ରକାଶ । ଅଧିକ ପଢନ୍ତୁ

jagannath temple
jagannath temple
author img

By

Published : Jan 11, 2023, 10:21 PM IST

jagannath temple

ପୁରୀ: ଶ୍ରୀମନ୍ଦିରରେ ପୁଣିଥରେ ମୂଷା ଆତଙ୍କ । ମହାପ୍ରଭୁଙ୍କର ନାଗନାଗୁଣି ଦଉଡି ଓ କିଛି ବସ୍ତ୍ରକୁ ମୂଷା କାଟି ଦେଇଛନ୍ତି । ତେବେ କୌଣସି ନିଯୋଗ ପକ୍ଷରୁ ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଅଭିଯୋଗ ହୋଇନାହିଁ । ଅସରପା ଓ ମୂଷାଙ୍କ ଉପଦ୍ରବ ରୋକିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିବା ନୀତି ପ୍ରଶାସକ କହିଛନ୍ତି ।

ତେବେ ଗତ କିଛି ବର୍ଷ ପୂର୍ବେ ଶ୍ରୀମନ୍ଦିର ଗର୍ଭଗୃହରେ ମୂଷା ଆତଙ୍କ ଦେଖାଯାଇଥିଲା । ବିଭିନ୍ନ ସେବାୟତ ନିଯୋଗ ସହ ଶ୍ରୀମନ୍ଦିର ପ୍ରଶାସନ ଆଲୋଚନା କରି ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିଥିଲା । ହେଲେ ପୁନର୍ବାର ୨ ଦିନ ହେବ ଶ୍ରୀମନ୍ଦିର ଗର୍ଭଗୃହରେ ମୂଷା ଆତଙ୍କ ଦେଖାଯାଇଛି । ମହାବାହୁଙ୍କ ଶ୍ରୀଅଙ୍ଗରେ ଲାଗିଥିବା ନାଗନାଗୁଣୀ ଦଉଡ଼ିକୁ ମୂଷା କାଟି ଦେଇଥିବା ସହ ମୂଷାଙ୍କ ଉତ୍ପାତ ଯୋଗୁଁ ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗ ସଙ୍କଟରେ ଥିବା କିଛି ଗଣମାଧ୍ୟମରେ ଖବର ମଧ୍ୟ ପ୍ରକାଶ ପାଇଛି। ତେବେ ଏହି ଘଟଣାକୁ କିଛି ସେବାୟତ ଗ୍ରହଣ କରିଥବା ବେଳେ ଆଉ କିଛି ସେବାୟତ ଏହାକୁ ଅସ୍ବିକାର କରିଛନ୍ତି ।

ସେପଟେ ସେବାୟତଙ୍କ କହିବାନୁଯାୟୀ ଶ୍ରୀମନ୍ଦିର ଗର୍ଭଗୃହରେ ଥିବା ମୂଷା ଗୁଡ଼ିକ ର ଉପ ଦ୍ରବ ବଢ଼ିଯାଇଛି। ରତ୍ନସିଂହାସନରେ ଠାକୁରଙ୍କୁ ବନ୍ଧା ଯାଇଥିବା ନାଗନାଗୁଣୀ ଦଉଡ଼ିର ଯଥେଷ୍ଟ କ୍ଷତି ହୋଇସାରିଛି। ମୂଷା ଗୁଡ଼ିକ ରତ୍ନସିଂହାସନ ସମ୍ମୁଖ କଳାହାଟ ଦ୍ବାର ଦେଇ ଗର୍ଭଗୃହକୁ ପଶୁଥିବା ଆଶଙ୍କା କରାଯାଉଛି। ମୂଷାଙ୍କ ସହ ବହୁ ସଂଖ୍ୟାରେ ଅସରପା ମଧ୍ୟ ଦେଖାଯାଇଛନ୍ତି । ଗର୍ଭଗୃହରୁ ଜଳ ନିଷ୍କାସନ ପାଇଁ ଲକ୍ଷ୍ମୀ ମନ୍ଦିର ସାମ୍ନାକୁ ନାଳ ରହିଛି। ନାଳ ମୁହଁରେ ଘୋଡ଼ଣି ରହୁ ନ ଥିବାରୁ ଏହି ବାଟ ଦେଇ ମୂଷା ଆସୁଥିବା ସନ୍ଦେହ କରାଯାଉଛି । ତେବେ ମୂଷା ଓ ଅସରପ ମହାପ୍ରଭୁଙ୍କ ସୃଷ୍ଟି ହୋଇଥିବାରୁ ସେମାନଙ୍କୁ ମରାଯାଇପାରିବ ନାହିଁ । କେବଳ ଅସରପାଙ୍କୁ ଘଉଡାଇବା ପାଇଁ ଶ୍ରୀମନ୍ଦିର ରେକର୍ଡ ଅଫ ରାଇଟରେ ବ୍ୟବସ୍ଥା ରହିଛି । ପୂର୍ବରୁ ମୂଷାଙ୍କୁ କାବୁ କରିବା ପାଇଁ ଯନ୍ତାର ବ୍ୟବସ୍ଥା ହୋଇଥିବା ବେଳେ ପୁନର୍ବାର ଏହି ବ୍ୟବସ୍ଥା କରିବାକୁ ସେବାୟତ ଦାବି କରିଛନ୍ତି ।

ଇଟିଭି ଭାରତ,ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.