ETV Bharat / state

ଜୁଲାଇ 4ରେ ଘୋଷଯାତ୍ରା, ଜୋରସୋରରେ ଚାଲିଛି ରଥ ନିର୍ମାଣ କାମ

ଜୁଲାଇ 4 ତାରିଖରେ ଘୋଷଯାତ୍ରା । ଏଥିପାଇଁ ପ୍ରସ୍ତୁତି ସରିବା ଉପରେ । ଗୁଣ୍ଡିଚା ମନ୍ଦିରରେ ରଙ୍ଗ କାମ ସମେତ ସବୁ ମରାମତି କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ । ସେହିପରି ତିନି ରଥରେ ଆଜି (ରବିବାର) ପାରାଭାଡି କାର୍ଯ୍ୟ ସରିବା ପରେ ଚାରି ଦ୍ବାର, ସିଂହାସନ, ପ୍ରଭା କାର୍ଯ୍ୟ ଆରମ୍ଭ ହୋଇଛି ।

author img

By

Published : Jun 30, 2019, 7:38 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ଜୁଲାଇ 4 ତାରିଖରେ ଘୋଷଯାତ୍ରା । ଏଥିପାଇଁ ପ୍ରସ୍ତୁତି ସରିବା ଉପରେ । ଗୁଣ୍ଡିଚା ମନ୍ଦିରରେ ରଙ୍ଗ କାମ ସମେତ ସବୁ ମରାମତି କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ । ସେହିପରି ତିନି ରଥରେ ଆଜି(ରବିବାର) ପାରାଭାଡି କାର୍ଯ୍ୟ ସରିବା ପରେ ଚାରି ଦ୍ବାର, ସିଂହାସନ, ପ୍ରଭା କାର୍ଯ୍ୟ ଆରମ୍ଭ ହୋଇଛି । ଅନ୍ୟପଟେ ଆଜି ମହାପ୍ରଭୁଙ୍କ ରାଜପ୍ରସାଦ ବିଜେ ନୀତି । ଦଇତାପତି ସେବକ ମାନେ ଗଜପତି ମହାରାଜଙ୍କୁ ମହାପ୍ରଭୁଙ୍କ ସୁସ୍ଥ ସମ୍ବାଦ ଦେବା ସହ ମହାପ୍ରଭୁଙ୍କ ପ୍ରସାଦ ପ୍ରଦାନ କରିବେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପାଖେଇ ଆସୁଛି ଘୋଷଯାତ୍ରା । ଚଳଚଞ୍ଚଳ ରଥଖଳା । ରଥ ନିର୍ମାଣ ପାଇଁ ରାତି ଦିନ ଏକ କରି ଦେଇଛନ୍ତି ମହାରଣା ସେବାୟତ । ନିର୍ମାଣ କାମ ଶେଷ ପାଇଁ ଚାଲିଛି ଜୋରଦାର ଉଦ୍ୟମ । ପୋଟଳ କାମ, ପାରାଭାଡି କାମ ଶେଷ ହୋଇଥିବାବେଳେ ଖପୁରି ମଧ୍ୟ ରଥ ଉପରକୁ ଉଠିସାରିଛି । ରଥ ଚାରିପଟ ପଟା ସେଟିଂ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସେହିପରି ଚିତ୍ରକର ସେବାୟତ ମାନେ ରଙ୍ଗଦିଆ କାମକୁ ତ୍ବରାନ୍ବିତ କରିଛନ୍ତି ।

ସେପଟେ ମହାପ୍ରଭୁଙ୍କୁ ରଥାରୂଢରେ ସ୍ବାଗତ କରିବା ପାଇଁ ପ୍ରସ୍ତୁତ ହେଉଛି ଗୁଣ୍ଡିଚା ମନ୍ଦିର । ମନ୍ଦିରର ବିଭିନ୍ନ ସ୍ଥାନରେ ରଙ୍ଗଦିଆ କାମ ଚାଲିଛି । ଅନ୍ୟପଟେ ଶ୍ରୀମନ୍ଦିରରେ ଆଜି ରାଜପ୍ରାସାଦ ବିଜେ ନୀତି ଅନୁଷ୍ଠିତ ହେବ । 108 କଳସରେ ସ୍ନାନ କରି ଅଣସରରେ ଥିବା ମହାପ୍ରଭୁଙ୍କ ସୁସ୍ଥତା ସମ୍ପର୍କରେ ଗଜପତିଙ୍କୁ ଅବଗତ କରାଇବେ ଦଇତା ସେବକ ।

ତେବେ ମହାପ୍ରଭୁ ସୁସ୍ଥ ହେବା ପରେ ପ୍ରଥମେ ନବଯୌବନ ଦର୍ଶନ ଦେବେ । ପରେ ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହେବ ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

Slug,, ରଥ ନିର୍ମାଣ ଓ ରାଜ ପ୍ରସାଦ ବିଜେ, pkg, puri,30।6।19

Anc,, ଜୁଲାଈ 4 ତାରିଖରେ ଘୋଷ ଯାତ୍ରା। ଏଥିପାଇଁ ପ୍ରସ୍ତୁତି ସରିବା ଉପରେ। ଗୁଣ୍ଡିଚା ମନ୍ଦିରରେ ରଙ୍ଗ କାମ ସମେତ ସବୁ ମରାମତି କାର୍ଯ୍ୟ ସରିଛି। ସେହିପରି ତିନି ରଥରେ ଆଜି ପାରଭାଡ଼ି କାର୍ଯ୍ୟ ସରିବା ପରେ ଚାରି ଦ୍ୱାର , ସିଂହାସନ , ପ୍ରଭା କାର୍ଯ୍ୟ ଆରମ୍ଭ ହୋଇଛି। ଅନ୍ୟପଟେ ଆଜି ମହାପ୍ରଭୁଙ୍କ ରାଜ ପ୍ରସାଦ ବିଜେ ନୀତି। ଦଇତାପତି ସେବକମାନେ ଆଜି ଗଜପତି ମହାରାଜ ଙ୍କୁ ମହାପ୍ରଭୁଙ୍କ ସୁସ୍ଥ ସମ୍ବାଦ ଦେବା ସହ ମହାପ୍ରଭୁଙ୍କ ପ୍ରସାଦ ପ୍ରଦାନ କରିବେ।

Vo 1,, ମହାପ୍ରଭୁଙ୍କ ଘୋଷ ଯାତ୍ରା ଯେତିକି ପାଖେଇ ଆସୁଛି ସେତିକି ଚଳଚଞ୍ଚଳ  ରଥଖଳା। ରାତିଦିନ ଏକ କରି ଦେଇଛନ୍ତି ସମସ୍ତ ସେବକ। ମହାରଣା ସେବକମାନେ ରଥ ନିର୍ମାଣ କାର୍ଯ୍ୟକୁ ଶେଷ ପର୍ଯ୍ୟାୟରେ ପହଞ୍ଚାଇବାକୁ ଜୋରସୋରରେ ଉଦ୍ୟମ ଆରମ୍ଭ କରିଛନ୍ତି। ଆଜି ତିନି ରଥ ପାଇଁ ଆବଶ୍ୟକ ୧୨ ପରସ୍ତ ପୋଟଳ କାମ ଓ ପାରା ଭାଡ଼ି ଶେଷ ହୋଇଛି।  କଳସ କାମ ବି ଏହା ମଧ୍ୟରେ ଶେଷ ହୋଇଛି। ରଥ ଚାରିପଟ ପଟା ସେଟିଂ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତିନି ରଥର ଦୁଆର, ପ୍ରଭା କାମ ଲାଗିବାର ରହିଛି ଚି । ସେପଟେ ରୂପକାର ସେବକମାନେ ବିଭିନ୍ନ କାମକୁ ଆଗେଇ ନେଇଛନ୍ତି। ଚିତ୍ରକର ସେବକମାନେ ରଙ୍ଗ ଦିଆ କାମକୁ ତ୍ବରାନ୍ବିତ କରିଛନ୍ତି। ଆଜି ଋଷି କାମ ସାଙ୍ଗକୁ ନାଟ ଗୋଡ଼ ,ସଖୀମାନଙ୍କୁ ରଙ୍ଗ ଦିଆଯାଇଛି।  ଅନ୍ୟପଟେ ଶ୍ରୀଗୁଣ୍ଡିଚା ମନ୍ଦିର ସଜେଇ ହେବା ଆରମ୍ଭ କରିଛି। ଶ୍ରୀଗୁଣ୍ଡିଚା ଯାତ୍ରାକୁ ଆଖିଆଗରେ ରଖି ବିଭିନ୍ନ ସ୍ଥାନରେ ରଙ୍ଗ ଦିଆ କାମ ଜୋରସୋରରେ ଚାଲିଛି।

ବାଇଟ1,, ରବିନ୍ଦ୍ର ଭୋଇ,, ଭୋଇ ସର୍ଦାର

Vo2,, ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜପ୍ରାସାଦ ବିଜେ ନୀତି ଅନୁଷ୍ଠିତ ହେବର ପରମ୍ପରା ରହିଥାଏ। । ମହାପ୍ରଭୁଙ୍କ ଲାଗି ପାଇଁ ରୁପା ଥାଳିରେ କରାଳ ଚନ୍ଦନ ରାଜପ୍ରାସାଦ ନିଆ ଯାଇ ଥାଏ  । ଗୁପ୍ତନୀତି ସରିବା ପରେ  ରାଜପ୍ରାସାଦ ବିଜେ ନୀତି ସମ୍ପନ୍ନ ହୋଇ ଥାଏ।   । ଦଇତା ସେବକମାନେ ଏକ ରୁପା ଥାଳିରେ ପାଟବସ୍ତ୍ର ପକାଇ ମହାପ୍ରଭୁଙ୍କ କରାଳ ଚନ୍ଦନ ରାଜପ୍ରସାଦକୁ ନେବେ । ସେଠାରେ ଗଜପତି ମହାରାଜ ପ୍ରସାଦ ସେବନ ପରେ ଦଇତାପତି ସେବକମାନେ ମହାପ୍ରଭୁଙ୍କ ସୁସ୍ଥତା ସମ୍ପର୍କରେ ଗଜପତିଙ୍କୁ ଅବଗତ କରାଇବେ । ଏହାସହ ରଥଯାତ୍ରା ଓ ଗୁପ୍ତନୀତି ବିଷୟରେ ସୂଚନା ଦେବେ ।

ବାଇଟ2,, ପଦ୍ମ ନାଭ ତ୍ରିପାଠୀ,, ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.