ETV Bharat / state

ଅଣସରରେ ଚାଲିଛି ମହାପ୍ରଭୁଙ୍କ ଗୁପ୍ତ ସେବା, ଜାଣନ୍ତୁ ମହାଅଣସର ନୀତି କଣ ?

ସ୍ନାନଯାତ୍ରା ପରେ ଶ୍ରୀ ବିଗ୍ରହଙ୍କର ଚାଲିଛି ଅଣବସର ନୀତି । ତେବେ ମହାପ୍ରଭୁଙ୍କର ମହାଅଣସର ନୀତି ମଧ୍ୟ ରହିଛି । ଜାଣନ୍ତୁ ମହାଅଣବସର ନୀତି କଣ ଓ ଏହି ସମୟରେ କଣ ହୋଇଥାଏ। ଅଧିକ ପଢନ୍ତୁ

author img

By

Published : Jun 10, 2023, 5:05 PM IST

mahaanasra rituals of lord jagannath
mahaanasra rituals of lord jagannath
mahaanasra rituals of lord jagannath

ପୁରୀ: କୋଟି ଓଡିଆଙ୍କ ମଉଡ ମଣି । କିଏ ତାକୁ କାଳିଆ ସାଆନ୍ତେ ଡାକେ ତ ପୁଣି କିଏ ଚକା ଆଖିଆ ଆଉ କିଏ ଜଗା । ତାର ସେ କଳା ଶ୍ରୀମୁଖକୁ ଦେଖିଲେ ଭାବ ବିହ୍ବଳ ହୋଇପଡେ ଭକ୍ତ। ଆଉ ଦିନ କେଇଟା ପରେ ପୁରା ବିଶ୍ବ ଦେଖିବ କାଳିଆର ରଥଯାତ୍ରା। ଏହା ପୂର୍ବରୁ ସ୍ନାନ ଯାତ୍ରାରେ 108 ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଜ୍ବରରେ ପୀଡିତ ହୋଇଛନ୍ତି ମହାପ୍ରଭୁ। ଏହାପରେ ଶ୍ରୀଜିଉଙ୍କୁ ସୁସ୍ଥ କରିବା ପାଇଁ ଅଣବସରରେ ଶ୍ରୀ ଅଙ୍ଗ ଉପଚାର କରୁଛନ୍ତି ଦଇତାପତି ସେବକ। କେବଳ ଅଣସର ନୀତି କାହିଁକି ଶ୍ରୀ ବିଗ୍ରହଙ୍କ ମହାଅଣସର ନୀତି ମଧ୍ୟ ରହିଛି। ଅଣସର ନୀତି ପ୍ରତି ବର୍ଷ 15 ଦିନ ହେଉଥିବା ବେଳେ ମହାଅଣସର ନୀତି ନବକଳେବର ସମୟରେ 45 ଦିନ ଧରି ଅନୁଷ୍ଠିତ ହୋଇଥାଏ।

ଶ୍ରୀ ବିଗ୍ରହଙ୍କ ମହାଅଣସର ନୀତି ଏକ ସ୍ଵତନ୍ତ୍ର ନୀତି । ଶାସ୍ତ୍ରରେ ବର୍ଣ୍ଣନା ଅନୁଯାୟୀ ଯେଉଁ ବର୍ଷ ଯୋଡ଼ା ଆଷାଢ଼ ପଡେ ସେହିବର୍ଷ ଶ୍ରୀ ବିଗ୍ରହଙ୍କ ନବକଳେବର ଅନୁଷ୍ଠିତ ହୋଇଥାଏ। ନବକଳେବର ଅର୍ଥାତ୍ ଶ୍ରୀ ବିଗ୍ରହଙ୍କ ନୂତନ ବିଗ୍ରହ ନିର୍ମାଣ ତଥା ଘଟ ପରିବର୍ତ୍ତନ ହୋଇଥାଏ। ପୁରୁଣା ବିଗ୍ରହକୁ ଶ୍ରୀ ମନ୍ଦିର ଭିତରେ ଥିବା କୋଇଲି ବୈକୁଣ୍ଠ ରେ ପାତାଳୀ କରାଯାଇଥାଏ। ତେବେ ଏହା ପୁର୍ବରୁ ଯେଉଁ ଅଣସର ନୀତି ପାଳନ ହୁଏ ତାହାକୁ ମହାଅଣସର କୁହାଯାଏ।

ନବକଳେବର ବର୍ଷ ବନଜାଗ ପଦ୍ଧତିରେ ଦାରୁ ଅନ୍ୱେଷଣ କରାଯାଏ। ଦଇତାପତି ସେବକ ଦାରୁ ଅନ୍ଵେଷଣ କରି ଶ୍ରୀ ମନ୍ଦିରର କୋଇଲି ବୈକୁଣ୍ଠକୁ ଆଣିଥାନ୍ତି। ସେଠାରେ ଦଇତାପତିଙ୍କ ତତ୍ବାବଧାନରେ ମହାରଣା ସେବକ ମାନେ ଶ୍ରୀ ବିଗ୍ରହଙ୍କ ନୂତନ ବିଗ୍ରହ ନିର୍ମାଣ କରନ୍ତି। ପରେ କୋଇଲି ବୈକୁଣ୍ଠରେ 11 ଦିନ ବ୍ୟାପୀ ସ୍ଵତନ୍ତ୍ର ଯଜ୍ଞ ଅନୁଷ୍ଠିତ ହେଇଥାଏ। ଗଜପତି ମହାରାଜା ଏହି ଯଜ୍ଞର ପୂର୍ଣ୍ଣାହୂତି ଦେଇଥାନ୍ତି। ନବକଳେବର ବର୍ଷରେ ପଡ଼ୁଥିବା ସଂକ୍ରାନ୍ତି ସଂଯୁକ୍ତ ଅମାବାସ୍ୟା ତିଥିରେ ଶ୍ରୀ ବିଗ୍ରହଙ୍କ ଘଟପରିବର୍ତ୍ତନ ହୋଇଥାଏ । ଶ୍ରୀ ବିଗ୍ରହଙ୍କ ବାଡଗ୍ରାହି ଓ ପତିମହାପାତ୍ର ସେବକଙ୍କ ଉପସ୍ଥିତିରେ ଘଟ ପରିବର୍ତ୍ତମ ହୁଏ। ଏହି ସମୟରେ କେହି ଉପସ୍ଥିତ ରୁହନ୍ତି ନାହିଁ । ଏହା ଏକ ସମ୍ପୂର୍ଣ ଗୁପ୍ତ ନୀତି ।

ଏଥି ସହିତ ପୁରୁଣା ବିଗ୍ରହ ସହିତ ରଥରେ ବ୍ୟବହାର ହେଉଥିବା ଘୋଡ଼ା, ପାର୍ଶ୍ଵ ଦେବଦେବୀ, ଶୁଆ ଆଦି ଙ୍କୁ କୋଇଲି ବୈକୁଣ୍ଠ ରେ ପାତାଳୀ କରାଯାଏ। ଏହି ଭଳି ନବକଳେବର ବର୍ଷ ଯେଉଁ ଅନବସର ନୀତି ପାଳନ ହୁଏ ତାହାକୁ ମହାଅଣସର କୁହାଯାଏ। ସ୍ନାନ ଯାତ୍ରା ପରେ ଅଣସର ପ୍ରତିବର୍ଷ 15 ଦିନ ପାଳନ ହେବାର ବିଧି ଥିବା ବେଳେ ନବକଳେବର ପୂର୍ବରୁ ଅର୍ଥାତ୍ 45 ଦିନ ମହାଅଣସର ପାଳନ ହେବାର ବିଧି ରହିଛି । ଗତ 2015 ମସିହାରେ ଶ୍ରୀ ବିଗ୍ରହଙ୍କ ନବକଳେବର ଅନୁଷ୍ଠିତ ହୋଇଥିବା ବେଳେ ମହାଅଣସର ନୀତି ଅନୁଷ୍ଠିତ ହୋଇଥିଲା। ତେବେ ଆସନ୍ତା 2034 ପୁଣି ମହାପ୍ରଭୁ ଙ୍କ ନବକଳେବର ଅନୁଷ୍ଠିତ ହେବ ବୋଲି ଜଗନ୍ନାଥ ସଂସ୍କୃତି ଗବେଷକ ସୂଚନା ଦେଇଛନ୍ତି।

ଶକ୍ତି ପ୍ରସାଦ ମିଶ୍ର, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.