ପୁରୀ: ଭକ୍ତଙ୍କ ଗହଣରେ ମହାପ୍ରଭୁ । ଶ୍ରୀମନ୍ଦିର ତ୍ୟାଗ କରି ଶରଧାବାଲିରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଶରଧାବାଲିରେ ଜଗତର ନାଥ ଜଗନ୍ନାଥ, ବଳଭଦ୍ର ଓ ଉଭଣୀ ସୁଭଦ୍ରାଙ୍କୁ ରଥାଋଢରେ ଦେଖିବା ପାଇଁ ଭାବ ବିହ୍ବଳ ଶ୍ରଦ୍ଧାଳୁ ।
ଆଜି ସନ୍ଧ୍ୟାରେ ମହାପ୍ରଭୁ ଆଡପ ମଣ୍ଡପକୁ ବିଜେ କରିବା ପୂର୍ବରୁ ସମସ୍ତ ନୀତିକାନ୍ତି ଅନୁଷ୍ଠିତ ହୋଇଯାଇଛି । ସନ୍ଧ୍ୟା ଧୂପ ହେବା ପରେ ଶ୍ରୀବିଗ୍ରହ ଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ । ସେପଟେ ଭକ୍ତ ନିଜ ଭଗବାନଙ୍କୁ ଅତି ପାଖରୁ ପାଇଥିବାରୁ ଆଖିରୁ ଅକୁହା ଅଶ୍ରୁଳ ଧାର ବୋହି ପଡୁଛି । ଭକ୍ତି ଭାବରେ ଜଡସଡ ଭକ୍ତବୃନ୍ଦ । ଭକ୍ତ-ଭଗବାନଙ୍କ ଏକକାର ହେବା ପରେ ସମସ୍ତ ପୀଡାକୁ ଭୁଲି ଯାଇ କେବଳ ଭଗବାନଙ୍କ ନିକଟରେ ନିଜକୁ ସମର୍ପିତ କରୁଛନ୍ତି ଭକ୍ତି ।
ଏଥିସହ ଜଣେ ଭକ୍ତ ପ୍ରଶାସନକୁ ଅନୁରୋଧ କ୍ରମେ ରାସ୍ତାରେ ବସି ଧୂପ ବିକ୍ରି କରୁଥିବା ବ୍ୟବସାୟୀଙ୍କ ପାଇଁ ନିର୍ଦ୍ଧିଷ୍ଟ ବ୍ୟବସ୍ଥା କରିବାକୁ କହିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ