ପୁରୀ: ଦୋଳେ ଚ ଦୋଳଗୋବିନ୍ଦମ, ଚାପେ ଚ ମଧୁସୁଦନମ୍ । ରଥେ ତୁ ବାମନମ ଦୃଷ୍ଟ୍ଵା ,ପୁର୍ନଜନ୍ମ ନ ଲଭ୍ୟତେ’ । ଲୀଳାମୟ ଶ୍ରୀଜଗନ୍ନାଥ ପତିତଜନଙ୍କୁ ଉଦ୍ଧାରିବା ପାଇଁ ରଥାରୁଢ଼ ହୋଇ ବଡଦାଣ୍ଡରେ ଭକ୍ତଙ୍କ ମେଳରେ ଯାତ୍ରା କରିବେ । ବିନା ଭକ୍ତରେ କୋରୋନା କାଳରେ ଚାଲିଛି କାଳିଆର ରଥଯାତ୍ରା । ଶ୍ରୀମନ୍ଦିରରେ ଆରମ୍ଭ ହେଲା ପହଣ୍ଡି ବିଜେ ନୀତି । ପ୍ରଥମେ ପ୍ରଭୁ ସୁଦର୍ଶନଙ୍କ ପହଣ୍ଡି ହେଲା । ଶୂନ୍ୟ ପହଣ୍ଡିରେ ଆସି ଦର୍ପଦଳନ ରଥରେ ବିରାଜିଛନ୍ତି ଚକ୍ରରାଜ ।
ପ୍ରଭୁଙ୍କ ଆଗମନ ସୂଚନା ନିମନ୍ତେ ଶ୍ରୀସୁଦର୍ଶନ ଆଗରେ ଆସନ୍ତି । ତେବେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆୟୁଧ ହେଉଛନ୍ତି ସୁଦର୍ଶନ । ଶ୍ରୀ ସୁଦର୍ଶନଙ୍କ ଆକୃତି ସ୍ତମ୍ବାକାର । ସେଥିପାଇଁ ସୁଦର୍ଶନଙ୍କ ପହଣ୍ଡି କ୍ଷିପ୍ର ହୁଏ । ସୁଦର୍ଶନ ସାତ ପାହାଚରେ ପହଞ୍ଚିଲେ ବଳଭଦ୍ରଙ୍କ ରୁନ୍ଧାଫିଟେ । ଦେବୀ ସୁଭଦ୍ରାଙ୍କ ରଥରେ ବିରାଜମାନ କରିଥାନ୍ତି ଚକ୍ରରାଜ ସୁଦର୍ଶନ । ଚକ୍ରରାଜଙ୍କ ପରେ ବଳଭଦ୍ରଙ୍କ ପହଣ୍ଡି ବିଜେ ଆରମ୍ଭ ।
ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ