ETV Bharat / state

ପବିତ୍ର ଶ୍ରୀପଞ୍ଚମୀ: ରଥଯାତ୍ରା ନିମନ୍ତେ ରଥକାଠ ଅନୁକୂଳ ନୀତି ଅନୁଷ୍ଠିତ

ରଥ ଯାତ୍ରା ନିମନ୍ତେ ରଥ କାଠ ଅନୁକୂଳ ନୀତି ଅନୁଷ୍ଠିତ । ମନ୍ଦିର କାର୍ଯ୍ୟାଳୟ ସାମନାରେ ରଥ ଖଳାର ଏହି ନୀତି ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ

author img

By

Published : Jan 26, 2023, 11:02 PM IST

ratha katha anukula ritual
ratha katha anukula ritual
ratha katha anukula ritual

ପୁରୀ: ପବିତ୍ର ଶ୍ରୀପଞ୍ଚମୀ ତିଥିରେ 2023 ରଥ ଯାତ୍ରା ନିମନ୍ତେ ରଥ କାଠ ଅନୁକୂଳ ନୀତି ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ମନ୍ଦିର କାର୍ଯ୍ୟାଳୟ ସାମନାରେ ରଥ ଖଳାର ଏହି ନିତି ଅନୁଷ୍ଠିତ ହୋଇଛି। ଏଥିପାଇଁ ନୟାଗଡ ବନଖଣ୍ଡରୁ ଆସିଥିବା କାଠ ମଧ୍ୟରୁ ତିନିଖଣ୍ଡ ୧୨ ଫୁଟିଆ ଧଉରା କାଠକୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ରଖାଯାଇ ସନ୍ଧ୍ୟାରେ ପୂଜାପାଠ କରାଯାଇଛି । ପରମ୍ପରା ଅନୁସାରେ ରାଜପୁରୋହିତ ଓ ଶ୍ରୋତୀୟ ବ୍ରାହ୍ମଣଙ୍କ ଦ୍ୱାରା ମା ସରସ୍ବତୀଙ୍କ ନିକଟରେ ସ୍ବତନ୍ତ୍ର ପୂଜା କରାଯିବା ପରେ ରଥଖଳାରେ ତିନିଖଣ୍ଡ ଧଉରା କାଠକୁ ରାଜଗୁରୁ ଓ ବ୍ରାହ୍ମଣ ମାନେ ବନ୍ଦାପନା ସହିତ ପୂଜା କରିଥିଲେ। ପଞ୍ଚାମୃତ, ପୁଷ୍ପ, ନଡିଆ ଓ ମହାପ୍ରଭୁଙ୍କ ମହାପ୍ରସାଦ ଅର୍ପଣ କରାଯାଇ ନୀତି କାଠ କୁ ପୂଜା କରାଯାଇଛି।

ତେବେ ଚଳିତବର୍ଷ ରଥଯାତ୍ରା କିଭଳି ଶାନ୍ତି ଶୃଙ୍ଖଳାର ସହିତ ସମାପନ ହେବ ସେନେଇ ଶ୍ରୀଜୀଉଙ୍କ ନିକଟରେ ପ୍ରାର୍ଥନା କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ର ବରିଷ୍ଠ ଅଧିକାରୀ, ପୁରୀ ଜିଲ୍ଲାପାଳ, ଏସପି ଙ୍କ ସମେତ ଅନେକ ବରିଷ୍ଠ ସେବାୟତ ଏହି ରଥ କାଠ ଅନୁକୂଳ ନୀତିରେ ଉପସ୍ଥିତ ରହିଥିଲେ। ପୂଜା ସରିବା ପରେ କାଠ କୁ ମୁଣ୍ଡିଆ ମାରି ଚଳିତ ବର୍ଷ ରଥ ଯାତ୍ରା ଭଲରେ ହେଉ ବୋଲି ପ୍ରାର୍ଥନା କରାଯାଇଛି। ସେହପରି ରଥ କାଠ ଅନୁକୂଳ ନିତି ଦେଖିବା ପାଇଁ ଶହ ଶହ ଭକ୍ତ ଙ୍କ ଭିଡ଼ ହୋଇ ଥିଲା ପୂଜାସ୍ଥଳରେ। ଜୟ ଜଗନ୍ନାଥ ଧ୍ବନିରେ ବଡ ଦାଣ୍ଡ ପ୍ରକମ୍ପିତ ହୋଇ ଥିଲା ।

ଆସନ୍ତା ରାମନବମୀ ତିଥିରେ ରଥ କାଠ ଚିରଟ ପ୍ରକ୍ରିୟା ଆରମ୍ଭ କରାଯିବାର ବିଧି ରହିଛି। ରଥ ନିର୍ମାଣ ପାଇଁ ମୋଟ ୮୬୫ ଖଣ୍ଡ କାଠର ଆବଶ୍ୟକତା ଥିବାବେଳେ ପୂର୍ବ ବର୍ଷରୁ ଶ୍ରୀମନ୍ଦିର ପ୍ରଶାସନ ପାଖରେ ୧୧୮ ଖଣ୍ଡ କାଠ ମହଜୁଦ ଅଛି । ଅବଶିଷ୍ଟ ୭୪୭ ଖଣ୍ଡ କାଠ ନୟାଗଡ ଓ ବୌଦ୍ଧ ବନଖଣ୍ଡରୁ ଅଣାଯିବ। ଏଥିସହ ଗତ ୨୧ ତାରିଖ ସନ୍ଧ୍ୟାରେ ତିନୋଟି ଟ୍ରକରେ ପ୍ରଥମ ପର୍ଯ୍ୟାୟ ରେ ୧୦୪ ଖଣ୍ଡ କାଠ ପୁରୀରେ ଆସି ପହଞ୍ଚିଛି। ସେଥି ମଧ୍ୟରୁ ତିନୋଟି ୧୨ ଫୁଟିଆ ଧଉରା କାଠକୁ ଆଜି ପୂଜାର୍ଚ୍ଚନା କରାଯିବ। ପର୍ଯ୍ୟାୟ କ୍ରମେ ରଥ ନିର୍ମାଣ ପାଇଁ କାଠ ଟ୍ରକ୍ ରେ ଆଗାମୀ ଦିନରେ ପୁରୀକୁ ଅଣାଯିବ। ଆସନ୍ତା ଅକ୍ଷୟ ତେବେ ତୃତୀୟା ତିଥି ରେ ତିନି ରଥ ନିର୍ମାଣ ର ଶୁଭାରମ୍ଭ ହେବାକୁ ଥିବା ବେଳେ ରଥ ଖଳା ରେ ନୀତି ରଥ ମହାରଣା ସ୍ଵତନ୍ତ୍ର ପୂଜାର୍ଚ୍ଚନା କରିବା ପରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଚଳିତ ବର୍ଷ ରଥଯାତ୍ରା ବିନା ବାଧା ରେ ଶାନ୍ତି ଶୃଙ୍ଖଳା ରେ ହେବା ନେଇ ମହାପ୍ରଭୁ ଙ୍କୁ ପ୍ରାର୍ଥନା କରିଛନ୍ତି ଭକ୍ତ ଓ ସେବାୟତ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.