ETV Bharat / state

ଶ୍ରୀମନ୍ଦିର ରୂପା କବାଟରେ ସ୍ଥାନ ପାଇବ ରଘୁରାଜପୁରର ଚିତ୍ରକଳା - ଜଗନ୍ନାଥ ମନ୍ଦିର ରୂପା କବାଟ

ପୁରୀ ଶ୍ରୀମନ୍ଦିରରେ ହେବାକୁ ଥିବା ରୂପା ଦ୍ବାରରେ ରଘୁରାଜପୁରର ଚିତ୍ରକଳା ସ୍ଥାନପାଇବ । ଏନେଇ ଏକ ସ୍ବତନ୍ତ୍ର ଟିମ୍ ରଘୁରାଜପୁର ଯାଇ ଅନୁଧ୍ୟାନ କରିଛନ୍ତି । ଅଧିକ ପଢନ୍ତୁ...

ଶ୍ରୀମନ୍ଦିର ରୂପା କବାଟରେ ସ୍ଥାନ ପାଇବ ରଘୁରାଜପୁରର ଚିତ୍ରକଳା

author img

By

Published : Nov 10, 2020, 10:58 PM IST

ପୁରୀ: ଶ୍ରୀମନ୍ଦିର ରୂପା କବାଟରେ ସ୍ଥାନ ପାଇପାରେ ଐତିହ ଶିଳ୍ପୀର ଗ୍ରାମ ରଘୁରାଜପୁରର ଚିତ୍ରକଳା । ଶ୍ରୀମନ୍ଦିରରେ ଆଠଗୋଟି ଦ୍ୱାରରେ ରୂପା ଛାଉଣୀ ହେବାକୁ ଥିବାବେଳେ ଏଥିରେ ଶିଳ୍ପୀ ଗ୍ରାମ ରଘୁରାଜ ପୁରର ଉତ୍କଳୀୟ କାରୁକାର୍ଯ୍ୟ ପୂର୍ଣ୍ଣ ଡିଜାଇନ ରହିବା ନେଇ ଆଜି(ମଙ୍ଗଳବାର) ସ୍ୱତନ୍ତ୍ର ଟିମ ଅନୁଧ୍ୟାନ କରିଛି | ଓଡ଼ିଆ କଳା ସଂସ୍କୃତି ତଥା ଧାର୍ମିକ ଭାବନା ଓ ଶ୍ରୀମନ୍ଦିର ଵିଧି ପରମ୍ପରାକୁ ନଜରରେ ରଖି ଡିଜାଇନ ଚୟନ ନେଇ ଲକ୍ଷ ରଖାଯାଇଛି | ଆସନ୍ତା 19 ତାରିଖ ଦିନ ବୈଠକରେ ଡିଜାଇନ ଚୂଡାନ୍ତ ନେଇ ନିଷ୍ପତି ନିଆଯିବ ।

ଶ୍ରୀମନ୍ଦିର ରୂପା କବାଟରେ ସ୍ଥାନ ପାଇବ ରଘୁରାଜପୁରର ଚିତ୍ରକଳା

ଅନ୍ୟପଟେ ଏ ପର୍ଯ୍ୟନ୍ତ ଦୁଇ ଦୁଇଟି ବୈଠକରେ କବାଟର ଡିଜାଇନ ଅନୁମୋଦିତ ହୋଇପାରିନାହିଁ | ଗତ ବୈଠକର ନିଷ୍ପତି କ୍ରମେ ଡିଜାଇନ ଚୟନ ନିମନ୍ତେ ସ୍ୱତନ୍ତ୍ର ଦଳ ଶିଳ୍ପୀ ଗ୍ରାମ ରଘୁରାଜପୁର ଗସ୍ଥ କରି ଶିଳ୍ପୀମାନଙ୍କର ବିଭିର୍ଣ୍ଣ ଡିଜାଇନ ଅନୁଧ୍ୟାନ କରିଛନ୍ତି | ଶତାଧିକ ଡିଜାଇନର ଫଟୋଚିତ୍ର ନିଆଯାଇ ଥିବାବେଳେ ସେଥିମଧ୍ୟରୁ କେଉଁ ଡିଜାଇନଟି ଚୂଡାନ୍ତ ହେବ ତାହା ଆଗାମୀ 19 ତାରିଖ ବୈଠକରେ ଆଲୋଚନା ପରେ ତର୍ଜମା କରାଯିବ | ବିଶେଷ କରି ବିଭିନ୍ନ ପ୍ରକାରର ଉତ୍କଳୀୟ ପରମ୍ପରା ଓ କାରୁକାର୍ଯ୍ୟକୁ ନେଇ ଡିଜାଇନଗୁଡିକ ଚୟନ କରାଯାଇଥିବା କମିଟି ସଦସ୍ୟ ମତବ୍ୟକ୍ତ କରିଛନ୍ତି |

ଶ୍ରୀମନ୍ଦିର ପରମ୍ପରା, ଵିଧି, ସଂସ୍କୃତିକୁ ନଜରରେ ରଖି ଡିଜାଇନଗୁଡିକ ନିର୍ଣ୍ଣୟ କରାଯାଉଥିବା ବିଶେଷତଃ ଡିଜାଇନରେ ଫୁଲ ଓ ପତ୍ର ରହୁଥିବା ଜଣାପଡିଛି | ଯେହେତୁ ଏହି ଡିଜାଇନଗୁଡିକ ଦ୍ୱାରରେ ଲଗାଯିବ ତେଣୁ ଡିଜାଇନରେ କୌଣସି ପଶୁ, ପକ୍ଷୀ ବା ଅନ୍ୟାନ୍ୟ ଜୀବଜନ୍ତୁଙ୍କ ଚିତ୍ର ନରହିବା ସହ ସୁନ୍ଦର କଳାକୃତି ପୂର୍ଣ୍ଣ ଡିଜାଇନ ରଖିବା ନେଇ ସ୍ଥିର କରାଯାଇଛି |
ଶ୍ରୀମନ୍ଦିରର ୮ଟି ଦ୍ବାର ରୂପା ଛାଉଣୀ ହେବ। କାଠ ଫ୍ରେମ ଓ ଡିଜାଇନ ସହ ରୂପା ଛାଉଣୀ ଡିଜାଇନ ଚୂଡ଼ାନ୍ତ ପରେ ଏଏସଆଇକୁ ପ୍ରସ୍ତାବ ଦିଆଯିବ। ଏଏସଆଇ ଦିଲ୍ଲୀ ଡିଜିଙ୍କ ଅନୁମୋଦନ ପରେ ଶ୍ରୀମନ୍ଦିର ୮ ଟି ଦ୍ୱାରା ରୂପା ଛାଉଣୀ କରାଯିବ । ତେବେ ଏଥିରେ ଉତ୍କଳୀୟ ଓ ଶ୍ରୀଜଗନ୍ନାଥ କଳାଶୈଳୀ ଓ ସ୍ଥାପତ୍ୟକୁ ପ୍ରାଧାନ୍ୟତା ଦିଆଯାଇଛି । ଏଥିପାଇଁ ଜଣେ ବଦାନ୍ୟ ବ୍ୟକ୍ତି 25 ଟନ୍ ରୂପା ଦାନ ଆକାରରେ ଦେଉ ଥିବାବେଳେ ମୁମ୍ବାଇରୁ ଆସି ସ୍ୱତନ୍ତ୍ର କାରିଗର ଏହି କବାଟ ନିର୍ମାଣ କରିବେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.