ETV Bharat / state

Raghubar Das Visits Puri: ମହାପ୍ରଭୁଙ୍କ ଶରଣରେ ନୂଆ ରାଜ୍ୟପାଳ, ରାଜ୍ୟବାସୀଙ୍କ ଉନ୍ନତି ପାଇଁ କଲେ କାମନା - ପୁରୀରେ ରଘୁବର ଦାସ

ଆସନ୍ତାକାଲି ଶପଥ ଗ୍ରହଣ ସମାରୋହ ପୂର୍ବରୁ ମହାପ୍ରଭୁଙ୍କୁ ଆଶୀର୍ବାଦ ନେଲେ ଓଡ଼ିଶାର ନୂଆ ରାଜ୍ୟପାଳ ରଘୁବର ଦାସ । ରାଜ୍ୟବାସୀଙ୍କ ଉନ୍ନତି ପାଇଁ କାମନା କରିଥିବା କହିଲେ । ଅଧିକ ପଢନ୍ତୁ

Raghubar Das visits Puri Sri Mandir
Raghubar Das visits Puri Sri Mandir
author img

By ETV Bharat Odisha Team

Published : Oct 30, 2023, 3:59 PM IST

Updated : Oct 30, 2023, 4:18 PM IST

ମହାପ୍ରଭୁଙ୍କ ଶରଣରେ ନୂଆ ରାଜ୍ୟପାଳ, ରାଜ୍ୟବାସୀଙ୍କ ଉନ୍ନତି ପାଇଁ କଲେ କାମନା

ପୁରୀ: ମହାପ୍ରଭୁଙ୍କୁ ଦର୍ଶନ କଲେ ଓଡ଼ିଶାର ନୂଆ ରାଜ୍ୟପାଳ ରଘୁବର ଦାସ । ନିଜ ପରିବାର ଲୋକଙ୍କ ସହ ଆସି ମହାପ୍ରଭୁଙ୍କୁ ଦର୍ଶନ କରି ସାନିଧ୍ୟ ଲାଭ କରିଛନ୍ତି । କୋଟି ଓଡ଼ିଆଙ୍କ ମଉଡ଼ମଣି ମହାପ୍ରଭୁଙ୍କ ଦର୍ଶନ ପାଇ ନିଜକୁ ବେଶ ସୌଭାଗ୍ୟଶାଳୀ ମନେ କରିଥିବା ରାଜ୍ୟପାଳ କହିଛନ୍ତି । ଆଗାମୀ ଦିନରେ ସେ ଓଡ଼ିଶାବାସୀଙ୍କ ସେବକ ଭାବେ କାର୍ଯ୍ୟ କରିବେ ବୋଲି କହିଛନ୍ତି । ତେବେ ଆସନ୍ତାକାଲି (ମଙ୍ଗଳବାର) ରଘୁବର ଦାସ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଶପଥ ପାଠ ଗ୍ରହଣ କରିବେ ।

ମହାପ୍ରଭୁଙ୍କ ଦର୍ଶନ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ରାଜ୍ୟପାଳ ରଘୁବର ଦାସ କହିଥିଲେ, " ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ଗରୀବଙ୍କ ଦେବତା । ଏଣୁ ଓଡ଼ିଶାର କୃଷକ, ଶ୍ରମିକ, ବଞ୍ଚିତ ବର୍ଗଙ୍କ ଉନ୍ନତି କାମନା କରି ମହାପ୍ରଭୁଙ୍କୁ ପ୍ରାର୍ଥନା କରିଛି । ଓଡ଼ିଶା, ଭାରତର ସମୃଦ୍ଧି କାମନା କରିଛି । ଭାରତ ବିଶ୍ବଗୁରୁ ହୋଇଥିବା ଯୋଗୁଁ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଛି । ତେବେ ସମ୍ବିଧାନ ପଦବୀରେ ରହି ଓଡ଼ିଶାବାସୀଙ୍କ ଉନ୍ନତି କିଭଳି ହୋଇପାରିବ ସେ ନେଇ ସବୁବେଳେ କାମ କରିବି । କେନ୍ଦ୍ର ସରକାରଙ୍କ ଗରୀବ କଲ୍ୟାଣ ଯୋଜନା ଯେଭଳି ଲୋକଙ୍କ ନିକଟରେ ପହଞ୍ଚିବ ସେ ନେଇ ସବୁବେଳେ କାର୍ଯ୍ୟ କରିବି । ମହାପ୍ରଭୁ ଏଥିଲାଗି ମୋତେ ଆଶୀର୍ବାଦ ଦିଅନ୍ତୁ । ଓଡ଼ିଶାବାସୀଙ୍କ ସେବା ପାଇଁ ସବୁବେଳେ ପ୍ରସ୍ତୁତ ଏବଂ ସବୁ ବର୍ଗର ଲୋକଙ୍କ ପାଇଁ ରାଜଭବନ ଖୋଲା ରହିବ ।"

ଏହା ବି ପଢନ୍ତୁ- ଶ୍ରୀଜିଉଙ୍କୁ ଦର୍ଶନ କଲେ ଓଡ଼ିଶାର ନୂଆ ରାଜ୍ୟପାଳ ରଘୁବର ଦାସ

ଏହାସହ ସେ ସର୍ବଦା ମହାସେବକ ଭାବେ ଓଡ଼ିଶାବାସୀଙ୍କ ସେବା ପାଇଁ ଆସିଥିବା କହିଛନ୍ତି । ସେପଟେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ରାଜ୍ୟପାଳଙ୍କ ବକ୍ତବ୍ୟକୁ ବେଶ ପ୍ରଶଂସା କରିଛନ୍ତି । ରାଜ୍ୟପାଳ ଜଣେ ଗରୀବ ଘରରୁ ଆସିଥିବାରୁ ସେ ଗରୀବ ଲୋକଙ୍କ ସେବା କରିବେ ବୋଲି ମନମୋହନ ଆଶା ରଖିଛନ୍ତି । ତେବେ ଶ୍ରୀମନ୍ଦିର ଚାରିଦ୍ଵାର ଭକ୍ତଙ୍କ ପାଇଁ ଖୋଲିବା ନେଇ ପ୍ରଶ୍ନ ଉପରେ ମନମୋହନ କହିଥିଲେ, "ସେ ଦାବି ବିଜେପିର ଅଛି । ଦାୟିତ୍ଵ ନେବା ପରେ ଏହି ଦାବିକୁ ନୂଆ ରାଜ୍ୟପାଳଙ୍କୁ ଅବଗତ କରାଯିବ ।"

ରାଜ୍ୟପାଳଙ୍କୁ ଶ୍ରୀମନ୍ଦିରରେ ବୁଲାଇ ଦେଖାଇଥିବା ବରିଷ୍ଠ ସେବାୟତ ମଧୁସୂଦନ ସିଂହାରୀ କହିଛନ୍ତି, "ମହାପ୍ରଭୁଙ୍କ ଦର୍ଶନ ପାଇ ରାଜ୍ୟପାଳ ବେଶ ଖୁସି । ସେ ବିଭିନ୍ନ ଦେବାଦେବୀ ମନ୍ଦିର ବୁଲି ପୂଜାର୍ଚ୍ଚନା କରିବା ସହ ମୁକ୍ତି ମଣ୍ଡପ ଯାଇ ବ୍ରାହ୍ମଣଙ୍କ ଠାରୁ ଆଶୀର୍ବାଦ ନେଇଥିଲେ । ଶ୍ରୀମନ୍ଦିରର ନୀତିକାନ୍ତି ନେଇ ପଚାରି ବୁଝିଥିଲେ ।" ରାଜ୍ୟପାଳ ଶ୍ରୀମନ୍ଦିର ନିକଟରେ ପହଞ୍ଚିବା ପରେ ଶ୍ରୀମନ୍ଦିର ପ୍ରଶାସନ, ପୁରୀ ଜିଲ୍ଲା ପ୍ରଶାସନ ଓ ସେବାୟତ ସ୍ଵାଗତ କରିଥଲେ । ଖଣ୍ଡୁଆ ଓ ପୁଷ୍ପଗୁଚ୍ଛ ଦେଇ ତାଙ୍କୁ ସ୍ଵାଗତ କରାଯାଇଥିଲା ।

ପ୍ରଥମେ ରାଜ୍ୟପାଳ ପ୍ରଭୁ ପତିତପାବନଙ୍କୁ ମୁଣ୍ଡିଆ ମାରି ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିଲେ । ମହାପ୍ରଭୁଙ୍କୁ ରତ୍ନ ସିଂହାସନରେ ଦର୍ଶନ କରିଥଲେ । ପରେ ଶ୍ରୀମନ୍ଦିର ବେଢ଼ା ପରିକ୍ରମା କରିବା ସହ ବିଭିନ୍ନ ଦେବାଦେବୀ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥଲେ । ସକାଳେ ପ୍ରଥମେ ରାଜ୍ୟପାଳ ଟ୍ରେନରେ ଝାଡ଼ଖଣ୍ଡରୁ ଟ୍ରେନରେ ଆସି ସକାଳ ୫ଟା ୦୫ରେ ପୁରୀ ଷ୍ଟେସନରେ ପହଞ୍ଚିଥିଲେ । ଷ୍ଟେସନରୁ ସିଧାସଳଖ ରାଜଭବନ ଯାଇ ବିଶ୍ରାମ ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ ।

ଇଟିଭି ଭାରତ, ପୁରୀ

Last Updated : Oct 30, 2023, 4:18 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.