ETV Bharat / state

ଶ୍ରୀମନ୍ଦିରରେ ରାଧାଷ୍ଟମୀ ନୀତି, ନଗର ପରିକ୍ରମା କଲେ ଚକ୍ରରାଜ ସୁଦର୍ଶନ

ଶ୍ରୀମନ୍ଦିରରେ ରାଧାଷ୍ଟମୀ ନୀତି ଅବସରରେ ଚକ୍ରରାଜ ସୁଦର୍ଶନଙ୍କ ଚଳନ୍ତି ପ୍ରତିମା କଲେ ନଗର ପରିକ୍ରମା । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Sep 23, 2023, 9:02 PM IST

ଶ୍ରୀମନ୍ଦିରରେ ରାଧାଷ୍ଟମୀ ନୀତି
ଶ୍ରୀମନ୍ଦିରରେ ରାଧାଷ୍ଟମୀ ନୀତି
ଶ୍ରୀମନ୍ଦିରରେ ରାଧାଷ୍ଟମୀ ନୀତି

ପୁରୀ: ଶ୍ରୀମନ୍ଦିରରେ ରାଧାଷ୍ଟମୀ ନୀତି ପାଳିତ । ନୀତି ଅବସରରେ ଚକ୍ରରାଜ ସୁଦର୍ଶନଙ୍କ ଚଳନ୍ତି ପ୍ରତିମା କଲେ ନଗର ପରିକ୍ରମା । ସୁଦର୍ଶନ ମହାପ୍ରଭୁ ଶ୍ରୀମନ୍ଦିର ବେଢା ପରିକ୍ରମା କରିବା ପରେ ବାହାରକୁ ତାଙ୍କ ବିମାନ ବାହାରି ନଗର ପରିକ୍ରମା ଓ ପନ୍ତି ଭୋଗ ଖାଇଥିବେ । ପରେ ମହାପ୍ରଭୁଙ୍କ ଭଣ୍ଡାର ରକ୍ଷକ ଓ ହିସାବ ରକ୍ଷକ ଭାବେ ପରିଚିତ ଗୌଡ଼ବାଡ଼ ସାହିରେ ଥିବା ଜମ୍ବେଶ୍ୱର ମହାଦେବ ମନ୍ଦିରକୁ ବିଜେ କରିବେ ।

ସେଠାରେ ଶୀତଳ ଭୋଗ ଓ ପ୍ରସାଦ ଲାଗି ନୀତି ଅନୁଷ୍ଠିତ ହୋଇହେବ । ଜମ୍ବେଶ୍ୱରଙ୍କ ପକ୍ଷରୁ ଜଣେ ପୂଜାପଣ୍ଡା ସାମନ୍ତ ଶ୍ରୀମନ୍ଦିରର ବାର୍ଷିକ ଆୟବ୍ୟୟ ହିସାବ ସୁଦର୍ଶନଙ୍କ ସମ୍ମୁଖରେ ପଢି ନୀତି ସମ୍ପର୍ଣ୍ଣ କରିବେ । ସୁଦର୍ଶନ ମହାପ୍ରଭୁ ଜମ୍ବେଶ୍ୱରଙ୍କ ଠାରୁ ଆୟବ୍ୟୟ ହିସାବ ଆଣିବା ପରେ ସେଠାରୁ ଶ୍ରୀମନ୍ଦିର ପ୍ରତ୍ୟାବର୍ତନ କରିବେ ।

ମଧ୍ୟାହ୍ନ ଧୂପ ଭୋଗ ସରି ପାଣି ପଡିବା ଉତ୍ତରାରେ ପଶୁପାଳକମାନେ ଶ୍ରୀଦେବୀ ଓ ଭୂଦେବୀଙ୍କୁ ବିଜେ କରାଇ ଆଣି ଖଟ ଶେଜ ଘରେ ବିଜେ କରାଇଥାନ୍ତି । ତତ୍ପରେ ଦଇତାପତିମାନେ ସୁଦର୍ଶନଙ୍କୁ ପଣ୍ଡା ଶ୍ରୀଅଙ୍ଗରୁ ଆଜ୍ଞାମାଳ ଦେବା ପରେ ପହଣ୍ଡି କରି ଆଣି ଜଗମୋହନ ଚଉଦୋଳରେ ବିଜେ କରାଇଥାନ୍ତି। ଏଠାରେ ରୁନ୍ଧା କାର୍ଯ୍ୟ ସରି ପାଟପତନୀ ଲାଗି ହୋଇଥାନ୍ତି । ତତ୍ପରେ ବିମାନବଡୁ ସେବକ ଚଉ ଦୋଳକୁ ମୁକ୍ତିମଣ୍ଡପ ନିକଟକୁ ନେଇଥାନ୍ତି। ସେଠାରେ ଶ୍ରୀ ସୁଦର୍ଶନଙ୍କୁ ସୁବର୍ଣ୍ଣ ହରିଡ଼ାମାଳ , କମର ପଟି , ଦୟଣାମାଳି ସେବକ ଦେଇଥିବା ଚୁଳ ଲାଗି କରିଥାନ୍ତି । ତତ୍ପରେ ଶ୍ରୀ ସୁଦର୍ଶନ ବଡ଼ଦେଉଳର ଏକ ବେଢା଼ କରି ସିଂହଦ୍ୱାର ଦେଇ ଆଶ୍ରମ ବିଜେ କରିଥାନ୍ତି ।

ଏହା ମଧ୍ୟ ପଢନ୍ତୁ...ଆଜି ଶ୍ରୀମନ୍ଦିରରେ ଋଷି ପଞ୍ଚମୀ ନୀତି: ଜାଣନ୍ତୁ ଏହାର ମାହାତ୍ମ୍ୟ

ସେଠାରେ ପ୍ରସାଦ ଲାଗି ହୋଇ ଶୀତଳ ଭୋଗ ବନ୍ଦାପନା ହୋଇଥାଏ ଏବଂ ସୁଦର୍ଶନ ବାହୁଡା ବିଜେ କରାଇବେ । ପାଳିଆ ମେକାପ ସିଂହାସନ ପୋଛା ସରିବା ପରେ ଚାରି ବାଡ଼ରେ ମହାସ୍ନାନ ବଢିବା ପରେ ପାଳିଆ ପଶୁପାଳକ ଶ୍ରୀଦେବୀ ଓ ଭୂଦେବୀଙ୍କୁ ସିଂହାସନ ବିଜେ କରାଇବେ । ସନ୍ଧ୍ୟା ଆଳତି, ସନ୍ଧ୍ୟା ଧୂପ ବଢିବା ପରେ ସୁଦର୍ଶନ ବାଡରେ ପ୍ରସାଦ ଲାଗି ସହ ବନ୍ଦାପନା ହେବେ । ଗତକାଲି ରାତିରେ ଶ୍ରୀମନ୍ଦିରରେ କେକେସି ରାକ୍ଷସ ବଦ୍ଧ ନୀତି ଅନୁଷ୍ଠିତ ହେବ । ତେବେ ଆଜି ପବିତ୍ର ରାଧାଷ୍ଟମୀ ସହିତ ଶନିବାର ଥିବା ହେତୁ ଭକ୍ତଙ୍କ ଗହଳି ଜମିଛି । ହଜାର ହଜାର ଭକ୍ତ ସକାଳୁ ସକାଳୁ ମହାପ୍ରଭୁଙ୍କ ସାନିଧ୍ୟ ଗ୍ରହଣ କରିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.