ETV Bharat / state

ଶ୍ରୀକ୍ଷେତ୍ରରେ ଉତ୍କଟ ହେବ ଜଳ ସଙ୍କଟ ! ମୁକାବିଲା ପାଇଁ ତୟାରୀ ଆରମ୍ଭ - ପୁରୀ ଆଗାମୀ କିଛି ବର୍ଷ ରେ ଦେଖା ଦେବ ଉତ୍କଟ

ପୁରୀରେ ଆଗାମୀ କିଛି ବର୍ଷ ରେ ଦେଖା ଦେବ ଉତ୍କଟ ଜଳ ସଙ୍କଟ । ମୁକାବିଲା ନେଇ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି । ଅଧିକ ପଢ଼ନ୍ତୁ

ପୁରୀରେ ଆଗାମୀ କିଛି ବର୍ଷ ରେ ଦେଖା ଦେବ ଉତ୍କଟ ଜଳ ସଙ୍କଟ

author img

By

Published : Feb 11, 2023, 10:32 PM IST

ପୁରୀରେ ଉତ୍କଟ ଜଳ ସଙ୍କଟ !

ପୁରୀ: ଆଉ ମାତ୍ର କିଛି ବର୍ଷ ପରେ ଶ୍ରୀକ୍ଷେତ୍ର ତଥା ପୁରୀବାସୀ ପାନୀୟ ଜଳ ଟୋପାଏ ପାଇଁ ସଙ୍କଟର ସମ୍ମୁଖୀନ ହେବାର ଆଶଙ୍କା ରହିଛି। ବିଶେଷ କରି ସମୁଦ୍ର କୂଳରେ ଥିବାବେଳେ ଏହାର ଭୂତଳ ଜଳ ସମ୍ପୂର୍ଣ୍ଣ ଲବଣାକ୍ତ । ତେଣୁ ଏହା ପିଇବା ପାଇଁ ସମ୍ପୂର୍ଣ୍ଣ ଅନୁପଯୁକ୍ତ। ତେବେ ତାଳବଣିଆ ଅଞ୍ଚଳରେ ଥିବା ଏକମାତ୍ର ମଧୁର ଭୂତଳ ଜଳ ଭଣ୍ଡାରରୁ ଜଳସ୍ତର ମଧ୍ୟ ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି। ସୁଦୂର କଟକ ମୁଣ୍ଡଳି ବ୍ୟାରେଜରୁ ଜଳ ଛଡାଗଲେ ପୁରୀ ବାସୀ ପାନୀୟ ଜଳ ପାଉଛନ୍ତି। ମୁଣ୍ଡଳୀ ବ୍ୟାରେଜରୁ ଛଡ଼ା ଯାଉଥିବା ଜଳ ମେନ୍‌ କେନାଲ୍ ଦେଇ ଭାର୍ଗବୀ ନଦୀରେ ପ୍ରବେଶ କରିବା ପରେ ଏହାର ଶାଖା ନଦୀ ଧଉଡିଆ ଦେଇ ଏହା ପୁରୀରେ ପ୍ରବେଶ କରୁଛି।

ମଙ୍ଗଳାଘାଟ ଠାରେ ଥିବା ଜଳ ବିଶୋଧନ ଗାରରେ ଏହାକୁ ବିଶୋଧନ କରାଯିବା ପରେ ପୁରୀ ସହରବାସୀଙ୍କୁ ଏହା ପାନୀୟ ଜଳ ଭାବେ ଯୋଗାଇ ଦିଆଯାଉଛି। ତେବେ ପାଣିପାଗରେ ଧିରେ ଧିରେ ପରିବର୍ତ୍ତନ ହେଉଥିବାବେଳେ ମୁଣ୍ଡଳୀ ଠାରୁ ଆସୁଥିବା ପାଣି ମଧ୍ୟ ଠିକ୍ ପରିମାଣରେ ପୁରୀରେ ପହଞ୍ଚି ପାରୁନାହିଁ। ଏଣୁ ପୁରୀ ସହର ବାସୀ ପାନୀୟ ଜଳର ଅପଚୟ ନରୋକିଲେ ଖୁବଶୀଘ୍ର ଏଭଳି ଦିନ ଆସିବ ଟୋପାଏ ପାନୀୟ ଜଳ ପାଇଁ ସହରବାସୀ କଲବଲ ହେବେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ବୁଦ୍ଧିଜୀବୀ ଓ ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ।

ପୁରୀ ମଙ୍ଗଳାଘାଟରେ ଥିବା ଜନସ୍ବାସ୍ଥ୍ୟ ବିଭାଗର ଅତ୍ୟାଧୁନିକ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟରେ ଜଳକୁ ବିଶୋଧନ କରାଯାଇ ୨ଲକ୍ଷ ୬୭ ହଜାର ଜନସଂଖ୍ୟା ବିଶିଷ୍ଟ ପୁରୀ ପୌରାଞ୍ଚଳକୁ ଦୈନିକ ୪୦ ଏମ୍ ଏଲ୍ ଡି ତଥା ୪ ଶହ ଲକ୍ଷ ଲିଟର ପାନୀୟ ଜଳ ଯୋଗାଣ ହେଉଛି । ଦୁଇଟି ବଡ଼ କୃତିମ ପୋଖରୀରେ ପାନୀୟ ଜଳକୁ ଗଛିତ କରାଯାଇ ସେହି ଜଳକୁ ବିଶୋଧନ ପରେ ପୁରୀ ସହରକୁ ୧୯ଟି ଓଭର ହେଡ୍ ଟାଙ୍କି ଦ୍ବାରା ଯୋଗାଣ ହେଉଛି।

ତେବେ ଆଗାମୀ ଦିନରେ ସହରରେ ଜଳ ସଙ୍କଟକୁ ଦୃଷ୍ଟିରେ ରଖି ଏହାର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ଜନସ୍ବାସ୍ଥ୍ୟ ବିଭାଗ। ଆଗାମୀ ୨୦୨୫ ମସିହା ସୁଦ୍ଧା ଆଉ ଏକ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ କରାଯାଇ ପୁରୀ ସହରକୁ ଆହୁରି ୪୦୦ ଲକ୍ଷ ଲିଟର ପାନୀୟ ଜଳ ଯୋଗାଣ ପାଇଁ ସରକାର ଯୋଜନା ଆରମ୍ଭ କରିଥିବା ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଏହାଦ୍ବାରା ଆଗାମୀ ୨୦୪୦ ମସିହା ପର୍ଯ୍ୟନ୍ତ ସହରକୁ ପାନୀୟ ଜଳ ଯୋଗାଣରେ କୌଣସି ସଙ୍କଟ ସୃଷ୍ଟି ହେବ ନାହିଁ ବୋଲି ସରକାରଙ୍କ ପକ୍ଷରୁ ଆଶା ରଖାଯାଇଛି। ପୁରୀ ସହରରେ ପାନୀୟ ଜଳଯୋଗାଣ ନେଇ ଆଗାମୀ ଦିନରେ ପରିସ୍ଥିତି ଅସମ୍ଭାଳ ହେବା ପୂର୍ବରୁ ସରକାର ଏହାର ମୁକାବିଲା ନେଇ ସମ୍ପୁର୍ଣ୍ଣ ପ୍ରସ୍ତୁତ ଅଛନ୍ତି।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.