ETV Bharat / state

Chhatisa Nijog Meeting: ପୁରୀ ବାସିନ୍ଦାଙ୍କ ପାଇଁ ଖୋଲିପାରେ ଶ୍ରୀମନ୍ଦିରର ଆଉ ଏକ ଦ୍ବାର

author img

By

Published : Jul 21, 2023, 10:54 PM IST

ସବୁକୁ ନେଇ ଏକ ସବ କମିଟି ଗଠନ କରାଯାଇଛି । ସବ କମିଟି ବୈଠକ ବସିବା ପରେ ନିଷ୍ପତ୍ତି ସମ୍ପର୍କରେ ଜଣାଯିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ବୈଠକ ପରେ ଏହି ସୂଚନା ଦେଇଛନ୍ତି। ତେବେ ଖୁବଶୀଘ୍ର ପୁରୀବାସୀଙ୍କ ପାଇଁ ପଶ୍ଚିମ କିମ୍ବା ଦକ୍ଷିଣ ଦ୍ଵାର ଖୋଲିବାର ସମ୍ଭାବନା ରହିଛି। ଓବିସିସି ପକ୍ଷରୁ ହେଉଥିବା ଯାତ୍ରୀ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ସାରିବାକୁ ପରାମର୍ଶ ଦିଆଯାଇଛି। ଶ୍ରୀମନ୍ଦିର ଚାରି ଦ୍ଵାର ଖୋଲିବା ନେଇ ସେବାୟତଙ୍କ ଭିନ୍ନଭିନ୍ନ ପ୍ରସ୍ତାବ ଆସିଥିବାରୁ ସବ କମିଟି ବୈଠକରେ ସମସ୍ତ ଦିଗକୁ ନେଇ ତର୍ଜମା ପରେ ଶ୍ରୀମନ୍ଦିର ଚାରି ଦ୍ଵାର କିଭଳି ଓ କେବେ ଖୋଲିବ ତାହା ସ୍ପଷ୍ଟ ହେବ। ଅଧିକ ପଢନ୍ତୁ

ପୁରୀ ବାସିନ୍ଦାଙ୍କ ପାଇଁ ଖୋଲିପାରେ ଶ୍ରୀମନ୍ଦିରର ଆଉ ଏକ ଦ୍ବାର

ପୁରୀ: ପୁରୀ ବାସିନ୍ଦାଙ୍କ ପାଇଁ ଶ୍ରୀମନ୍ଦିର ଚାରିଦ୍ଵାର ଖୋଲିବା ନେଇ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ରେ ଆଲୋଚୋନା ହୋଇଛି । ଦ୍ଵାର ଖୋଲିବା ସମ୍ପର୍କରେ ତର୍ଜମା ପାଇଁ ଗଠନ ହେଲା କମିଟି । ଶ୍ରୀମନ୍ଦିର ଚାରି ଦ୍ଵାର କେବେ ଖୋଲିବ ତାହା ସ୍ପଷ୍ଟ ହୋଇନାହିଁ। ଆଜି ବସିଥିବା ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ଶେଷ ହୋଇଥିଲେ ମଧ୍ୟ ସିଂହଦ୍ଵାର ବ୍ୟତୀତ ଅନ୍ୟ କେଉଁ ଦ୍ଵାର ଖୋଲିବ ସେ ନେଇ କୌଣସି ନିଷ୍କର୍ଷ ବାହାରି ପାରିନାହିଁ । ବୈଠକରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ନେଇ ବିସ୍ତୃତ ଭାବେ ଆଲୋଚନା ସହ ଅନେକ ମତାମତ ଆସିଛି।

ଏହାବି ପଢନ୍ତୁ- ନିଳାଦ୍ରୀ ବିଜେ ପରଠୁ ହୋଇନାହିଁ ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର, ଭକ୍ତ ମହଲରେ ଅସନ୍ତୋଷ

ସବୁକୁ ନେଇ ଏକ ସବ କମିଟି ଗଠନ କରାଯାଇଛି । ସବ କମିଟି ବୈଠକ ବସିବା ପରେ ନିଷ୍ପତ୍ତି ସମ୍ପର୍କରେ ଜଣାଯିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ବୈଠକ ପରେ ଏହି ସୂଚନା ଦେଇଛନ୍ତି। ତେବେ ଖୁବଶୀଘ୍ର ପୁରୀବାସୀଙ୍କ ପାଇଁ ପଶ୍ଚିମ କିମ୍ବା ଦକ୍ଷିଣ ଦ୍ଵାର ଖୋଲିବାର ସମ୍ଭାବନା ରହିଛି।

ଓବିସିସି ପକ୍ଷରୁ ହେଉଥିବା ଯାତ୍ରୀ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ସାରିବାକୁ ପରାମର୍ଶ ଦିଆଯାଇଛି। ଶ୍ରୀମନ୍ଦିର ଚାରି ଦ୍ଵାର ଖୋଲିବା ନେଇ ସେବାୟତଙ୍କ ଭିନ୍ନଭିନ୍ନ ପ୍ରସ୍ତାବ ଆସିଥିବାରୁ ସବ କମିଟି ବୈଠକରେ ସମସ୍ତ ଦିଗକୁ ନେଇ ତର୍ଜମା ପରେ ଶ୍ରୀମନ୍ଦିର ଚାରି ଦ୍ଵାର କିଭଳି ଓ କେବେ ଖୋଲିବ ତାହା ସ୍ପଷ୍ଟ ହେବ। ଅନ୍ୟପଟରେ ଶ୍ରୀମନ୍ଦିରରେ ଆସନ୍ତା ବୁଧବାର ବନକ ଲାଗି କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ନୀଳାଦ୍ରି ଭକ୍ତନିବାସରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିବା ଛତିଶାନିଯୋଗ ବୈଠକରେ ପୁରୀ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ, ଏସପି,ସମସ୍ତ ନିଯୋଗର ସେବାୟତ ପ୍ରତିନିଧି, ପରିଚାଳନା କମିଟିର ସମସ୍ତ ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ରହିବେ। ଆଜି ଛତିଶା ନିଯୋଗ ବୈଠକରେ ଗଠନ କରାଯାଇଥିବା ସବ କମିଟିରେ ବରିଷ୍ଠ ସେବାୟତଙ୍କ ସହ ଉପ ଜିଲ୍ଲାପାଳ ପୋଲିସ ଓ ପ୍ରଶାସନିକ ଅଧିକାରୀ ରହିଛନ୍ତି ।

ଶ୍ରୀମନ୍ଦିର ଚାରିଦ୍ବାର ପୁରୀ ବାସୀ ଙ୍କ ପାଇଁ ଖୋଲିବାକୁ ପୂରୀ ବିଧାୟକ ଙ୍କ ସମେତ ବିଭିନ୍ନ ଅନୁଷ୍ଠାନ ଦାବି କରିଆସୁଛନ୍ତି । ଏନେଇ ଜିଲ୍ଲାପାଳଙ୍କୁ ଦାବି ପତ୍ର ଦିଆଯାଇଛି। ଦାବି ପୂରଣ ନ ହେଲେ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି ପୁରୀ ର ବିଭିନ୍ନ ସଙ୍ଗଠନ। ଏଣୁ ପୁରୀବାସୀଙ୍କ ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ ଶ୍ରୀମନ୍ଦିରର ପଶ୍ଚିମ, ଦକ୍ଷିଣ, ଓ ଉତ୍ତର ଦ୍ଵାରକୁ ଖୋଲିବାକୁ ପ୍ରଶାସନ ବିଚାର କରୁଛି।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.