ପୁରୀ: ପୁରୀରେ ସାମୁଦ୍ରିକ ଝଡ଼ ‘ଫନି’ ଲାଣ୍ଡଫଲ୍ କରିବ । ତେବେ ଏହା ପୂର୍ବରୁ ଏହାର ପ୍ରଭାବ ଦେଖିବାକୁ ମିଳିଛି। ପବନ ବଢିବା ଯୋଗୁଁ ଶ୍ରୀମନ୍ଦିର ନୀଳଚକ୍ରର ପତିତପାବନ ବାନା ସକାଳୁ ଉଡିଯାଇଛି। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଭୟ ଓ ବିଭିନ୍ନ ଆଶଙ୍କା ବଢ଼ିବାରେ ଲାଗିଛି।
ସୂଚନା ଅନୁଯାୟୀ, ଶ୍ରୀମନ୍ଦିରର ଚୁନରା ସେବକ ମେ 1ରୁ 5 ତାରିଖ ପର୍ଯ୍ୟନ୍ତ ନୀଳଚକ୍ରରେ ସର୍ବାଧିକ 5 ହାତ ଲମ୍ବର ଗୋଚିଏ ଧ୍ବଜା ବାନ୍ଧିବା ପାଇଁ ଆଦେଶ ଦେଇଛନ୍ତି। ଏହାଛଡା ଜରୁରୀ ପରିସ୍ଥିତିରେ ଶ୍ରୀଜିଉଙ୍କ ନୀତି ବ୍ୟାହତ ନହେବା ପାଇଁ ଏହି ଲମ୍ବର ଆଉ ଏକ ଧ୍ବଜା ନୀଳଚକ୍ରରେ ଶକ୍ର ଭାବରେ ଗୁଢାଇ ରଖିବା ପାଇଁ ଆଦେଶ ଦିଆଯାଇଛି ।
କିନ୍ତୁ ସୁପରଭାଇଜର ଏହି ଦିନମାନଙ୍କରେ କୋଣସି ଧ୍ବଜା ବନ୍ଧା ରସିଦ୍ କାଟିବେ ନାହିଁ ବୋଲି ମଧ୍ୟ କୁହାଯାଇଛି । ଏପଟେ ଲୋକମାନେ ବାତ୍ୟା ଫନି ଯୋଗୁଁ କ୍ଷତିଗ୍ରସ୍ତରୁ ରକ୍ଷା ନେଇ ସମସ୍ତେ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଛନ୍ତି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ