ETV Bharat / state

ଗଡୁଛି ସମୟ ସରୁନି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ

ଧାର୍ଯ୍ୟ ସମୟ ଚାଲିଯାଇଥିଲେ ବି ଶେଷ ହୋଇନି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ । ଅସନ୍ତୋଷ ପ୍ରକାଶ କଲେ ସ୍ଥାନୀୟ ବାସିନ୍ଦା ଓ ଭକ୍ତ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Oct 1, 2023, 4:20 PM IST

puri sri mandir parikrama project delayed

କେବେ ଶେଷ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ

ପୁରୀ: ବହୁ ପ୍ରତିକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ କେବେ ପୂର୍ଣ୍ଣାଙ୍ଗ ହେବ ତା'କୁ ନେଇ ଏବେ ସାଧାରଣରେ ଉଠିଛି ପ୍ରଶ୍ନ । ଗତ ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଥିଲା । ହେଲେ ଆଜି ପର୍ଯ୍ୟନ୍ତ କିନ୍ତୁ ପ୍ରକଳ୍ପ କାର୍ଯ୍ୟ ଶେଷ ହେବାର ନାଁ ଧରୁନି । ଶ୍ରୀମନ୍ଦିର ଚାରିଦ୍ବାର ସମ୍ମୁଖ ଭାଗରେ ନିର୍ମାଣ କାର୍ଯ୍ୟ ଏବେ ବି ଜାରି ରହିଛି । ତେବେ ଭକ୍ତଙ୍କ ପାଇଁ ଟଏଲେଟ୍ ଓ କ୍ଲକ୍ ରୁମ୍ ନିର୍ମାଣ କାର୍ଯ୍ୟ ଅଦ୍ୟାବଧି ସରିପାରିନାହିଁ । କେବଳ ପଶ୍ଚିମ ଦ୍ବାର ପଟ ଛାଡ଼ି ଦେଲେ ଉତ୍ତର, ଦକ୍ଷିଣ ଓ ପୂର୍ବ ଦ୍ବାର ଅର୍ଥାତ୍ ସିଂହଦ୍ଵାରର ପରିକ୍ରମା ପ୍ରକଳ୍ପର ରାସ୍ତା କାମ ଜାରି ରହିଛି ।

ଟଏଲେଟ୍ ଏବଂ କ୍ଲକ୍ ରୁମ୍ କାର୍ଯ୍ୟକ୍ଷମ ହୋଇ ନଥିବାରୁ ଏହାକୁ ଭକ୍ତମାନେ ବ୍ୟବହାର କରିପାରୁନାହାନ୍ତି । ଯାହା ଫଳରେ ଦୂରଦୂରାନ୍ତରୁ ଆସୁଥିବା ହଜାର ହଜାର ଭକ୍ତ ଜୋତା ଏବଂ ଲଗେଜ ବ୍ୟାଗ ରଖିପାରୁନାହାନ୍ତି । ସେହିପରି ଟଏଲେଟ୍ ଯିବା ପାଇଁ ମଧ୍ୟ ଅନେକ ଅସୁବିଧା ଭୋଗୁଛନ୍ତି । ଶ୍ରୀମନ୍ଦିର ପରିକ୍ରମା ଭଳି ଏକ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ଏଭଳି ବିଳମ୍ବକୁ ନେଇ ସହରବାସୀ, ଭକ୍ତ ଏବଂ ପୁରୀ ନଗର କଂଗ୍ରେସ୍ ସଭାପତିଙ୍କ ମଧ୍ୟରେ ଘୋର ଅସନ୍ତୋଷ ସୃଷ୍ଟି ହୋଇଛି । ଶ୍ରୀମନ୍ଦିର ଆସୁଥିବା ଭକ୍ତଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଘୋଷଣା କରିଥିଲେ । ଏହି ପ୍ରକଳ୍ପ ଅଧିନରେ ଭକ୍ତଙ୍କ ସୁବିଧା ପାଇଁ ଟଏଲେଟ, ଲଗେଜ ରଖିବା ପାଇଁ କ୍ଲକ୍ ରୁମ୍, ଏଟିଏମ୍, ପୋଲିସ ସହାୟତା କେନ୍ଦ୍ର, ଆଶୁ ଚିକିତ୍ସା କେନ୍ଦ୍ର, ଅଭ୍ୟର୍ଥନା ପ୍ରକୋଷ୍ଠ ନିର୍ମାଣ କରାଯିବ ।

ଏହା ମଧ୍ୟ ପଢନ୍ତୁ-ଅକ୍ଟୋବରରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ ହେବ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଗତ ୨୦୨୧ ମସିହା ନଭେମ୍ବର ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଆସି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ଶିଳାନ୍ୟାସ କରିଥିଲେ । ୩୩୧ କୋଟି ୨୮ ଲକ୍ଷ ଟଙ୍କା ଏହି ପ୍ରକଳ୍ପ ପାଇଁ ସରକାର ଆର୍ଥିକ ଅନୁଦାନ ଦେଇଛନ୍ତି । ତେବେ କୋଭିଡା ମହାମାରୀ ଯୋଗୁ ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାରେ ବିଳମ୍ୱ ହୋଇଥିଲା । ପରବର୍ତ୍ତୀ ସମୟରେ ନିର୍ମାଣ କାର୍ଯ୍ୟ ଆଗେଇ ଥିଲେ ମଧ୍ୟ କେତେକ ସମସ୍ୟା ପାଇଁ କିଛି ଦିନ ହେବ କାର୍ଯ୍ୟ ଅତ୍ୟନ୍ତ ମନ୍ଥର ଗତିରେ ଚାଲିଛି । ସେପଟେ ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ ହେବାରେ ବିଳମ୍ବକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଅକ୍ଟୋବର ଶେଷ ସୁଦ୍ଧା ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି କହିଛନ୍ତି ଓଡ଼ିଶା ସେତୁ ନିର୍ମାଣ ନିଗମ ଅଧିକାରୀ । ତେବେ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ସାରିବାକୁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି ।

ଅସମ୍ପୂର୍ଣ୍ଣ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯୋଗୁ ଏହାକୁ ନେଇ ବେଶ୍ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଶ୍ରୀମନ୍ଦିର ଆସୁଥିବା ଭକ୍ତ ଓ ଜଗନ୍ନାଥ ପ୍ରେମୀ । ପ୍ରତିଶ୍ରୁତି ମୁତାବକ ଗତ ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ କରିବାରେ ପ୍ରଶାସନ ଫେଲ୍ ମାରିଥିବା ବେଳେ ଆସନ୍ତା ଅକ୍ଟୋବର ମାସ ଶେଷ ସୁଦ୍ଧା ଏହି ପ୍ରକଳ୍ପ କାର୍ଯ୍ୟ ଶେଷ ହେବ କି ନାହିଁ ତା'କୁ ନେଇ ଏବେ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.