ETV Bharat / state

ତହସିଲ ସ୍ଥାନାନ୍ତର ଦାବିରେ ରେବଣା ନୂଆଗାଁ ପଞ୍ଚାୟତର ରାସ୍ତାରୋକ - puri satapada nh road block

ତହସିଲ କାର୍ଯ୍ୟାଳୟ ସ୍ଥାନାନ୍ତର ଦାବିରେ ରେବଣା ନୂଆଗାଁ ପଞ୍ଚାୟତବାସୀ । ଦାବି ଜଣାଇବାକୁ ପୁରୀ ସାତପଡା ଜାତୀୟ ରାଜପଥ ଅବରୋଧ

road block
ତହସିଲ ନିର୍ମାଣ ଦାବିରେ ଗ୍ରାମବାସୀଙ୍କ ରାସ୍ତାରୋକ
author img

By

Published : Dec 17, 2019, 12:05 AM IST

ବ୍ରହ୍ମଗିରି: ତହସିଲ କାର୍ଯ୍ୟାଳୟ ସ୍ଥାନାନ୍ତର ଦାବିରେ ରେବଣା ନୂଆଗାଁ ପଞ୍ଚାୟତବାସୀ । ଦାବି ଜଣାଇବାକୁ ଯାଇ ପୁରୀ ସାତପଡା ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ପ୍ରଥମେ ଉକ୍ତ ପଞ୍ଚାୟତରେ ତହସିଲ ନିର୍ମାଣ ପାଇଁ ଜାଗା ସ୍ଥିର କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ଏହାକୁ ବାତିଲ କରାଯିବାରୁ ପ୍ରତିବାଦ ଜଣାଇଥିଲେ ।

ତହସିଲ ନିର୍ମାଣ ଦାବିରେ ଗ୍ରାମବାସୀଙ୍କ ରାସ୍ତାରୋକ

ବର୍ତ୍ତମାନ ଯେଉଁଠାରେ ଏହି ତହସିଲ ଅଛି, ସେହି ପଞ୍ଚାୟତରେ କାର୍ଯ୍ୟାଳୟ ନିର୍ମାଣ ପାଇଁ ଟେଣ୍ଡର କରାଯାଇ ଘର ଆରମ୍ଭ ହୋଇସାରିଛି । ତଥାପି ଏହାକୁ ବାତିଲ କରିବାକୁ ନୂଆଁଗା ପଞ୍ଚାୟତବାସୀ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନାହାଁନ୍ତି । ତେଣୁ ଆଜି ପ୍ରତିବାଦ କରିବା ସହ ପଞ୍ଚାୟତବାସୀ ରାସ୍ତାରୋକ କରିଥିଲେ ।

ସେପଟେ, ଦୀର୍ଘ ସମୟ ଧରି ରାଜପଥ ଅବରୋଧ ହୋଇଥିବାରୁ ଉଭୟ ପାର୍ଶ୍ବରେ ଗାଡି ମୋଟର ଅଟକି ରହିଥିଲା । ଏହି ବାଟ ଦେଇ ଚିଲିକା ବୁଲି ଯାଉଥିବା ପର୍ଯ୍ୟଟକମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେବା ସହ ଅସନ୍ତୋଷ ପ୍ରକାଶ କରିଥିଲେ । ପରେ ଘଟଣାସ୍ଥଳରେ ବ୍ରହ୍ମଗିରି ତହସିଲଦାର କିଶୋର କୁମାର ପଣ୍ଡାଓ ସ୍ଥାନୀୟ ପୋଲିସ ପ୍ରଶାସନ ପହଞ୍ଚି ରାସ୍ତା ଅବରୋଧକାରୀଙ୍କ ସହ ଆଲୋଚନା କରିବା ପରେ ଅବରୋଧ ହଟିଥିଲା ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.