ପୁରୀ : କୋଣାର୍କ ରାମଚଣ୍ଡୀ ଓ କୁଶଭଦ୍ରା ନଦୀ ମୁହାଣରେ ଉଦଘାଟନ ହେଲା ଇକୋ ରିଟ୍ରିଟ । ଏହି ଉତ୍ସବରେ ରାଜ୍ୟ କ୍ରୀଡା ଯୁବ ବ୍ୟାପାର ଓ ଘରୋଇ ବିଭାଗ ମନ୍ତ୍ରୀ ତୁଷାର କାନ୍ତି ବେହେରା, ଓଟିଡିସି (otdc) ଅଧକ୍ଷ୍ୟ ଲେନିନ ମହାନ୍ତି ଜଗତସିଂହପୁରର ସାଂସଦ ରାଜଶ୍ରୀ ମଲ୍ଲିକ ଉପସ୍ଥିତ ଥିଲେ । ଶୀତୁଆ ସନ୍ଧ୍ୟାରେ ପର୍ଯ୍ୟଟକ ମାନେ ବେଶ ମଜା ଉଠାଇବେ ଏହି ଇକୋ ରିଟ୍ରିଟରେ । ସମୁଦ୍ର ଓ କୁଶଭଦ୍ରା ନଦୀ ର ମଧ୍ୟ ଭାଗରେ ଥିବା ବାଲୁକା ସ୍ତୁପ ରେ ନିର୍ମାଣଧିନ ଅତ୍ୟାଧୁନିକ ତମ୍ବୁ ଘରେ ଶିତୁଆ ସନ୍ଧ୍ୟାର ମଜା ନେବେ ପର୍ଯ୍ୟଟକ ।
ତେବେ ପ୍ରତିବର୍ଷ ପରି ଚଳିତ ବର୍ଷ ପର୍ଯ୍ୟଟକ ମାନଙ୍କ ପାଇଁ ୭୦ ଟି ତମ୍ବୁ ଘରେ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି । ସକାଳ ର ସୁନେଲି ସୂର୍ଯ୍ୟ କିରଣ ସହିତ ସନ୍ଧ୍ୟା ସମୟରେ ଓଡ଼ିଶା ର ଲୋକ କଳାର ମଜା ନେବେ ପର୍ଯ୍ୟଟକ । ଅନ୍ୟପଟେ ନଦୀ ଓ ସମୁଦ୍ରକୁ ସଂଯୋଗ କରିବା ଲାଗି ଚଳିତ ବର୍ଷ ନୂତନ କରି ଭସାପୋଲ ପର୍ଯ୍ୟଟକ ମାନଙ୍କୁ ମଧ୍ୟ କରିବ ଆକୃଷ୍ଟ ।
କୋଭିଡ କଟକଣା ପରେ ଇକୋ ରିଟ୍ରିଟର ମଜ୍ଜା ନେବେ ପର୍ଯ୍ୟଟକ । ଯାହା ଦେଶ ଓ ବିଦେଶୀ ପର୍ଯ୍ୟଟକ ମାନେ ଆସି ମଜା ଉଠାଇ ପାରିବେ । ପ୍ରତ୍ୟେକ ରୁମ ପ୍ରତି 8 ହଜାରରୁ ୨୯ ହଜାର ରଖାଯାଇଛି । ଏହା ଓଡିଶାର ଅର୍ଥନୈତିକ ଅଭିବୃଦ୍ଧି କୁ ଅଧିକ ବଢାଇବାକୁ ଆଶା ରଖିଛନ୍ତି ରାଜ୍ୟ ସରକାର । ଏଥିସହ ଏହି ଇକୋ- ରିଟ୍ରିଟ୍ ଡିସେମ୍ବର15 ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ 15 ତାରିଖରେ ଶେଷ ହେବାର କାର୍ଯ୍ୟକ୍ରମ ରହିଛି ।
ଇଟିଭି ଭାରତ, ପୁରୀ