ETV Bharat / state

ସାଇବର ଠକେଇରୁ ବର୍ତ୍ତିବା ପାଇଁ ପୁରୀରେ ସାଇବର ଭଲ୍ୟୁଣ୍ଟର ସେବା ଆରମ୍ଭ - ସାଇବର ଭଲ୍ୟୁଣ୍ଟର ସେବା

ପୁରୀ ଜିଲ୍ଲା ପୋଲିସ୍ ତତ୍ତ୍ଵାବଧାନରେ ସାଇବର ଠକେଇକୁ ନେଇ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇ ଯାଇଛି। ସାଇବର ଠକେଇରୁ ପର୍ଯ୍ୟଟକଙ୍କୁ ସୁରକ୍ଷା ଦେବା ପାଇଁ ପୁରୀ ପୋଲିସ୍ ଆରମ୍ଭ କଲା ସାଇବର ଭଲ୍ୟୁଣ୍ଟର ସେବା । ଅଧିକ ପଢନ୍ତୁ

ପୁରୀରେ ଆରମ୍ଭ ହେଲା ସାଇବର ଭଲ୍ୟୁଣ୍ଟର ସେବା
ପୁରୀରେ ଆରମ୍ଭ ହେଲା ସାଇବର ଭଲ୍ୟୁଣ୍ଟର ସେବା
author img

By

Published : Oct 20, 2022, 1:48 PM IST

ପୁରୀ: ଦିନକୁ ଦିନ ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି ସାଇବର ଠକଙ୍କ ଦୌରାତ୍ମ୍ୟ । ଏଥିରୁ ବର୍ତ୍ତିବା ପାଇଁ ନୂଆ ପଦକ୍ଷେପ ଆପଣାଇଛି ପୁରୀ ପୋଲିସ । ସାଇବର ଠକେଇରୁ ପର୍ଯ୍ୟଟକଙ୍କୁ ସୁରକ୍ଷା ଦେବା ପାଇଁ ପୁରୀ ପୋଲିସ୍ ଆରମ୍ଭ କଲା ସାଇବର ଭଲ୍ୟୁଣ୍ଟର ସେବା ।ପୁରୀ ଜିଲ୍ଲା ପୋଲିସ୍ ତତ୍ତ୍ଵାବଧାନରେ ସାଇବର ଠକେଇକୁ ନେଇ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି । ସାଇବର ଠକେଇରୁ କିଭଳି ବର୍ତ୍ତିବେ ଏବଂ ପୋଲିସକୁ କିଭଳି ଅଭିଯୋଗ କରିବେ ସେ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅନେକ ସମୟରେ ସାଇବର ଠକମାନେ ଲୋକଙ୍କୁ ଭୂଆଁ ବୁଲାଇ ଠକେଇ କରୁଥିବା ବେଳେ ଏନେଇ ପୋଲିସରେ ଅଭିଯୋଗ କରିବାକୁ ବୈଠକରେ ଆଲୋଚୋନା ହୋଇଥିଲା ।

ପୁରୀରେ ଆରମ୍ଭ ହେଲା ସାଇବର ଭଲ୍ୟୁଣ୍ଟର ସେବା

ଏହା ମଧ୍ୟ ପଢନ୍ତୁ: EDରେ ହାଜର ହେଲେ ପ୍ରଦୀପଙ୍କ ପତ୍ନୀ, ସୁଜାତା ପାଣିଗ୍ରାହୀଙ୍କୁ ଚାଲିଛି ଜେରା

ସେହିପରି ହୋଟେଲ୍ ବୁକିଙ୍ଗ ବେଳେ ପର୍ଯ୍ୟଟକମାନେ ଠକେଇର ଶିକାର ହେଉଥିବା ବେଳେ ଏଭଳି ଘଟଣା ନଜରକୁ ଆସିଲେ ସଙ୍ଗେ ସଙ୍ଗେ ପୋଲିସକୁ ହୋଟେଲ୍ ମାନେ ଜଣାଇବାକୁ ପୁରୀ ଏସପି କହିଛନ୍ତି । ଏହି ସଚେତନତା ବୈଠକ ପୁରୀ ହୋଟେଲ ଆସୋସିଏସନର କର୍ମକର୍ତ୍ତା, ଟ୍ରାଭେଲ୍ ଏଜେଣ୍ଟ, ହୋଟେଲ୍ ମ୍ୟାନେଜର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

ଏନେଇ ପୁରୀ ଏସପି କହିଛନ୍ତି ଯେ," ପୁରୀକୁ ଅଧିକ ମାତ୍ରାରେ ପର୍ଯ୍ୟଟକ ଆସୁଛନ୍ତି । ହୋଟେଲ୍ ବୁକିଙ୍ଗ ବେଳେ ପର୍ଯ୍ୟଟକମାନେ ଠକେଇ ହେଲେ କିମ୍ବା ହୋଟେଲ ବୁକିଂ ସମୟରେ ଓ୍ବେବସାଇଟରେ ଠକେଇ ହେଲେ ସଙ୍ଗେସଙ୍ଗେ ସାଇବର ଥାନାରେ ଅଭିଯୋଗ କରନ୍ତୁ । ପର୍ଯ୍ୟଟକ ହେଉଛନ୍ତି ଆମର ଅତିଥି । ସେମାନେ ଠକେଇର ଶିକାର ହେଲେ ତାଙ୍କୁ ସମବେଦନା ଦେବା ସହ ହୋଟେଲ୍ ପକ୍ଷରୁ ସମସ୍ତ ସାହାଯ୍ୟ ଯୋଗାଇ ଦିଆଯାଉ । ସମସ୍ତ ହୋଟେଲ, ଟ୍ରାଭେଲ ଏଜେଣ୍ଟଙ୍କ କାର୍ଯ୍ୟାଳୟରେ ପୁରୀ ପୋଲିସର ନମ୍ବର ରହିବ । ଯେଉଁମାନେ ଏହି ଦାୟିତ୍ଵରେ ରହିବେ ତାଙ୍କୁ ପୋଲିସ ପକ୍ଷରୁ ସାଇବର volunteer ଭାବେ ପରିଚୟ ଦିଆଯିବ ।

ତେବେ ପୁରୀକୁ ଆସୁଥିବା ପର୍ଯ୍ୟଟକ ଠକେଇର ଶିକାର ହେଲେ ସେମାନଙ୍କ ସହାୟତା ପାଇଁ ଦୟାକରି ସମସ୍ତେ ଆଗେଇ ଆସନ୍ତୁ। ସାଇବର ଠକେଇ ମାମଲାର ଅଭିଯୋଗ ପାଇଁ ପୁରୀ ପୋଲିସ ପକ୍ଷରୁ 24 ଘଣ୍ଟିଆ ହେଲ୍ପ ଲାଇନ ନମ୍ୱର୍ 6370 967100 ଜାରି କରାଯାଇଛି। ଗତ ୪ମାସରେ ପୁରୀରେ ଅଧିକ ମାତ୍ରାରେ ଠକେଇ ହୋଇଛି । କିନ୍ତୁ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପଇସା ଫେରସ୍ତ କରାଯାଇଛି ।"

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.