ETV Bharat / state

ପୁରୀ ପୋଲିସକୁ ସଫଳତା, ୫ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ

author img

By

Published : Apr 23, 2023, 4:27 PM IST

ପୁରୀ ସ୍ପେଶାଲ ସ୍କ୍ୱାର୍ଡ ଓ ତାଳବଣିଆ ଥାନା ପୋଲିସର ମିଳିତ ଚଢ଼ାଉରେ ୫ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ । ଅଧିକ ପଢ଼ନ୍ତୁ

notorious criminals arrested in puri
ପୁରୀରୁ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ
ପୁରୀରୁ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ

ପୁରୀ: ଜିଲ୍ଲା ପୋଲିସକୁ ବଡ଼ ସଫଳତା । ୫ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କଲା ପୋଲିସ । ସେମାନଙ୍କ ମଧ୍ୟରେ ଭେଟେରାନ ଅପରାଧୀ ମନୁଆ ମହାନ୍ତି ସମେତ ତାର ୪ ସହଯୋଗୀ ରହିଛନ୍ତି । ଗିରଫ ଅଭିଯୁକ୍ତଙ୍କଠାରୁ ୩ଟି ବନ୍ଧୁକ ସହ ୪ ମୋବାଇଲ ଓ ଛୁରୀ ଜବତ କରାଯାଇଛି । ପୁରୀ ସ୍ପେଶାଲ ସ୍କ୍ୱାଡ୍‌ ଓ ତାଳବଣିଆ ଥାନା ପୋଲିସକୁ ଏହି ସଫଳତା ମିଳିଛି ।

ଗିରଫ ଅଭିଯୁକ୍ତମା ହେଲେ ଜଗତସିଂହପୁରର ସୌମ୍ୟରଞ୍ଜନ ବିଶ୍ଵାଳ, ରଘୁପତି ନଗରର ମିଲନ ମିଶ୍ର, ସୁଆର ସାହିର ଦୀପକ ସୁଆର ଓ ମାର୍କଣ୍ଡେଶ୍ୱର ସାହିର ନିଲୁ ବାରିକ । ଏମାନେ ହୁଳୁହୁଳିଆ ପୋଲ ନିକଟ ଏକ ପରିତ୍ୟକ୍ତ ଘରେ ଆଶ୍ରୟ ନେଇଥିବା ବେଳେ ସ୍ପେଶାଲ ସ୍କ୍ୱାଡ୍‌ ଓ ତାଳବଣିଆ ଥାନା ପୋଲିସ ସେମାନଙ୍କୁ ଗିରଫ କରିଥିଲା । ସିଆରପିସିର ୧୧୦ ମାମଲାରେ ଏମାନଙ୍କୁ ବୁକ୍ କରାଯାଇଛି । ଭେଟେରାନ୍ ଅପରାଧି ମନୁଆ ନାଁରେ ବିଭିନ୍ନ ଥାନାରେ ୧୮ ମାମଲା ରହିଛି । ସେମାନଙ୍କ ଠାରୁ ୩ ସେ.ମି ଅଟୋମେଟିକ ପିସ୍ତଲ ଏବଂ ୧୦ ଜୀବନ୍ତ ଗୁଳି ଜବତ କରିଛି ପୋଲିସ ।

ଏହା ମଧ୍ୟ ପଢ଼ନ୍ତୁ: Ratha Yatra 2023: ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀ ପୋଲିସର ପ୍ରସ୍ତୁତି ଆରମ୍ଭ

ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୁରୀ ଏସପି ଡଃ କନୱର ବିଶାଳ ସିଂ ସୂଚନା ଦେଇ କହିଛନ୍ତି, "ଗତ ୨୯ ଦିନ ଧରି ଗୁଇନ୍ଦା ବିଭାଗ ତାର ଗତି ବିଧି ଉପରେ ନଜର ରଖିଥିବା ବେଳେ ମନୁଆ ତାର ଲୋକେସନ୍ ବଦଳାଇ ଚାଲୁଥିଲା । ପରବର୍ତ୍ତୀ ସମୟରେ ପୋଲିସ ଏମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଅପରାଧୀମାନଙ୍କ ବିରୁଦ୍ଧରେ ଏଭଳି ଅପରେସନ ଜାରି ରହିବ ।"

ଆଗକୁ ରଥ ଯାତ୍ରା, ଜିଲ୍ଲାରେ ଆଇନ ଶୃଙ୍ଖଳା ସ୍ଥିତି ବଜାୟ ରଖିବା ପାଇଁ କ୍ରମିନାଲଙ୍କ ଉପରେ ପୋଲିସ ପ୍ରଶାସନ ପକ୍ଷରୁ ଚଢ଼ାଉ ଆରମ୍ଭ ହୋଇଛି । ରଥଯାତ୍ରା, ବାହୁଡା ଯାତ୍ରା, ସୁନାବେଶ, ନୀଳାଦ୍ରି ବିଜେରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ନେଇ କିଭଳି ଶୃଙ୍ଖଳିତ ବ୍ୟବସ୍ଥା ହୋଇ ପାରିବ ସେନେଇ ପୋଲିସ ପ୍ରଶାସନ ସଜାଗ ରହିଛି । ରଥଯାତ୍ରାରୁ ନୀଳାଦ୍ରି ବିଜେ ଯାଏଁ କିଭଳି ଭକ୍ତ ଶୃଙ୍ଖଳାରେ ଦର୍ଶନ କରିବେ ଓ ଟ୍ରାଫିକ ବ୍ୟବସ୍ଥା ସବୁ ବ୍ୟବସ୍ଥିତ ହୋଇପାରିବ ସେନେଇ ପୁରୀ ଏସପି ବଡଦାଣ୍ଡରେ ବରିଷ୍ଠ ପୋଲିସ୍ ଅଧିକାରୀଙ୍କ ସହ ଉପସ୍ଥିତ ରହି ଟିକିନିଖି ସ୍ଥିତି ଅନୁଧ୍ୟାନ ମଧ୍ୟ କରିଛନ୍ତି । ଏହି ଦିନ ମାନଙ୍କରେ ଚୋରି, ଡକାୟତି ଉପରେ ବିଶେଷ ଭାବେ ନଜର ରଖାଯିବ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.