ETV Bharat / state

ଉଗ୍ର ହେଉଛି 'ଫନି': ପୁରୀ ନୋଳିଆ ସାହିରେ ପ୍ରଶାସନ

ଭୟଭୀତ ନହେଇ 'ଫନି'ର ମୁକାବିଲା କିଭଳି କରାଯିବ ସେ ନେଇ ଲୋକଙ୍କୁ ସଚେତନ ଓ ସତର୍କ କରିବା ପାଇଁ ପ୍ରଶାସନ ଅଣ୍ଟା ଭିଡିଛି । କୋଣାର୍କ ଓ ଏହାର ଆଖପାଖରେ ରହୁଥିବା ମତ୍ସ୍ୟଜୀବୀ ତଥା ସମୁଦ୍ରକୂଳିଆ ଲୋକେ କିଭଳି ସୁରକ୍ଷିତ ସ୍ଥାନ ତଥା ବାତ୍ୟା ଆଶ୍ରୟ ସ୍ଥଳକୁ ଯିବେ ସେ ନେଇ କୋଣାର୍କରେ ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ କରାଯାଇଛି ।

author img

By

Published : May 1, 2019, 5:42 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ମେ' ୩ ସୁଦ୍ଧା ରାଜ୍ୟରେ ସାମୁଦ୍ରିକ ଝଡ଼ 'ଫନି' ଭୟଙ୍କର ରୂପ ନେବ ବୋଲି ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛି । ପୁରୀରେ ୩ ତାରିଖ ଦିନ ପବନର ବେଗ ଘଣ୍ଟା ପ୍ରତି ୧୭୦ କିଲୋମିଟର୍‌ ଅତିକ୍ରମ କରି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ସୂଚନା ରହିଛି । ପୁରୀ ଓ କୋଣାର୍କ ଅଞ୍ଚଳ 'ଫନି' ପ୍ରଭାବରେ ଅତ୍ୟଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛି । ଭୟଭୀତ ନହେଇ 'ଫନି'ର ମୁକାବିଲା କିଭଳି କରାଯିବ ସେ ନେଇ ଲୋକଙ୍କୁ ସଚେତନ ଓ ସତର୍କ କରିବା ପାଇଁ ପ୍ରଶାସନ ଅଣ୍ଟା ଭିଡିଛି । କୋଣାର୍କ ଓ ଏହାର ଆଖପାଖରେ ରହୁଥିବା ମତ୍ସ୍ୟଜୀବୀ ତଥା ସମୁଦ୍ରକୂଳିଆ ଲୋକେ କିଭଳି ସୁରକ୍ଷିତ ସ୍ଥାନ ତଥା ବାତ୍ୟା ଆଶ୍ରୟ ସ୍ଥଳକୁ ଯିବେ ସେ ନେଇ କୋଣାର୍କରେ ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ, ପୁରୀ ଓ ଚନ୍ଦ୍ରଭାଗା ନିକଟରେ ଏହାର ପ୍ରଭାବ ଅତ୍ୟଧିକ ରହିବ ବୋଲି ପାଣପାଗ ବିଭାଗ ପୂର୍ଵାନୁମାନ କରିଛି । ଏହି ସୂଚନା ପରେ କୋଣାର୍କ, ଚନ୍ଦ୍ରଭାଗା ନୋଳିଆ ସାହି ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ଅନେକ ବାତ୍ୟା, ମହାବାତ୍ୟା, ଓ ଫାଇଲିନ, ତିତିଲିରେ ଅନେକ କ୍ଷତି ସହିଥିଲେ ଏହି ଅଞ୍ଚଳର ବାସିନ୍ଦା । ମାତ୍ର ଏଭଳି ବିପଦ ସମୟରେ ମତ୍ସଜୀବୀ ସମୁଦାୟ ନିଜ ଅଞ୍ଚଳ ନ ଛାଡିବା ନଜିର ରହିଛି ।

ଏବେ 'ଫନି' ସାମୁଦ୍ରିକ ଝଡରେ ଯେଭଳି ଏ ଅଞ୍ଚଳର ଲୋକେ ବିପଦମୁକ୍ତ ତଥା କ୍ଷୟକ୍ଷତିରୁ ମୁକୁଳିବେ ସେ ନେଇ ଲୋକଙ୍କ ପାଖକୁ ଯାଇ ପରାମର୍ଶ ଦେଉଛି ପ୍ରଶାସନ । ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନ କରାଯାଉଛି । କୋଣାର୍କ ଏନଏସି୍‌ କାର୍ଯ୍ୟ ନିର୍ଵାହୀ ଅଧିକାରୀ , ଗୋପ ସିଡିପିଓ ନୋଳିଆ ସାହିକୁ ଯାଇ 'ଫନି' ସମୟରେ ରକ୍ଷା ପାଇବା ପାଇଁ ନିରାପଦ ସ୍ଥାନ ଓ ବାତ୍ୟା ଆଶ୍ରୟସ୍ଥଳୀକୁ ଯିବା ନିମନ୍ତେ ସୂଚନା ଦେଇଛନ୍ତି । ବିଶେଷ କରି ଶିଶୁ, ଗର୍ଭବତୀ, ବରିଷ୍ଠ ନାଗରିକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବା ପାଇଁ ପରାମର୍ଶ ଦେଉଛନ୍ତି ଅଧିକାରୀ । 'ଫନି'ରେ କୌଣସି ଧନଜୀବନ ହାନୀ ନ ହୁଏ ସେଥିପାଇଁ ସମସ୍ତ ପ୍ରକାର ଆବଶ୍ୟକୀୟ ପଦକ୍ଷେପ ନେଉଛି ଜିଲ୍ଲା ପ୍ରଶାସନ ।

ସୂଚନା ଯୋଗ୍ୟ ଯେ 'ଫନି' ପାଇଁ ରାଜ୍ୟରେ ସମୁଦାୟ ୮୭୯ଟି ଆଶ୍ରୟ ଗୃହ ରାଜ୍ୟବାସୀଙ୍କ ପାଇଁ ପ୍ରସ୍ତୁତ ହୋଇ ରହିଛି ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି । ଏହାସହ ଅସ୍ଥାୟୀ ଭାବେ ପ୍ରାୟ ୧୦ ଲକ୍ଷ ତଳିଆ ଅଞ୍ଚଳର ଲୋକଙ୍କୁ ଆଶ୍ରୟ ଗୃହକୁ ସ୍ଥାନାନ୍ତର କରାଯିବାର ବ୍ୟବସ୍ଥା ରହିଥିବା ମଧ୍ୟ ସୂଚନା ରହିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:Body:

gssdg

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.