ETV Bharat / state

ପୁରୀ ବିଧାୟକ କୋଭିଡ ପଜେଟିଭ

author img

By

Published : Sep 17, 2020, 7:54 PM IST

ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀଙ୍କ କୋଭିଡ ରିପୋର୍ଟ ପଜେଟିଭି ଆସିଛି । ଏନେଇ ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ..

ପୁରୀ ବିଧାୟକ କୋଭିଡ ପଜେଟିଭ
ପୁରୀ ବିଧାୟକ କୋଭିଡ ପଜେଟିଭ

ପୁରୀ: ପୁଣି ଆଉ ଜଣେ ବିଧାୟକ କୋଭିଡ ସଂକ୍ରମଣ ଚିହ୍ନଟ । ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀଙ୍କ କୋଭିଡ ଟେଷ୍ଟ ପଜେଟିଭ ଆସିଛି । ଏନେଇ ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ହୋମ ଆଇସୋଲେସନରେ ଅଛନ୍ତି । ତେବେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ସଙ୍ଗରୋଧରେ ରହି ନିଜର କୋରୋନା ଟେଷ୍ଟ କରାଇ ନେବାକୁ ସେ କହିଛନ୍ତି। । ଅନ୍ୟପଟେ ପୁରୀ ଜିଲ୍ଲାରେ ଏବେ ମୋଟ କୋଭିଡ ପଜେଟିଭ ସଂଖା 7421 ରେ ପହଞ୍ଚି ଥିବା ବେଳେ 32 ଜଣଙ୍କର ଆଜି ପର୍ଯ୍ୟନ୍ତ ମୃତ୍ୟୁ ହୋଇଛି।

ଦିନକୁ ଦିନ ପୁରୀ ଜିଲ୍ଲାରେ କୋଭିଡ ସଂକ୍ରମଣ ବଢୁଥିବା ବେଳେ ପ୍ରଶାସନ ପାଇଁ ଏହା ମୁଣ୍ଡବିନ୍ଧାର କାରଣ ପାଲଟିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.