ETV Bharat / state

ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ ଅଗ୍ନିକାଣ୍ଡ ଘଟଣା: ତଦନ୍ତ ରିପୋର୍ଟ ପାଇଲା ପ୍ରଶାସନ, ମହାପ୍ରଭୁଙ୍କ ଜମିରେ ହୋଇଛି କମ୍ପ୍ଲେକ୍ସ - ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ

ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ ଅଗ୍ନିକାଣ୍ଡ ଘଟଣା । ମହାପ୍ରଭୁଙ୍କ ଜମିରେ ହୋଇଛି ଏହି ମାର୍କେଟ କମ୍ପ୍ଲେକ୍ସ । ଅଧିକ ପଢନ୍ତୁ

ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ ଅଗ୍ନିକାଣ୍ଡ ଘଟଣା

author img

By

Published : Mar 14, 2023, 2:10 PM IST

ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ ଅଗ୍ନିକାଣ୍ଡ ଘଟଣା

ପୁରୀ: ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ ଅଗ୍ନିକାଣ୍ଡ ଘଟଣାରେ ନୂଆ ଟ୍ବିଷ୍ଟ । ଏହି ଅଗ୍ନିକାଣ୍ଡ ଘଟଣାର ତଦନ୍ତ ରିପୋର୍ଟ ଜିଲ୍ଲା ପ୍ରଶାସନର ହସ୍ତଗତ ହୋଇଛି । ଏଥିରେ ମାର୍କେଟ କମ୍ପ୍ଲେକ୍ସର ଜମି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ଥିବା ଜଣାପଡିଛି । ଏଣୁ ଏହି ଜମି ମାର୍କେଟ କମ୍ପ୍ଲେକ୍ସ ମାଲିକ କିଭଳି ହାତେଇଲେ ସେନେଇ ତଦନ୍ତ ଆରମ୍ଭ କରିଛି ପ୍ରଶାସନ । କମ୍ପ୍ଲେକ୍ସଟି ମୋଟ ୨୫ ଡିସିମିଲି ଜମିରେ ଥିବାବେଳେ ୨୨ ଡିସିମିଲି ମହାପ୍ରଭୁଙ୍କ ନାମରେ ଓ ମାତ୍ର ୩ ଡିସିମିଲି କମ୍ପ୍ଲେକ୍ସ ମାଲିକ ନାଁରେ ରହିଛି । ତେବେ ଏହି ଜମିକୁ ମାର୍କେଟ କମ୍ପ୍ଲେକ୍ସ ମାଲିକ ଶ୍ରୀମନ୍ଦିର ପ୍ରଶାସନଠାରୁ ଲିଜ୍ ଆକାରରେ ଆଣିଛନ୍ତି‌ ନା ବେଆଇନ ଭାବେ ଜବରଦଖଲ କରିଛନ୍ତି ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ।

ମାର୍କେଟ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ ଘଟଣା ପରେ ଏବେ ବହୁ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସୁଛି । କମ୍ପ୍ଲେକ୍ସ ପଛରେ ଥିବା ପ୍ରଭୁ କର୍ଣ୍ଣାମେଶ୍ବର ମନ୍ଦିରର ଜାଗାକୁ ମାର୍କେଟ କମ୍ପ୍ଲେକ୍ସ ମାଲିକ ଜୋରଜବରଦସ୍ତ ମାଡିବସି ବ୍ୟବସାୟ କରୁଥିବା ଅଭିଯୋଗ ହୋଇଛି । ଠାକୁରଙ୍କ ଜମି ଉଦ୍ଧାର ପାଇଁ ବିଭିନ୍ନ ମହଲରେ ଦାବି ଉଠିଥିବା ବେଳେ ଏହି ଜମି ସମ୍ପର୍କରେ ଏବେ ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।

ଅନ୍ୟପଟେ ମାର୍କେଟ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ ଘଟଣା ପରେ ପୁରୀ ସହରରେ ଥିବା ବିଭିନ୍ନ ହୋଟେଲ, ଲଜ ଓ ମାର୍କେଟ କମ୍ପ୍ଲେକ୍ସରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନେଇ ବଡ ପ୍ରଶ୍ନ ଉଠିଛି । ବଡ଼ଦାଣ୍ଡ ସମେତ ସମୁଦ୍ର କୂଳ ଅଞ୍ଚଳରେ ଶହଶହ ହୋଟେଲ, ଲଜ୍, ସପିଂ ମଲ୍ ବିନା ଅଗ୍ନି ନିରାପତ୍ତା ବ୍ୟବସ୍ଥାରେ ଚାଲୁଛି । ଏହାସତ୍ତ୍ବେ ଜିଲ୍ଲା ପ୍ରଶାସନ ଚୁପ୍ ରହିବା ସମସ୍ତଙ୍କୁ ଚକିତ କରିଛି । ସହରରେ ତିନି ହଜାରରୁ ଅଧିକ ହୋଟେଲ, ଲଜିଂ ସହ ବ୍ୟବସାୟିକ ପ୍ରତିଷ୍ଠାନର କୋଠା ରହିଛି । ଅଗ୍ନିଶମ ବିଭାଗ ପକ୍ଷରୁ ଯାଞ୍ଚ କରାଯାଇ ମାତ୍ର ୩୦୦ ଅନୁଷ୍ଠାନକୁ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ପାଇବାକୁ ଯୋଗ୍ୟ ବୋଲି ଚିହ୍ନଟ କରାଯାଇଛି । ୩୦୦ରୁ ମାତ୍ର ୧୩ଟି ଅନୁଷ୍ଠାନ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ନେଇଛନ୍ତି ।

ବାରମ୍ବାର ନୋଟିସ ହୋଇଥିଲେ ହେଁ ଏହାକୁ କେହି ଖାତିର୍ କରୁନାହାନ୍ତି । ଏନେଇ ପୂର୍ବରୁ ଅନେକ ଅନୁଷ୍ଠାନ ଓ ବୁଦ୍ଧିଜୀବୀଙ୍କ ପକ୍ଷରୁ ଅନେକ ଥର ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିବା ବେଳେ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ଚୁପ୍ ରହିବା ସମସ୍ତଙ୍କୁ ତାଜୁବ କରିଛି । ସେପଟେ ଅଗ୍ନିକାଣ୍ଡର କ୍ଷୟକ୍ଷତି ରିପୋର୍ଟ ଖୁବଶୀଘ୍ର ସ୍ବତନ୍ତ୍ର ରିଲିଫ କମିଶନରଙ୍କୁ ପ୍ରଦାନ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ପୁରୀ ସହରରେ ଶହଶହ ହୋଟେଲ, ଲଜିଂ ଓ ମାର୍କେଟ କମ୍ପ୍ଲେକ୍ସ ବିନା ଅଗ୍ନି ନିରାପତ୍ତା ବ୍ୟବସ୍ଥାରେ ଚାଲିଥିବା ବେଳେ ଜିଲ୍ଲା ପ୍ରଶାସନ ସହଯୋଗ ମିଳିଲେ ଅଗ୍ନିଶମ ବିଭାଗ ଏନେଇ ଆବଶ୍ୟକ ପଦକ୍ଷେପ ନେବ ବୋଲି କହିଛନ୍ତି ଅଗ୍ନିଶମ ଅଧିକାରୀ ।

ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ ଅଗ୍ନିକାଣ୍ଡ ଘଟଣାରେ ଅନେକ ବ୍ୟବସାୟୀ ସର୍ବସ୍ବାନ୍ତ ହୋଇଥିବା ବେଳେ ଏହା ପଛରେ ପ୍ରଶାସନର ଅବହେଳା ହିଁ ଦାୟୀ ବୋଲି ଅଭିଯୋଗ ହୋଇଛି । ତେବେ ଆଗାମୀ ଦିନରେ କୌଣସି ବଡ଼ ଅଘଟଣକୁ ପ୍ରଶାସନ ଅପେକ୍ଷା ନକରି ତୁରନ୍ତ ସହରରେ ଥିବା ହୋଟେଲ, ଲଜିଂ ଓ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନର କୋଠାଗୁଡିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କଡାକଡି କରିବାର ଆବଶ୍ୟକତା ରହିଥିବାର ମତ ପ୍ରକାଶ ପାଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.