ପୁରୀ: କୋଭିଡରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ମୃତ୍ୟ ହୋଇଛି । ତାଙ୍କର ମୃତ୍ୟରେ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳି ଯାଇଛି ।
ପ୍ରବୀରଙ୍କ ଅମର ଆତ୍ମାର ସଦଗତି ପାଇଁ ଆଜି(ଗୁରୁବାର) ପୁରୀର ସମସ୍ତ ଗଣମାଧ୍ୟମ ପ୍ରତିନିଧି ଶ୍ରୀମନ୍ଦିର ସିଂହ ଦ୍ବାର ନିକଟରେ ଏକାଠି ହୋଇ ମହାପ୍ରଭୁଙ୍କ ନିକଟରେ ଦୀପ ଦାନ କରିଛନ୍ତି । ଭୁବନେଶ୍ବରରେ ସ୍ବର୍ଗତ ପ୍ରବୀର ପ୍ରଧାନ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ପ୍ରାଣ ହରାଇଛନ୍ତି ।
ତେବେ ନିଷ୍ଠାପର କାର୍ଯ୍ୟ ଓ ଖବର ସଂଗ୍ରହ ପ୍ରତି ପ୍ରତିବଦ୍ଧତା ପାଇଁ ସେ ଖୁବ କମ ସମୟରେ ଜଣେ ଯୁବ ଓ ପ୍ରତିଭାବାନ ସାମ୍ବାଦିକ ଭାବେ ସୁନାମ ଅର୍ଜନ କରିଥିଲେ । ମାତ୍ର ତାଙ୍କର ଅକାଳ ବିୟୋଗରେ ସାରା ରାଜ୍ୟରେ ସାମ୍ବାଦିକ ଜଗତରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ