ETV Bharat / state

ସହାୟତା ଅପେକ୍ଷାରେ ବନ୍ୟା କ୍ଷତିଗ୍ରସ୍ତ ଚାଷୀ - Farmers affected by the floods

କେନ୍ଦ୍ରୀୟ ପ୍ରତିନିଧି ଦଳଙ୍କ ବନ୍ୟା କ୍ଷତିଗ୍ରସ୍ତ ପରିଦର୍ଶନ ପରେ ବି ଏଯାଏଁ ମିଳିନି ସହାୟତା । ମାତ୍ର ଏକ ମାସରୁ ଉର୍ଦ୍ଧ୍ବ ହେଲାଣି ଏପର୍ଯ୍ୟନ୍ତ ବନ୍ୟା ବିପନ୍ନଙ୍କ ପାଖରେ ସରକାରୀ ସୁବିଧା ସୁଯୋଗ ମିଳିନଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ:

puri-farmers
ସହାୟତା ଅପେକ୍ଷାରେ କ୍ଷତିଗ୍ରସ୍ତ ଚାଷୀ
author img

By

Published : Oct 25, 2020, 10:57 PM IST

ପୁରୀ: ବନ୍ୟା ଜନିତ କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କ ଅଭିଯୋଗ । କେନ୍ଦ୍ରୀୟ ପ୍ରତିନିଧି ଦଳଙ୍କ ବନ୍ୟା କ୍ଷତିଗ୍ରସ୍ତ ପରିଦର୍ଶନ ପରେ ବି ଏଯାଏଁ ମିଳିନି ସହାୟତା । ମାତ୍ର ଏକ ମାସରୁ ଉର୍ଦ୍ଧ୍ବ ହେଲାଣି ଏପର୍ଯ୍ୟନ୍ତ ବନ୍ୟା ବିପନ୍ନଙ୍କ ପାଖରେ ସରକାରୀ ସୁବିଧା ସୁଯୋଗ ମିଳିନଥିବା ଅଭିଯୋଗ କରିଛନ୍ତି ବନ୍ୟା ବିପନ୍ନ।

ପୁରୀ ଜିଲ୍ଲାର କଣାସ, ଡେଲାଙ୍ଗ ,ନିମାପଡା, ଗୋପ ଅଞ୍ଚଳରେ ପ୍ରଳୟଙ୍କରୀ ବନ୍ୟା ବ୍ୟାପକ କ୍ଷୟକ୍ଷତି କରିଥିବା ବେଳେ କେନ୍ଦ୍ରୀୟ ପ୍ରତିନିଧି ଦଳ କଣାସ ପାଣ୍ଡିଆ କେରା ପଞ୍ଚାୟତ ନୂଆସାହି ଠାରେ ସୃଷ୍ଟି ହୋଇଥିବା ଘାଇ ପରିଦର୍ଶନ କରିବା ସହିତ ବନ୍ୟାଜଳରେ କ୍ଷତି ହୋଇଥିବା ଚାଷ ଜମିର ଅନୁଧ୍ୟାନ କରି ଫେରିଥିଲେ।

ସହାୟତା ଅପେକ୍ଷାରେ କ୍ଷତିଗ୍ରସ୍ତ ଚାଷୀ

ସେପଟେ ଏଭଳି ଦୈଵ ଦୁର୍ବିପାକ ଦେଇ ଚାଷୀ ଗତି କରୁଥିବା ବେଳେ ସରକାରୀ ସହାୟତା କେବଳ ତଦନ୍ତ ଭିତରେ ରହିଯାଉଛି ବୋଲି ବନ୍ୟା ବିପନ୍ନ ଅଭିଯୋଗ କରିଛନ୍ତି । ବିଭିନ୍ନ ସ୍ଥାନରୁ ହାତ ଉଧାର କରି ହଜାର ହଜାର ଟଙ୍କା ଖର୍ଚ୍ଚ କରି ଚାଷ କରିଥିଲେ ମଧ୍ୟ ସବୁ ଉଜୁଡି ଯାଇଛି। ଏହି ପରିସ୍ଥିତିରେ ଏବେ କିଭଳି ଘର ପରିବାର ଚାଲିବ ଓ ଋଣ କିପରି ସୁଝିବେ ସେନେଇ ଚାଷୀ ଚିନ୍ତାରେ।

ଦୀର୍ଘଦିନ ବିତିଥିଲେ ମଧ୍ୟ ରାଜ୍ୟ ସରକାର ହେଉ ବା କେନ୍ଦ୍ର ସରକାର ଚାଷୀଙ୍କ ପାଇଁ କିଛି ବି ଆର୍ଥିକ ସହାୟତା ଦେଇ ନଥିବା ଅଭିଯୋଗ ହୋଇଛି । ଯଦି ତୁରନ୍ତ ତାଙ୍କୁ ସରକାରୀ ସହାୟତା ନମିଳେ, ତେବେ ଅଗାମୀ ଦିନରେ ଚାଷୀ ଆତ୍ମହତ୍ୟାର ରାସ୍ତା ବାଛିବେ ବୋଲି କ୍ଷୋଭର ସହ କହିଛନ୍ତି ପୁରୀ ଜିଲ୍ଲାର ଚାଷୀମାନେ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.