ପୁରୀ: ପୁରୀ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ୩୨ କେଜି ଭାଙ୍ଗ ସହ ୩୨୦୦ଲିଟର ମଦ ଜବତ କରାଯାଇଛି। ଅବକାରୀ ଇନ୍ସପେକ୍ଟର ପ୍ରକାଶ କୁମାର ପ୍ରଧାନଙ୍କ ନେତୃତ୍ବରେ ମୋବାଇଲ ଟିମ ଏସଆଇ ଲଷ୍ମୀଧର ପ୍ରଧାନ ଓ ସନ୍ତୋଷ ପଟ୍ଟନାୟକ କୁମ୍ଭାରପଡ଼ା, ଗୋପୀନାଥପୁର, ମାଟିଆପଡ଼ା ଓ ଗୋପ ଅଞ୍ଚଳରେ ଚଢାଉ କରି ଭାଙ୍ଗ ଓ ମଦ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଥିବା ୪ଜଣଙ୍କୁ ଗିରଫ କରିଥିଲେ ।
![ପୁରୀ ଅବକାରୀ ବିଭାଗର ଚଢାଉ:୩୨ କେଜି ଭାଙ୍ଗ ସହ ୩୨୦୦ଲିଟର ମଦ ଜବତ, 4 ଗିରଫ](https://etvbharatimages.akamaized.net/etvbharat/prod-images/od-pur-04-puri-exciseraid-avo-7205521_30052021224235_3005f_1622394755_501.jpg)
ଗିରଫ 4 ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି ବନବାଭାଗ। ଅଭିଯୁକ୍ତ ମାନେ ହେଲେ କୁମ୍ଭାରପଡା ତଳସାହିର ପ୍ରମୋଦ ରାଉତ,ଗୋପୀନାଥପୁର ପ୍ରଧାନ ସାହିର ପାଣ୍ଡବ ଜେନା, ମାଟିଆପଡ଼ାର ପୁର୍ଣ୍ଣ ସାହୁ ଓ ଗୋପ ପଦ୍ମପଡାର ରବିନାରାୟଣ ମହାପାତ୍ର।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ