ETV Bharat / state

ଶ୍ରୀମନ୍ଦିର ସୁରକ୍ଷା ଜୋନ ଉଚ୍ଛେଦ ପ୍ରକ୍ରିୟା ଜାରି

author img

By

Published : Feb 25, 2020, 6:12 PM IST

Updated : Feb 25, 2020, 7:13 PM IST

ଶ୍ରୀମନ୍ଦିର ପଶ୍ଚିମ ଦ୍ୱାରରେ ଥିବା ପ୍ରତିହାରୀ ନିଯୋଗର ପ୍ରତିହାରି ଭବନ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି । ଉଚ୍ଛେଦ ବେଳେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ଫୋର୍ସ ସମେତ ମାଜିଷ୍ଟ୍ରେଟ ଉପସ୍ଥିତ ରହିଥିଲେ। ଅଧିକ ପଢନ୍ତୁ...

puri_ eviction
ଶ୍ରୀମନ୍ଦିର ସୁରକ୍ଷା ଜୋନ ଉଚ୍ଛେଦ

ପୁରୀ: ଜାରି ରହିଛି ଶ୍ରୀମନ୍ଦିର ସୁରକ୍ଷା ଯୋନରେ ଉଚ୍ଛେଦ ପ୍ରକ୍ରିୟା । ଏହି କ୍ରମରେ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାରରେ ଥିବା ପ୍ରତିହାରୀ ନିଯୋଗର ପ୍ରତିହାରି ଭବନ ଉଚ୍ଛେଦ କରାଯାଇଛି। ଜେସିବି ମେସିନ ଦ୍ୱାରା ଉଚ୍ଛେଦ କରାଯାଇ ଥିଲା ଏହି ଦୁଇ ମହଲା ବିଲ୍ଡିଂ । ଉଚ୍ଛେଦ ବେଳେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ଫୋର୍ସ ସମେତ ମାଜିଷ୍ଟ୍ରେଟ ଉପସ୍ଥିତ ରହିଥିଲେ।

ଶ୍ରୀମନ୍ଦିର ସୁରକ୍ଷା ଜୋନ ଉଚ୍ଛେଦ ପ୍ରକ୍ରିୟା ଜାରି

ଅଘଟଣ ଆଶଙ୍କାରେ ଅଗ୍ନିଶମ ବାହିନୀ ଉପସ୍ଥିତ ରହିବା ସହ ଗଡ଼ନ୍ତି ଛକରୁ ଗଣ୍ଡୁଆ ଚୌରା ଛକ ସିଲ କରାଯାଇ ଥିଲା। ତେବେ ଶ୍ରୀମନ୍ଦିର ସୁରକ୍ଷା ଯୋନରେ ଉଚ୍ଛେଦ ପ୍ରକ୍ରିୟା 60 ପ୍ରତିଶତ ସରିଥିବା ପୁରୀ ଜିଲ୍ଲା ପ୍ରଶାସନ ସୂଚନା ଦେଇଛି। ଶ୍ରୀମନ୍ଦିର ସୁରକ୍ଷା ଯୋନରେ ମୋଟ 15 ଏକର ଜମି ଅଧିଗ୍ରହଣ ହେବ। ତେବେ ସୁରକ୍ଷା ଯୋନରେ ଉଚ୍ଛେଦ ପ୍ରକ୍ରିୟା ଶୀଘ୍ର ସାରିବାକୁ ପୁରୀ ଜିଲ୍ଲା ପ୍ରଶାସନ ଉଚ୍ଛେଦ କାର୍ଯ୍ୟକୁ ତ୍ୱରାନ୍ୱିତ କରୁଥିବା କୁହାଯାଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Feb 25, 2020, 7:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.