ETV Bharat / state

ସରକାରୀ ନିର୍ଦ୍ଦେଶକୁ ମାନୁନି ବେସରକାରୀ ବିଦ୍ୟାଳୟ

author img

By

Published : Jul 31, 2019, 11:10 PM IST

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ଘରୋଇ ସ୍କୁଲର ‘ଫୁ’ । ନିର୍ଦ୍ଧାରିତ ସମୟରେ ଦେଉନାହାଁନ୍ତି ତଥ୍ୟ । ଏସଡ଼ିଏମଆଇଏସ ଜରିଆରେ ସରକାରଙ୍କୁ ଆସୁନି ଛାତ୍ରଛାତ୍ରୀଙ୍କ ତଥ୍ୟ । ଫଳରେ ସରକାରୀ ଯୋଜନାରୁ ବିଦ୍ୟାର୍ଥୀ ବଳିପଡ଼ିବା ଆଶଙ୍କା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ସରକାରଙ୍କ ନିର୍ଦ୍ଦେଶକୁ ଘରୋଇ ସ୍କୁଲର ବେଖାତିର । ରାଜ୍ୟ ଶିକ୍ଷା ବିଭାଗର ନିୟମ ଅନୁଯାୟୀ ଶିକ୍ଷା ବର୍ଷରେ ପ୍ରତିଟି ସ୍କୁଲ ପକ୍ଷରୁ ଓସେପା ପୋର୍ଟାଲରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଥିବା ତଥ୍ୟପରିଚାଳନା ବ୍ୟବସ୍ଥା ବା ଏସଡ଼ିଏମଆଇଏସକୁ ଅପୋଲଡ କରିବାର ନିୟମ ରହିଛି । କିନ୍ତୁ ଜିଲ୍ଲାର କୌଣସି ଘରୋଇ ଶିକ୍ଷାନୁଷ୍ଠାନ ଏଦି ତଥ୍ୟ ପ୍ରଦାନ କରିନାହାଁନ୍ତି । ଯାହାକୁ ନେଇ ଜିଲ୍ଲା ପ୍ରକଳ୍ପ ସଂଯୋଜିକା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ 170ଟି ବିଦ୍ୟାଳୟକୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ସେଥିମଧ୍ୟରୁ 80 ଭାଗ ସ୍କୁଲ ତଥ୍ୟ ଅପେଡଟ କରିଥିବା ବେଲେ ପୁରୀ ସଦର ଓ ଗୋପ ବ୍ଲକର 20 ପ୍ରତିଶତ ବିଦ୍ୟାଳୟ ଡାଟା ଅପଡେଟ୍ କରିନାହାଁନ୍ତି । ତେଣୁ ତଥ୍ୟ ଭରିନଥିବା ଶିକ୍ଷାନୁଷ୍ଠାନ ଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜିଲା ପ୍ରକଳ୍ପ ସଂଯୋଜିକା । ସେପଟେ ଶିକ୍ଷା ଅଧିକାର ଆଇନର ଖୋଲାଖୋଲି ଉଲ୍ଲଙ୍ଘନ ଘରୋଇ ସ୍କୁଲ ଗୁଡିକ କରୁଥିବାରୁ ଏ ନେଇ ଆଗାମୀ ଦିନରେ ଯାଞ୍ଚ କରାଯିବ ବୋଲି ସେ କହିଛନ୍ତି । ରାଜ୍ୟ ଶିକ୍ଷା ବିଭାଗର ଏହି ନିୟମ ଅନୁଯାୟୀ ବିଦ୍ୟାଳୟ ଗୁଡ଼ିକ ଛାତ୍ରଛାତ୍ରୀଙ୍କ ତଥ୍ୟ ଦେବା ପରେ ସରକାର ତାହାକୁ ଅନୁଧ୍ୟାନ କରିବେ । ପରେ ସଠିକ୍ ବିଦ୍ୟାର୍ଥୀ ସରକାରଙ୍କ ବିଭିନ୍ନ ଯୋଜନାର ଲାଭ ପାଇ ପାରିବେ ।

ତେବେ ଘରୋଇ ସ୍କୁଲ ଗୁଡ଼ିକ ଏହି ନିର୍ଦ୍ଦେଶକୁ ବେଖାତିର କରୁଥିବାରୁ ଅନେକ ଛାତ୍ରଛାତ୍ରୀ ବିଭିନ୍ନ ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହେବାର ଆଶଙ୍କା ଦେଖାଯାଇଛି । କିନ୍ତୁ ଚଳିତ ବର୍ଷ କୌଣସି ଘରୋଇ ବିଦ୍ୟାଳୟ ଏହା କରିନାହାଁନ୍ତି । ଯାହାକୁ ନେଇ ଜିଲ୍ଲାର 170ଟି ସ୍କଲକୁ ଜୁଲାଇ 20ରେ ଜାରି ହୋଇଥିଲା ସୋ କଜ- ନୋଟିସ । ଜୁଲାଇ 22 ଭିତରେ ବିଇଓଙ୍କ ନିକଟରେ ଦାଖଲ କରିବେ ରିପୋର୍ଟ । ସେଥିରେ ମାତ୍ର 85ଟି ସ୍କୁଲ କରିଥିବା ବେଳେ ବାକି ବିଦ୍ୟାଳୟ ମାନଙ୍କ ପାଇଁ 6 ଦିନ ବଢାଇ ଦିଆଯାଇଛି ସମୟ । ତଥାପି ମଧ୍ୟ ସରକାରଙ୍କୁ ନିର୍ଦ୍ଦେଶକୁ ଫୁ କରି ଉଡ଼ାଇଦେଇଛନ୍ତି ଏହି ଅନୁଷ୍ଠାନର ମାଲିକ । ତେଣୁ ଏହି ଶିକ୍ଷାନୁଷ୍ଠାନ ଗୁଡ଼ିକ ଉପରେ ଦୃଢ କାର୍ଯ୍ୟନୁଷ୍ଠାନ ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ସରକାରୀ ନିର୍ଦେଶ କୁ ଘରୋଇ ସ୍କୁଲ ଗୁଡିକ ର ବେଖାତିର। ସରକାର ଙ୍କ ବିଭିନ୍ନ ଯୋଜନା ରୁ ଛାତ୍ର ଛାତ୍ରୀ ବଂଚିତ ହେବାର ଆଶଙ୍କା Body:ପୁରୀ ଜିଲାରେ ଘରୋଇ ସ୍କୁଲମାନେ ମାନୁନାହାନ୍ତି ଜିଲା ପ୍ରଶାସନର ନିର୍ଦ୍ଦେଶ । ରାଜ୍ୟ ଶିକ୍ଷା ବିଭାଗର ନିୟମ ଅନୁଯାୟୀ ଶିକ୍ଷା ବର୍ଷରେ ପ୍ରତିଟି ସ୍କୁଲ ପକ୍ଷରୁ ଓସେପା ପୋର୍ଟାଲରେ ଏସଡିଏମଆଇଏସ ବା ଷ୍ଟୁଡେଣ୍ଟ ଡାଟା ମ୍ୟାନେଜମେଣ୍ଟ ଇନଫରମେସନ ସିଷ୍ଟମକୁ ଅପୋଲଡ କରିବେ । ତେବେ କେହିବି ଜଣେ କରିନଥିବା ବେଳେ ଏ ନେଇ ଜିଲା ପ୍ରକଳ୍ପ ସଂଯୋଜିକାଙ୍କ ପକ୍ଷରୁ ଜିଲାପାଳଙ୍କ ନିର୍ଦ୍ଦେଶ ରେ 170ଟି ସ୍କୁଲକୁ ଜାରୀ ହୋଇଥିଲା ସୋ କଜ ନୋଟିସ । ତେବେ ସେଥିରୁ 80 ଭାଗ ସ୍କୁଲ ତାହା ଅପେଡଟ କରିଥିବା ବେଲେ ପୁରୀ ସଦର ଓ ଗୋପ ବ୍ଲକର ସ୍କୁଲ ଗୁଡିକ ବାକି ରହିଛି । ସେମାନଙ୍କୁ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜିଲା ପ୍ରକଳ୍ପ ସଂଯୋଜିକା । ସେପଟେ ଶିକ୍ଷା ଅଧିକାର ଆଇନର ଖୋଲାଖୋଲି ଉଲଙ୍ଘନ ଘରୋଇ ସ୍କୁଲ ଗୁଡିକ କରୁଥିବାରୁ ଏ ନେଇ ଆଗାମୀ ଦିନରେ ଯାଂଚ କରାଯିବ ବୋଲି ମଧ୍ୟ କହିଛନ୍ତି ଜିଲା ପ୍ରକଳ୍ପ ସଂଯୋଜିକା । ପୁରୀ ଜିଲାରେ ଘରୋଇ ଶିକ୍ଷାନୁଷ୍ଠାନମାନଙ୍କର ମନମାନି ଚଲାଇଛନ୍ତି । । ରାଜ୍ୟ ଶିକ୍ଷା ବିଭାଗର ନିୟମ ଅନୁଯାୟୀ ପ୍ରତିଟି ଶିକ୍ଷା ବର୍ଷରେ ସ୍କୁଲମାନେ ଓସେପା ପୋର୍ଟାଲରେ ଏସଡିଏମଆଇଏସ ବା ଷ୍ଟୁଡେଣ୍ଟ ଡାଟା ମ୍ୟାନେଜମେଣ୍ଟ ଇନଫରମେସନ ସିଷ୍ଟମକୁ ଅପୋଲଡ କରିବେ । ଫଳରେ ଛାତ୍ର ଛାତ୍ରୀ ଙ୍କ ସଂଖା ଜଣାପଡିଲେ ସରକାର ଙ୍କ ବିଭିନ୍ନ ଯୋଜନା ର ଲାଭ ଛାତ୍ର ଛାତ୍ରୀ ପାଇ ପାରିବେ। ତେବେ ଘରୋଇ ସ୍କୁଲ ଗୁଡ଼ିକ ଏହି ନିର୍ଦେ ସ କୁ ବେଖାତିର କରୁଥିବା ହେତୁ ଛାତ୍ର ଛାତ୍ରୀ ମାନେ ବିଭିନ୍ନ ସୁବିଧା ସୁଯୋଗ ରୁ ବଂଚିତ ହେବା ଅସଙ୍କା ରହିଛି। ହେଲେ ଚଳିତ ବର୍ଷ କେହି ଗୋଚିଏ ବି ସ୍କୁଲ ତାହା କରିନଥିଲେ । ଏ ନେଇ ପୁରୀ ଜିଲାର 170ଟି ସ୍କଲକୁ ଜୁଲାଇ 20ରେ ଜାରୀ ହୋଇଥିଲା ସୋ କଜ- ନୋଟିସ । ଜୁଲାଇ 22 ଭିତରେ ବିଇଓଙ୍କ ନିକଟରେ ଦାଖଲ କରିବେ ରିପୋର୍ଟ । ସେଥିରେ ମାତ୍ର 85ଟି ସ୍କୁଲ କରିଥିବା ବେଳେ ବାରି ସ୍କୁଲଙ୍କ ପାଇଁ 6 ଦିନ ବଢାଇ ଦିଆଯାଇଥିଲା । ଆଉ ଏଯାବତ 80 ଭାଗ ସ୍କୁଲ ଏସଡିଏମଆଇଏସ ଡାଟା ଅପଲୋଡ କରିଛନ୍ତି । ବାକି ପୁରୀ ସଦରର କିଛି ସ୍କୁଲ ଓ ଗୋପ ବ୍ଲକର କିଛି ସ୍କିଲ ଏଯାବତ କରିନାହାନ୍ତି । ସେମାନଙ୍କ ଉପରେ ଦୃଢ କାର୍ଯ୍ୟନୁଷ୍ଠାନ ପାଇଁ ଜିଲାପାଳଙ୍କ ନିର୍ଦ୍ଦେଶ ରହିଥିବା ବେଳେ ସେମାନଙ୍କ ସ୍କୁଲସର ଅଧ୍ୟକ୍ଷ ବା ପ୍ରଧାନଶିକ୍ଷକ ଆସି ଜିଲା ପ୍ରକଳ୍ପ ସଂଯୋଜିକଙ୍କ ନିକଟରେ ହାଜର ହୋଇ ଉତର ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ବାଇଟ-ସୌନ୍ଦର୍ଯ୍ୟ ମଂଜରୀ ଦାଶ , ଜିଲା ପ୍ରକଳ୍ପ ସଂଯୋଜିକା , ପୁରୀConclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

Mojo ରେ ଭିଯୁଆଲ ବାଇଟ ଯାଇଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.