ETV Bharat / state

ସ୍ବଚ୍ଛତା କାର୍ଯ୍ୟକ୍ରମର ସମୀକ୍ଷା କଲେ ପୁରୀ ଜିଲ୍ଲାପାଳ - ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା

ଦାୟିତ୍ବ ନେବା ପରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସହରର ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ସହ ଜାରି ସ୍ବଚ୍ଛତା କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ଅଧିକ ପଢନ୍ତୁ:

ସ୍ବଚ୍ଛତା କାର୍ଯ୍ୟକ୍ରମର ସମୀକ୍ଷା କଲେ ଜିଲ୍ଲାପାଳ ସମର୍ଥ ବର୍ମା

author img

By

Published : Jan 9, 2021, 11:00 AM IST

ପୁରୀ: ଦାୟିତ୍ବ ନେବା ପରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସହରର ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ସହ ଜାରି ସ୍ବଚ୍ଛତା କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ଆବର୍ଜନା ସଂଗ୍ରହ, ଅଳିଆ ସଂଗ୍ରହ ସ୍ଥାନରୁ ପୃଥକୀକରଣ ଓ ସଫେଇ ଅଭିଯାନ ସଂପର୍କରେ ସେ ଅବଗତ ହୋଇଥିଲେ ।

ସ୍ବଚ୍ଛ ସବାରୀ ଦ୍ବାରା ସହରର ବିଭିନ୍ନ ଅଞ୍ଚଳରୁ ଆବର୍ଜନା ସଂଗ୍ରହ, ଗାଡି ଯିବାରେ ସମସ୍ୟା ଥିବା ଗଳିରୁ ଠେଲା ଗାଡି ମାଧ୍ୟମରେ ଅଳିଆ ସଂଗ୍ରହ ସଂପର୍କରେ ମଧ୍ୟ ଅବଗତ ହୋଇଥିଲେ ଜିଲ୍ଲାପାଳ । ଏଥିସହ ସ୍ବଚ୍ଛ ସାଥୀ, ସ୍ଥାନୀୟ ବାସିନ୍ଦାମାନଙ୍କ ସହ ସ୍ବଚ୍ଛତା ସଂପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ଏହି ଅବସରରେ ଅନ୍ୟମାନଙ୍କ ସହ ପୌରସଂସ୍ଥା ନିର୍ବାହୀ ଅଧିକାରୀ ବିଜୟ କୁମାର ଦାଶ, ଫିଡବ୍ୟାକ ଫାଉଣ୍ଡସେନ ସଦସ୍ୟ ଜ୍ୟୋତିପ୍ରକାଶ ପ୍ରମୁଖ ଉପସ୍ଥିତ ଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.