ପୁରୀ: କଳାହାଣ୍ଡି ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାରେ ଏବେ ବିଜେପି ଖଡ୍ଗ ହସ୍ତ ହୋଇପଡିଛି । ଆଜି(ବୁଧବାର) ସାରା ରାଜ୍ୟରେ ଦଳ ମନ୍ତ୍ରୀଙ୍କୁ ବହିଷ୍କାର ଦାବିରେ ସାରା ରାଜ୍ୟରେ ଆନ୍ଦୋଳନ, ବିକ୍ଷୋଭ ଶୋଭାଯାତ୍ରା କରିଛି ।
ବିଜେପି ରାଜ୍ୟବ୍ୟାପୀ ଆନ୍ଦୋଳନ କରୁଥିବାବେଳେ ଆଜି ପୁରୀରେ ମଧ୍ୟ ମନ୍ତ୍ରୀଙ୍କୁ ବହିଷ୍କାର ଦାବିରେ ହୋଇଛି ବିକ୍ଷୋଭ । ଏନେଇ ପୁରୀରେ ଆଜି ଜିଲ୍ଲା ବିଜେପି ପକ୍ଷରୁ ବିଧାୟକ ଜୟନ୍ତ ଷଡଙ୍ଗୀଙ୍କ ନେତୃତ୍ବରେ ଶହ ଶହ ବିଜେପି କର୍ମୀ ଏସପିଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବା ସହ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ ।
ପରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଜରିଆରେ ଏକ ଦାବିପତ୍ର ଦେଇଛି ଦଳ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ