ETV Bharat / state

କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନରଙ୍କ କୋଭିଡ ସ୍ଥିତି ସମୀକ୍ଷା

author img

By

Published : Oct 1, 2020, 10:52 PM IST

କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର ଅନିଲ କୁମାର ସାମଲ ଜିଲ୍ଲାରେ କୋଭିଡ ପରିସ୍ଥିତିର ସମୀକ୍ଷା କରିଛନ୍ତି । ଜିଲ୍ଲା ସ୍ବତନ୍ତ୍ର ପ୍ରଦକ୍ଷଣ ଗୃହ ପରିସରରେ ଆୟୋଜିତ ସମୀକ୍ଷା ବୈଠକରେ ଅନିଲ ସାମଲ ଜିଲ୍ଲାରେ କୋରୋନା ମୁକାବିଲା ନିମନ୍ତେ ନିଆଯାଇଥିବା ପଦକ୍ଷେପ ସଂପର୍କରେ ଅବଗତ ହୋଇଥିଲେ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନରଙ୍କ କୋଭିଡ ସ୍ଥିତି ସମୀକ୍ଷା
କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନରଙ୍କ କୋଭିଡ ସ୍ଥିତି ସମୀକ୍ଷା

ପୁରୀ: କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର ଅନିଲ କୁମାର ସାମଲ ଜିଲ୍ଲାରେ କୋଭିଡ ପରିସ୍ଥିତିର ସମୀକ୍ଷା କରିଛନ୍ତି । ଜିଲ୍ଲା ସ୍ବତନ୍ତ୍ର ପ୍ରଦକ୍ଷଣ ଗୃହ ପରିସରରେ ଆୟୋଜିତ ସମୀକ୍ଷା ବୈଠକରେ ଅନୀଲ ସାମଲ ଜିଲ୍ଲାରେ କୋରୋନା ମୁକାବିଲା ନିମନ୍ତେ ନିଆଯାଇଥିବା ପଦକ୍ଷେପ ସଂପର୍କରେ ଅବଗତ ହୋଇଥିଲେ । ଏହାସହ କୋରୋନା ଚିକିତ୍ସା କେନ୍ଦ୍ରରେ ଉପଲବ୍ଧ ସୁବିଧା ଓ ଡାକ୍ତରମାନେ ନିୟମିତ ଭାବେ ରୋଗୀମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା, ଅଧିକ ଆଣ୍ଟିଜେନ ନମୁନା ସଂଗ୍ରହ ଏବଂ ପ୍ଲାଜମା ଦାନ କରିବାକୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ବାରୋପ କରିଥିଲେ ।

ଅନ୍ୟପକ୍ଷରେ ଜିଲ୍ଲାପାଳ ବଲଓ୍ବନ୍ତ ସିଂ ଜିଲ୍ଲାରେ କୋଭିଡ ସ୍ଥିତି, କୋଭିଡ ସ୍ବାସ୍ଥ୍ୟ କେନ୍ଦ୍ର, କୋଭିଡ କେୟାର ସେଣ୍ଟରରେ ଉପଲବ୍ଧ ସୁବିଧା ସମ୍ପର୍କରେ ଜଣାଇଥିଲେ । ଜିଲ୍ଲାରେ ଏପର୍ଯ୍ୟନ୍ତ ୯୩ ହଜାର ୫୨୭ ଜଣଙ୍କ କୋରୋନା ପରୀକ୍ଷା କରାଯାଇଛି । ଜିଲ୍ଲାରେ ଏପର୍ଯ୍ୟନ୍ତ ୧୦୨୧୧ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସେଥିମଧ୍ୟରୁ ୮୭୩୩ ଜଣ ଆରୋଗ୍ୟ ଲାଭ କରିଛନ୍ତି । ବର୍ତ୍ତମାନ ୧୪୨୨ ଜଣ ସଂକ୍ରମିତମାନଙ୍କ ମଧ୍ୟରୁ ୧୦୫୧ ଜଣ ଗୃହ ସଙ୍ଘରୋଧରେ ଅଛନ୍ତି । କୋରୋନା ଆରୋଗ୍ୟ ହାର ୮୬ ପ୍ରତିଶତ ରହିଛି ଓ ଆରୋଗ୍ୟ ହାର ଆହୁରି ବୃଦ୍ଧି ପାଇବ ବୋଲି ଜିଲ୍ଲାପାଳ ଆଶାବ୍ୟକ୍ତ କରିଛନ୍ତି ।

ବର୍ତ୍ତମାନ ୨୬ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନରେ ରଖାଯାଇଛି । ବର୍ତ୍ତମାନ ଜିଲ୍ଲାର ୧୦ଟି କୋଭିଡ କେୟାର କେନ୍ଦ୍ର ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କୋରୋନା ରୋଗୀମାନଙ୍କ ପାଇଁ ୯୭୨ ଶଯ୍ୟା ବ୍ୟବସ୍ଥା ରହିଛି ଏବଂ ଏଥିରେ ୩୦୦ ରୋଗୀ ଚିକିତ୍ସିତ ହେଉଛନ୍ତି । ଏବେ ଜିଲ୍ଲାରେ ପ୍ରାୟ ୧୨୦୦ ନମୁନା ସଂଗ୍ରହ କରାଯାଉଥିବା ବେଳେ ସେଥିମଧ୍ୟରୁ ପ୍ରାୟ ଏକ ହଜାର ଆଣ୍ଟିଜେନ ଏବଂ ୨୦୦ ଆରଟିପିସିଆର ମାଧ୍ୟମରେ ନମୁନା ସଂଗ୍ରହ କରାଯାଉଛି ।

ସେହିଭଳି ପ୍ରତି ବ୍ଲକରୁ ଦୈନିକ ୧୦୦ ନମୁନା ସଂଗ୍ରହ ପାଇଁ ଦୁଇଟି ଟିମ ଗଠନ କରାଯାଇଛି । ଏହି ଟିମରେ ସ୍ବାସ୍ଥ୍ୟ ଅଧିକାରୀ ଏବଂ କର୍ମଚାରୀଙ୍କ ବ୍ୟତୀତ ପରିଚାଳନାରେ ସହଯୋଗ ନିମନ୍ତେ ପ୍ରାଣୀଧନ ନିରୀକ୍ଷକ ଓ ଡାଟା ଏଣ୍ଟ୍ରି ଅପରେଟର ମାନଙ୍କୁ ମଧ୍ୟ ସାମିଲ କରାଯାଇଛି । ବର୍ତ୍ତମାନ ଜିଲ୍ଲାରେ ୩୨ଟି ଆମ୍ବୁଲାନ୍ସ, ଗୋଟିଏ ଏଏଲଏସ୍ ଓ ଦୁଇଟି ବିଏଲଏସ ଆମ୍ବୁଲାନ୍ସ କାମ କରୁଥିବା ବେଳେ ଆଉ ଦୁଇଟି ଏଏଲଏସ୍ ଆମ୍ବୁଲାନ୍ସ ଆବଶ୍ୟକତା ଥିବା ଜିଲ୍ଲପାଳ ଅବଗତ କରାଇଥିଲେ ।

ପୁ୍ରୀ ପୌରାଞ୍ଚଳରେ ସଂକ୍ରମିତମାନଙ୍କ ସମ୍ପର୍କରେ ଆସିଥିବା ଲୋକମାନଙ୍କୁ ଚିହ୍ନଟ ପାଇଁ ତିନୋଟି ଟିମ ଗଠନ କରାଯାଇଛି । ସେବାୟତ ମାନଙ୍କୁ ସହଯୋଗ ପାଇଁ ଉତ୍କଳ ହିନ୍ଦି ସ୍କୁଲରେ ଏକ ଉତ୍ସଗୀକୃତ ଟିମ ମୁତୟନ କରାଯାଇଛି । କୋରୋନା ଯୋଦ୍ଧା ଭାବେ ପ୍ରାଣ ହରାଇଥିବା ପୁରୀ ସଦର ବ୍ଲକର ଗଡମୃଗଶିରା ପ୍ରାଣୀଧନ ନିରୀକ୍ଷକ ବିଶ୍ବମୋହନ ବେହେରାଙ୍କ ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା ।

ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ସୁବାସ ନାଥଶର୍ମା, ବିନୟ କୁମାର ଦାସ, ଉପ ଜିଲ୍ଲାପାଳ ଭବତାରଣ ସାହୁ, ପିଡି ଡିଆରଡିଏ ନୀତି ରଞ୍ଜନ ସେନ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ସୁଜାତା ମିଶ୍ର, ଡିପିଏମ୍ ଟି ନାରାୟାଣ ରାଓ ପ୍ରମୁଖ ଉପସ୍ଥିତ ଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.