ETV Bharat / state

ବେଲଗାମ କୋରୋନା, ବିନା ଶ୍ରଦ୍ଧାଳୁରେ ସ୍ନାନଯାତ୍ରା ନେଇ ଚାଲିଛି ବିଚାର ବିମର୍ଶ - ପୁରୀରେ ଥମୁନି କୋଭିଡ ସଂକ୍ରମଣ

ପୁରୀ ଜିଲ୍ଲାରେ କୋଭିଡ ସଂକ୍ରମଣ ଥମିବାର ନାଁ ଧରୁନି । ସେପଟେ ଜୁନ 24 ରେ ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା ମଧ୍ୟ ବିନା ଶ୍ରଦ୍ଧାଳୁରେ ଆୟୋଜନ କରିବାକୁ ନେଇ ସବୁ ପକ୍ଷଙ୍କ ସହ ଆଲୋଚନା ଓ ବିଚାର ବିମର୍ଶ ଚାଲିଛି। ଅଧିକ ପଢନ୍ତୁ...

ପୁରୀରେ ଥମୁନି କୋଭିଡ ସଂକ୍ରମଣ
ପୁରୀରେ ଥମୁନି କୋଭିଡ ସଂକ୍ରମଣ
author img

By

Published : May 31, 2021, 4:09 PM IST

Updated : May 31, 2021, 7:45 PM IST

ପୁରୀ: ପୁରୀ ଜିଲ୍ଲାରେ କୋଭିଡ ସଂକ୍ରମଣ ଥମିବାର ନାଁ ଧରୁନି। 24 ଘଣ୍ଟା ଭିତରେ 405 ଜଣ କୋଭିଡ ପଜେଟିଭ ଚିହ୍ନଟ ହୋଇଥିବା ଜଣାପଡିଛି। ଏଣୁ ପୁରୀରେ ଲକଡାଉନ କଟକଣା ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ କଡାକଡି ଲାଗୁ ରହିବ ବୋଲି ଜିଲାପାଳ ସମର୍ଥ ବର୍ମା କହିଛନ୍ତି।

ପୁରୀରେ ଥମୁନି କୋଭିଡ ସଂକ୍ରମଣ

ପୁରୀ ଜିଲ୍ଲାବାସୀ କୋଭିଡ କଟକଣା ପାଳନ କରନ୍ତୁ ବୋଲି ଜିଲ୍ଲାପାଳ ଅପିଲ କରିଛନ୍ତି। ତେବେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର କୋଭିଡ ସମ୍ପର୍କିତ ୱେବସାଇଟର ସୂଚନା ଅନୁଯାୟୀ ପୁରୀ ଜିଲ୍ଲାରେ ମୋଟ 31 ହଜାର 812 କୋଭିଡ ପଜେଟିଭ ମାମଲା ଆସିଛି।

ସେଥିମଧ୍ୟରୁ 3867 ଟି ଆକ୍ଟିଭ କେସ ରହିଛି । 27,788 ଜଣ କୋଭିଡରୁ ସୁସ୍ଥ ହୋଇଥିବା ବେଳେ 154 ଜଣଙ୍କ ର ମୃତ୍ୟୁ ହୋଇଛି। ସେପଟେ ମହାପ୍ରଭୁଙ୍କ ଚନ୍ଦନଯାତ୍ରା ପୂର୍ବ ବର୍ଷ ଭଳି କୋଭିଡ କଟକଣା ହେତୁ ବିନା ଭକ୍ତ ରେ ଚନ୍ଦନଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଆଗାମୀ ଜୁନ 24 ରେ ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା ମଧ୍ୟ ବିନା ଭକ୍ତ ରେ ଅୟୋଜନ କରିବାକୁ ନେଇ ସବୁ ପକ୍ଷଙ୍କ ସହ ଆଲୋଚନା ଓ ବିଚାର ବିମର୍ଷ ଚାଲିଛି। ତେବେ ଖୁବଶୀଘ୍ର ଏନେଇ ଏକ ବୈଠକ ଅନୁଷ୍ଠିତ ହେବ। ସ୍ନାନ ପୂର୍ଣ୍ଣିମା କିଭଳି କୋଭିଡ କଟକଣା ରେ ଅୟୋଜନ ହେବ ସେ ନେଇ ଚୂଡାନ୍ତ ନିଷ୍ପତି ନିଆଯିବ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : May 31, 2021, 7:45 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.