ETV Bharat / state

ଶ୍ରୀମନ୍ଦିର ଚାରି ଦ୍ବାର ଖୋଲିବା ପ୍ରସଙ୍ଗ, କଂଗ୍ରେସର ନାରାବାଜି ସହ ବିକ୍ଷୋଭ ପ୍ରଦର୍ଶନ

ଶ୍ରୀମନ୍ଦିର ଚାରି ଦ୍ବାର ଖୋଲିବା ପ୍ରସଙ୍ଗରେ ପୁରୀ ଜିଲ୍ଲା କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିଛି । ଏହି ସମୟରେ ପୋଲିସ କଂଗ୍ରେସ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Sep 13, 2023, 12:08 PM IST

କଂଗ୍ରେସର ନାରାବାଜି ସହ ବିକ୍ଷୋଭ ପ୍ରଦର୍ଶନ
ଶ୍ରୀମନ୍ଦିର ଚାରି ଦ୍ଵାର ଖୋଲିବା ପ୍ରସଙ୍ଗ
ଶ୍ରୀମନ୍ଦିର ଚାରି ଦ୍ବାର ଖୋଲିବା ପ୍ରସଙ୍ଗ

ପୁରୀ: ପୁଣି ତେଜିଲା ଶ୍ରୀମନ୍ଦିର ଚାରି ଦ୍ବାର ଖୋଲିବା ପ୍ରସଙ୍ଗ । ଶ୍ରୀମନ୍ଦିର ଚାରି ଦ୍ଵାର ଭକ୍ତଙ୍କ ପାଇଁ ଖୋଲିବା ଦାବି କରି ପୁରୀ ଜିଲ୍ଲା କଂଗ୍ରେସ ପକ୍ଷରୁ ଧାରଣା ଓ ବିକ୍ଷୋଭ ହୋଇଛି । ଚାରିଦ୍ବାର ଖୋଲିବାକୁ ନେଇ ସ୍ବର ଶାଣିତ କରିଛି ଜିଲ୍ଲା କଂଗ୍ରସେ । ନାରା ବାଜି କରିବା ସହ ଦକ୍ଷିଣ ଦ୍ବାରରେ ବିକ୍ଷୋଭ ପ୍ରଦର୍ଶନ କରିଛି କଂଗ୍ରେସ । ଏହି ସମୟରେ ପୋଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ଦେଖିବାକୁ ମିଳିଥିଲା । କଂଗ୍ରେସ ପକ୍ଷରୁ 9ଦଫା ଦାବିପତ୍ର ଜାରି କରାଯାଇଛି ।

ଶ୍ରୀମନ୍ଦିର ଚାରି ଦୁଆର ଖୋଲିବା ସପକ୍ଷରେ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ସମେତ ସେବାୟତ, ବୁଦ୍ଧିଜୀବୀ ମାନେ ମତ ରଖିଥିବା ବେଳେ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ତଥା ଚାରି ଦ୍ଵାରରେ ଭକ୍ତଙ୍କ ପ୍ରବେଶ କଟକଣା ଉଠାଇବା ପାଇଁ ଦକ୍ଷିଣଦ୍ଵାର ସମ୍ମୁଖରେ ପୁରୀ ଜିଲ୍ଲା କଂଗ୍ରେସ କମିଟି ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲ୍ଲା କଂଗ୍ରେସର ପକ୍ଷରୁ ଦକ୍ଷିଣଦ୍ୱାର ସମ୍ମୁଖରେ ଯଥାଶୀଘ୍ର ଚାରିଦ୍ବାର ଖୋଲିବା ନେଇ ଧାରଣା ଦେବା ସହ ଧସେଇ ପସିବାକୁ ଉଦ୍ୟମ କରିଥିଲେ କଂଗ୍ରେସ କର୍ମୀ । ସେଠାରେ ମୁତୟନ ଥିବା ପୋଲିସ କର୍ମଚାରୀମାନେ ସେମାନଙ୍କୁ ଅଟକାଇଥିଲେ । ବିଭିନ୍ନ ନାରାବାଜି ଦେବା ସହିତ ଯଥାଶୀଘ୍ର ଶ୍ରୀମନ୍ଦିର ଚାରି ଦ୍ବାର ଖୋଲିବାକୁ ଦାବି କରିଥିଲେ କଂଗ୍ରେସ କର୍ମୀ ।

ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଚାଲୁଥିବା ଆଳ ଦେଖାଇ ଚାରି ଦ୍ବାର ବନ୍ଦ ରହିଥିବା ପ୍ରଶାସନ ପକ୍ଷରୁ ଦିଆଯାଇଥିବା ସ୍ପଷ୍ଟୀକରଣକୁ ଜିଲ୍ଲା କଂଗ୍ରେସ ସମ୍ପୂର୍ଣ୍ଣ ବିରୋଧ କରିଥିଲା । ଏହା ସହ 5T ସଚିବଙ୍କୁ ଏଥିପାଇଁ ସିଧାସଳଖ ଦାୟୀ କରିଥିଲେ । କେବଳ ସିଂହଦ୍ଵାର ଦେଇ ଭକ୍ତଙ୍କ ପ୍ରବେଶ ଅନୁମତି ଥିବାବେଳେ ପୁରୀବାସୀଙ୍କ ପାଇଁ ପରିଚୟପତ୍ର ଯାଞ୍ଚ କରି ପଶ୍ଚିମଦ୍ୱାର ଦେଇ ଶ୍ରୀମନ୍ଦିର ଭିତରକୁ ଛଡାଯାଉଛି । ବିଶେଷ ନୀତିକାନ୍ତି ଓ ପର୍ବପର୍ବାଣି ମାନଙ୍କରେ ଭକ୍ତଙ୍କ ଭିଡ ପରିଲକ୍ଷିତ ହେଉଥିବା ବେଳେ ଭିଡ ଭିତରେ ଅନେକ ବୃଦ୍ଧବୃଦ୍ଧା ଦହଗଞ୍ଜ ହେଉଛନ୍ତି । ତେବେ ଖୁବଶୀଘ୍ର ଶ୍ରୀମନ୍ଦିର ଚାରି ଦ୍ବାର ନଖୋଲିଲେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରିବ ବୋଲି ଚେତାବନୀ ଦେଇଛି ଜିଲ୍ଲା କଂଗ୍ରେସ । ବରିଷ୍ଠ କଂଗ୍ରେସ ନେତା ସୁଜିନ ମହାପାତ୍ର ବିକ୍ଷୋଭର ନେତୃତ୍ବ ନେଇଥିଲେ । ତାଙ୍କର ଦାବି ଗୁଡିକ ହେଉଛି ମହାପ୍ରଭୁଙ୍କ ଦର୍ଶନର ଭକ୍ତଙ୍କୁ ବଞ୍ଚିତ ନ କରାଯାଉ ।

ଏହା ବି ପଢନ୍ତୁ...ଶ୍ରୀମନ୍ଦିର ମରାମତି କାମ ତୁରନ୍ତ ସାରିବାକୁ ହାଇକୋର୍ଟରେ ମିସକେସ୍ ଦାୟର

ସେପଟେ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଚାଲିଥିବା ଯୋଗୁଁ ଚାରି ଦ୍ୱାର ଦର୍ଶନ ବନ୍ଦ କରାଯାଇଛି । ପରିକ୍ରମା ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ପ୍ରଶାସନ ପକ୍ଷରୁ ଆଲୋଚନା କରାଯାଇ ଚୁଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଅତରିକ୍ତ ଏସପି କହିଛନ୍ତି । ତେବେ କିଛି ମାସ ପୂର୍ବରୁ ପୁରୀର ଅଗ୍ରଣୀ ଅନୁଷ୍ଠାନ ସଚେତନ ନାଗରିକ ମଞ୍ଚ ତରଫରୁ ଚାରି ଦ୍ବାର ଖୋଲିବା ନେଇ ଦସ୍ତଖତ ଅଭିଯାନ ଶେଷ ହେବାପରେ ରାଜ୍ୟପାଳଙ୍କୁ ମଧ୍ୟ ଏ ସମ୍ପର୍କରେ ଅବଗତ କରାଇଥିଲା ।

ପୂର୍ବରୁ ସିଂହଦ୍ଵାର ବ୍ୟତୀତ ଅନ୍ୟ କୌଣସି ଦ୍ୱାର ସମ୍ମୁଖରେ ଏଭଳି ପ୍ରତିବାଦ ଦେଖାଯାଇନଥିବା ବେଳେ ଦକ୍ଷିଣ ଦ୍ୱାର ସମ୍ମୁଖରେ ହୋଇଥିବା ବିକ୍ଷୋଭ ବେଶ୍ ପ୍ରଭାବ ପକାଇଛି । ବିକ୍ଷୋଭକାରୀ ମାନେ କାଳେ ମନ୍ଦିର ଭିତରକୁ ଧଷେଇ ପଶିବେ ସେଥିଲାଗି ଦକ୍ଷିଣ ଦ୍ୱାରରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ଏମିତିକି ପୋଲିସ ବରିଷ୍ଠ ଅଧିକାରୀ ମାନେ ହ୍ୟୁମାନ ଚେନ୍ ଭଳି ଜଗି ରହିଥିବା ଦେଖିବାକୁ ମିଳିଥିଲା ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.