ETV Bharat / state

ପୁରୀ: ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲାପାଳଙ୍କ ସମୀକ୍ଷା

ପୁରୀ ଜିଲ୍ଲାରେ ବନ୍ୟା ମୁକାବିଲା ପାଇଁ ସତର୍କ ରହିବାକୁ ଜିଲ୍ଲାର ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବନ୍ୟା ଆଶଙ୍କା ନେଇ ଜିଲ୍ଲାପାଳ ସମର୍ଥ ବର୍ମା ସମୀକ୍ଷା ବୈଠକ କରିଛନ୍ତି । ଅଧିକ ପଢନ୍ତୁ

author img

By

Published : Aug 15, 2022, 7:57 PM IST

PURI COLLECTOR REVIEWS POSSIBLE FLOOD SITUATION IN THE DISTRICT
ଜିଲ୍ଲାରେ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ସମୀକ୍ଷା କଲେ ଜିଲ୍ଲାପାଳ ସମର୍ଥ ବର୍ମା

ପୁରୀ:ଜିଲ୍ଲାରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ନେଇ ସମୀକ୍ଷା କଲେ ଜିଲ୍ଲାପାଳ ସମର୍ଥ ବର୍ମା । ମୁକାବିଲା ପାଇଁ ସତର୍କ ରହିବାକୁ ଜିଲ୍ଲାର ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ନଦୀବନ୍ଧ ଉପରେ ଦୃଷ୍ଟି ରଖିବା ପାଇଁ ତହସିଲଦାରମାନଙ୍କୁ ସତର୍କ କରାଯାଇଛି ।

ସୂଚନା ଅନୁସାରେ, ହୀରାକୁଦ ଡ୍ୟାମରୁ ୨୮ ଟି ଗେଟରେ ବନ୍ୟାଜଳ ନିଷ୍କାସନ ସାଙ୍ଗକୁ ଲଗାଣ ବର୍ଷା ଯୋଗୁଁ ମହାନଦୀରେ ବନ୍ୟା ପରିସ୍ଥିତି ଦେଖା ଦେଇଛି ।ବଡ଼ଧରଣର ବନ୍ୟା ନଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲେ ମଧ୍ୟ ହୀରାକୁଦ ବନ୍ୟାଜଳ ଦୟା ଓ ଭାର୍ଗବୀ ନଦୀରେ ପ୍ରବେଶ କଲେ ବନ୍ଧ ଛୁଇଁବା ଆଶଙ୍କା ରହିଛି । ତେଣୁ ନିକଟବର୍ତ୍ତୀ ଜନବସତିର ବାସିନ୍ଦାମାନେ ଆତଙ୍କିତ ଅବସ୍ଥାସ୍ଥାରେ ରହିଛନ୍ତି । ଏନେଇ ୨ ଓଡ୍ରାଫ୍ ଟିମ୍, ଗୋଟିଏ ଏନ୍‌ଡିଆର୍‌ଏଫ୍ ଟିମ୍, ଅଗ୍ନିଶମ ବାହିନୀର ୪ଟି ଟିମ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ଗୋପ, ନିମାପଡା ବ୍ଲକର ତଳିଆ ଅଞ୍ଚଳ ଉପରେ ସତର୍କ ନଜର ରଖିବାକୁ ବିଡିଓ ଓ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ବିଭାଗର ଅଧିକାରୀମାନଙ୍କୁ ବନ୍ୟା ବେଳେ ଓ ବନ୍ୟା ପରେ ପରିସ୍ଥିତିର ମୁକାବିଲା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି । ଯେକୌଣସି ଜରୁରୀ କାଳୀନ ପରିସ୍ଥିତିର ମୁକାବିଲା କରିବା ପାଇଁ ସ୍ଥାନୀୟ ପ୍ରଶାସନ ସଜାଗ ରହିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସେପଟେ ପିପିଲି, ଡେଲାଙ୍ଗ ଅଞ୍ଚଳରେ ଭାର୍ଗବୀ ଓ ଦୟାନଦୀ ପ୍ରବାହିତ ହେଉଥିବାରୁ ଉକ୍ତ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିଛନ୍ତି ପିପିଲି ବିଧାୟକ ରୁଦ୍ର ମହାରଥୀ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.