ETV Bharat / state

ପୁରୀ ପୌରାଞ୍ଚଳରେ କୋରୋନା ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ

author img

By

Published : Apr 18, 2021, 10:04 AM IST

ପୁରୀ ପୌରାଞ୍ଚଳରେ କୋରୋନା ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ ସମର୍ଥ ବର୍ମା । ଏନେଇ ପୌରାଞ୍ଚଳରେ ଥିବା ସମସ୍ତ ୪ଟି ସ୍ବାସ୍ଥ୍ୟକେନ୍ଦ୍ର ପାଇଁ ୧୩ଟି ରାପିଡ ରେସପନ୍ସ ଟିମ ଗଠନ କରାଯାଇଛି । ଅଧିକ ପଢନ୍ତୁ...

ପୁରୀ ପୌରାଞ୍ଚଳରେ କୋରୋନା ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ
ପୁରୀ ପୌରାଞ୍ଚଳରେ କୋରୋନା ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ

ପୁରୀ: ଜିଲ୍ଲାପାଳ ସମର୍ଥ ବର୍ମା ପୁରୀ ପୌରାଞ୍ଚଳରେ କୋରୋନା ସ୍ଥିତି ସମୀକ୍ଷା କରିଛନ୍ତି । ସ୍ଥାନୀୟ ନିଳାଦ୍ରୀ ବେଳାଭୂମିରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ପୌରାଞ୍ଚଳରେ ଗୃହ ସଙ୍ଗରୋଧରେ ଥିବା କୋଭିଡ ରୋଗୀଙ୍କୁ ସ୍ବତନ୍ତ୍ର ଧ୍ୟାନ ଦେବା ପାଇଁ ଜିଲ୍ଲାପାଳ ସଂପୃକ୍ତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ଏପଟେ ପୌରାଞ୍ଚଳରେ ଥିବା ସମସ୍ତ ୪ଟି ଯାକ ସ୍ବାସ୍ଥ୍ୟକେନ୍ଦ୍ର ପାଇଁ ୧୩ଟି ରାପିଡ ରେସପନ୍ସ ଟିମ ଗଠନ କରାଯାଇଛି । ଯେଉଁ ଟିମରେ ଡାକ୍ତର, ସ୍ବାସ୍ଥ୍ୟକର୍ମୀ ସାମିଲ ହେବା ସହ ଆବଶ୍ୟକୀୟ ଆମ୍ବୁଲାନ୍ସ ପ୍ରସ୍ତୁତ ହୋଇ ରହିଛି ।

ଏହି ଟିମ୍ ଗୃହ ସଙ୍ଗରୋଧରେ ଥିବା କୋରୋନା ଆକ୍ରାନ୍ତମାନଙ୍କ ଦୈନଦିନ ବିବରଣୀ ରଖିବା ସହ ଆବଶ୍ୟକ ବେଳେ ଅଧିକ ଚିକିତ୍ସା ପାଇଁ ସ୍ଥାନୀୟ ଆଇଡିଏଚରେ ଥିବା କୋଭିଡ ଚିକିତ୍ସାଳୟରେ ଭର୍ତ୍ତି କରିବା ବ୍ୟବସ୍ଥା କରିବେ । ଏଥିମଧ୍ୟରୁ ଗୋଟିଏ ରାପିଡ ରେସପନ୍ସ ଟିମ ଓ ଆମ୍ବୁଲାନ୍ସ ସେବାୟତମାନଙ୍କ ନିମନ୍ତେ ସ୍ବତନ୍ତ୍ର ଭାବେ ରଖିବା ପାଇଁ ଶ୍ରୀ ବର୍ମା ପରାମର୍ଶ ଦେଇଛନ୍ତି । ରୋଗୀମାନଙ୍କ ସ୍ବାସ୍ଥ୍ୟବସ୍ଥା ସଂପର୍କରେ ତଥ୍ୟ ରଖିବା ପାଇଁ ଆଶା, ସ୍ବାସ୍ଥ୍ୟକର୍ମୀ ଓ ଏଏନଏମ୍ ମାନେ ମଧ୍ୟ ନିଯୁକ୍ତ ରହିବେ ।

ଉକ୍ତ ବୈଠକରେ ଜିଲ୍ଲାପାଳଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାଶ, ଉପ ଜିଲ୍ଲାପାଳ ଭବତାରଣ ସାହୁ, ଡିପିଏଚଓ ଡଃ ବିରଜା ଶଙ୍କର ରଥ ପ୍ରମୁଖ ଉପସ୍ଥିତ ଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.