ETV Bharat / state

ସଚେତନତା ପାଇଁ ସହରବାସୀଙ୍କୁ 3ଟି ବାର୍ତ୍ତା ଦେଲେ ଜିଲ୍ଲାପାଳ

author img

By

Published : Apr 26, 2020, 11:39 PM IST

ସହରରେ କୋରୋନାକୁ ନେଇ ଲକଡାଉନ ଜାରି ରହିଛି । ଏହି ଭିତରେ କେତେକ ନିୟମକୁ ପୁରୀ ଜିଲ୍ଲାପାଳ ବଲବନ୍ତ ସିଂ କଡାକଡି କରିଛନ୍ତି । ଯଦି ଏହି ନିୟମ କିଏ ଉଲ୍ଲଘଂନ କରେ ତେବେ ସମ୍ପୃକ୍ତ ବ୍ୟକ୍ତି ଓ ଅନୁଷ୍ଠାନକୁ ଅଧିକ ଟଙ୍କାର ଫାଇନ ଚାର୍ଜ କରାଯିବ ।

corona awareness in puri, puri latest news, puri collector, puri collector's message, ପୁରୀରେ କୋରୋନା ସଚେତନତା, ପୁରୀ ଜିଲ୍ଲାପାଳ, ପୁରୀ ଜିଲ୍ଲାପାଳଙ୍କ ବାର୍ତ୍ତା, ପୁରୀ ଲାଟେଷ୍ଟ ନ୍ୟୁଜ୍‌
ସଚେତନତା ପାଇଁ ପୁରୀ ଜିଲ୍ଲାପାଳଙ୍କ ସହରବାସୀଙ୍କୁ 3ଟି ବାର୍ତ୍ତା

ପୁରୀ: ସହରରେ କୋରୋନାକୁ ନେଇ ଲକଡାଉନ ଜାରି ରହିଛି । ଏହି ଭିତରେ କେତେକ ନିୟମକୁ ପୁରୀ ଜିଲ୍ଲାପାଳ ବଲବନ୍ତ ସିଂ କଡାକଡି କରିଛନ୍ତି । ଯଦି ଏହି ନିୟମ କିଏ ଉଲ୍ଲଘଂନ କରେ ତେବେ ସମ୍ପୃକ୍ତ ବ୍ୟକ୍ତି ଓ ଅନୁଷ୍ଠାନକୁ ଅଧିକ ଟଙ୍କାର ଫାଇନ ଚାର୍ଜ କରାଯିବ । ପ୍ରଥମେ ପୁରୀ ସହରରେ ପ୍ରତ୍ୟେକ ଘରୁ ସ୍ବଚ୍ଛ ସବାରୀ ଗାଡି ଯାଇ ଅଳିଆ ସଂଗ୍ରହ କରୁଛି । କିନ୍ତୁ କେତେକ ଲୋକ ଘରୁ ଅଳିଆ ଦେଉନଥିବା ଦେଖିବାକୁ ମିଳୁଛି ।

ତେଣୁ ଆସନ୍ତା ମେ ମାସରୁ କେହି ଯଦି ଘର ଆଗରେ କି ରାସ୍ତାରେ ଅଳିଆ ପକାଇବା ନଜରକୁ ଆସେ, ସେମାନଙ୍କୁ ଅଧିକ ଟଙ୍କାର ଜୋରିମାନା କରାଯିବ । ସେହିପରି ଦ୍ବିତୀୟ ବାର୍ତ୍ତା ରହିଛି ବାଧ୍ୟତାମୂଳକ ମାସ୍କ ବ୍ୟବହାର । ଘରୁ ବାହାରିବା ମାତ୍ରେ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଏହାକୁ ଉଲ୍ଲଘଂନ କଲେ ଫାଇନ କରାଯିବ। ଅନ୍ୟପଟେ ତୃତୀୟ ବାର୍ତ୍ତା ରହିଛି ଏଣେତେଣେ ଛେପ ନପକାଇବା । ସର୍ବସାଧାରଣ ଜାଗାରେ ଛେପ ପକାଇବା ଉପରେ କଟକଣାକୁ କଡାକଡି କରାଯାଇଛି । ଏହାର ବ୍ୟତିକ୍ରମ ନଜରକୁ ଆସିଲେ ଫାଇନ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.