ETV Bharat / state

ନୂଆ ରୂପରେ ଝଲସିବ ଚକ୍ରତୀର୍ଥ ବେଳାଭୂମି, ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜାରି - ବେଳାଭୂମି ସୌନ୍ଦର୍ଯ୍ୟକରଣ କାର୍ଯ୍ୟ

ଶ୍ରୀକ୍ଷେତ୍ରରେ ପର୍ଯ୍ୟଟକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ସେମାନଙ୍କ ସୁବିଧା ଲାଗି ସମୁଦ୍ର ବେଳାଭୂମିରେ ବ୍ୟାପକ ବ୍ୟବସ୍ଥା କରାଯାଉଛି । ଚକ୍ରତୀର୍ଥ ବେଳାଭୂମି ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜାରି ରହିଛି । ଅଧିକ ପଢନ୍ତୁ

ବେଳାଭୂମି ସୌନ୍ଦର୍ଯ୍ୟକରଣ କାର୍ଯ୍ୟ
chakratirtha sea beach beautification work
author img

By

Published : Jan 11, 2023, 1:10 PM IST

chakratirtha sea beach beautification work

ପୁରୀ: ରାତି ପାହିଲେ କୋଟି ଓଡିଆଙ୍କ ମଉଡ ମଣି କାଳିଆ ସାଆନ୍ତେଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ପର୍ଯ୍ୟଟକଙ୍କ ଭିଡ ଲାଗିଥାଏ । ଶ୍ରୀକ୍ଷେତ୍ରରେ ପର୍ଯ୍ୟଟକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଚକ୍ରତୀର୍ଥ ବେଳାଭୂମିର ସୌନ୍ଦର୍ଯ୍ୟକରଣ ଓ ଉନ୍ନତିକରଣ କାର୍ଯ୍ୟ ଜୋରସୋରରେ ଆରମ୍ଭ ହୋଇଛି । ମାସଟିଏ ମଧ୍ୟରେ ଝଲସିବ ଚକ୍ରତୀର୍ଥ ବେଳାଭୂମି ।

ଆଉ ଏକମାସ ପରେ ନୂଆ ରୂପରେ ଝଲସିବ ପୁରୀର ଚକ୍ରତୀର୍ଥ ବେଳାଭୂମି । ପୁରୀ ଆସୁଥିବା ପର୍ଯ୍ୟଟକଙ୍କ ସୁବିଧା ପାଇଁ ଚକ୍ରତୀର୍ଥ ବେଳାଭୂମିରେ ପାଦ ଚଲା ରାସ୍ତା, ଶୌଚାଳୟ, ପୋଷାକ ପରିବର୍ତ୍ତନ ଗୃହ, ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା, ଉଜ୍ଜ୍ୱଳ ଆଲୋକ ସହ ଚିଲ୍ଡ୍ରେନ୍ ପାର୍କ ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ଜିଲ୍ଲା ପ୍ରଶାସନର ଏଭଳି ବିକାଶମୂଳକ କାର୍ଯ୍ୟକୁ ସବୁ ମହଲରେ ସ୍ବାଗତ କରାଯାଇଛି ।

ତେବେ କେବଳ ଚକ୍ରତୀର୍ଥ ବେଳାଭୂମି ନୁହେଁ ପୁରୀର ପ୍ରମୁଖ ବେଳାଭୂମି କୁହାଯାଉଥିବା ଦିଗବାରେଣି ଖୁଣ୍ଟି ଠାରୁ ଲାଇଟ୍ ହାଉସ ବେଳାଭୂମି ଓ ପେଣ୍ଠକଟା ବେଳାଭୂମିର ମଧ୍ୟ ଉନ୍ନତିକରଣ କରିବା ଆବଶ୍ୟକ ବୋଲି ମତ ରଖିଛନ୍ତି ହୋଟେଲ ମାଲିକ । ଦିଗବାରେଣି ଛକ ଠାରୁ ଲାଇଟ୍ ହାଉସ ଓ ପେଣ୍ଠକଟା ବେଳାଭୂମି ପର୍ଯ୍ୟନ୍ତ କିଛି କିଛି ସ୍ଥାନରେ ପାଦ ଚଲା ରାସ୍ତା, ଶୌଚାଳୟ, ପୋଷାକ ପରିବର୍ତ୍ତନ ଗୃହ, ବିଶୁଦ୍ଧ ପାନୀୟ ଜଳ ଓ ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା କରିବା ପାଇଁ ଦାବି ହୋଇଛି । ଏହାଦ୍ବାରା ପୁରୀ ବେଳାଭୂମି ସାରା ବିଶ୍ୱରେ ଆହୁରି ସୁନାମ ଆଣିବ ବୋଲି ମତ ପ୍ରକାଶ ପାଇଛି । 6 କୋଟି ଟଙ୍କା ବ୍ୟୟରେ ଏହି ବେଳାଭୂମିର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜାରି ରହିଛି ।

ପୂର୍ବରୁ ପୁରୀରେ ବ୍ଲୁ ଫ୍ଲାଗ ବିଚ୍, ନିଳାଦ୍ରୀ ବିଚ୍ ପ୍ରକଳ୍ପ କାର୍ଯ୍ୟ କରାଯାଇ ବେଳାଭୂମିର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରାଯାଇଛି । ପ୍ରଶାସନର ଏଭଳି ପ୍ରୟାସକୁ ପର୍ଯ୍ୟଟକ ମାନେ ମଧ୍ୟ ବେଶ୍ ପ୍ରଶଂସା କରିଛନ୍ତି । ତେବେ ଚକ୍ର ତୀର୍ଥ ରୋଡ ବେଳାଭୂମିର ହଲିଡେ ରିସର୍ଟ ଠାରୁ ପିଙ୍କ ହାଉସ୍ ବେଳାଭୂମି ପର୍ଯ୍ୟନ୍ତ ସୌନ୍ଦର୍ଯ୍ୟକରଣ କରାଯାଇ ନୂଆରୂପ ଦିଆଯାଉଛି । ସେପଟେ ଏହି ପ୍ରକଳ୍ପକୁ ଏକମାସ ମଧ୍ୟରେ ସାରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ଜିଲ୍ଲାପାଳ କହିଛନ୍ତି । ତେବେ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରଶାସନ ପକ୍ଷରୁ ପେଣ୍ଠକଟା ଓ ଅନ୍ୟ ବେଳାଭୂମି ସ୍ଥାନଗୁଡିକର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

ପୁରୀକୁ ବିଶ୍ଵ ଐତିହ୍ୟ ନଗରୀ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ଚାଲିଛି । ତେବେ ପୁରୀ ବେଳାଭୂମିର ପୂର୍ଣ୍ଣାଙ୍ଗ ବିକାଶ ହୋଇ ପାରିଲେ ପୁରୀ ସହର ବାସ୍ତବିକ ଐତିହ୍ୟ ନଗରୀ ରୂପେ ସ୍ଵତନ୍ତ୍ର ସ୍ଥାନ ହାସଲ କରିବ ସମସ୍ତଙ୍କ ଆଶା ରହିଛି ।

ଇଟିଭି ଭାରତ,ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.