ପୁରୀ: ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନର ଜଣେ ଅଧ୍ଯାପକ କରୋନା ପଜିଟିଭ୍ ଚିହ୍ନଟ । ଅଧ୍ଯାପକ କରୋନା ପଜିଟିଭ ଚିହ୍ନଟ ହେବା ପରେ ବିଶ୍ୱବିଦ୍ୟାଳୟର ସମସ୍ତ କ୍ଲାସକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବାତିଲ କରାଯାଇଛି ।
ତେବେ ୟୁନିଭର୍ସିଟିର ବ୍ୟାକରଣ ବିଭାଗର ଜଣେ ଅଧ୍ୟାପକ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ଏହାପରେ ସମ୍ପୂର୍ଣ୍ଣ କ୍ଯାମ୍ପସକୁ ସାନିଟାଇଜ କରାଯାଇଛି । ଏଥିସହ ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ