ETV Bharat / state

ଆଜ୍ଞାମାଳ ବିଜେ ପରେ ସିଂହଦ୍ୱାର ରଥ ଚକଡାକୁ ଆସିବ ତିନି ରଥ - ଆଜ୍ଞା ମାଳ

ରଥଖଳାରେ ତିନି ରଥରେ ଆଜ୍ଞାମାଳ ବିଜେ ପରେ ରଥକୁ ସିଂହଦ୍ୱାର ଚକଡାକୁ ଟାଣିକି ନିଆଯିବ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : Jul 3, 2019, 9:36 AM IST

Updated : Jul 3, 2019, 10:41 AM IST

ପୁରୀ: ରାତି ପାହିଲେ ଘୋଷଯାତ୍ରା । ବଡ ଦାଣ୍ଡକୁ ଆସିବେ ମହାପ୍ରଭୁ ଜଗନ୍ନାଥ । ବୁଧବାର ସିଂହଦ୍ୱାର ରଥ ଚକଡାକୁ ବିଜେ କରିବେ ତିନି ରଥ । ପରମ୍ପରା ମୁତାବକ ରଥଖଳାରେ ପ୍ରସ୍ତୁତ ହୋଇ ରହିଥିବା ତିନି ରଥକୁ ଆଜି ରଥଖଳାରୁ ସିଂହଦ୍ୱାର ସମ୍ମୁଖ ରଥ ଚକଡାକୁ ନିଆଯିବ । ଏପଟେ ଆଜି ରଥଖଳାରେ ତିନି ରଥରେ ଆଜ୍ଞାମାଳ ବିଜେ ପରେ ରଥକୁ ସିଂହଦ୍ୱାର ଚକଡାକୁ ଟାଣିକି ନିଆଯିବ । ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ନୀତି ଚୂଡାନ୍ତ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଇଟିଭି ଭାରତ

ନୀତି ନିର୍ଘଣ୍ଟ ମୁତାବକ, ଆଜି ସାଢ଼େ ସାତଟାରେ ମଙ୍ଗଳ ଆଳତି, ୮ଟାରେ ମଇଲମ, ତଡପଲାଗି, ସାଢ଼େ ୮ଟାରେ ଅବକାଶ, ୯ଟା ୧୫ରେ ସୂର୍ଯ୍ୟପୂଜା, ସାଢ଼େ ୯ଟାରେ ଦ୍ୱାରପାଳ ପୂଜା ଓ ବେଶ ଶେଷ, ସକାଳ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ଗୋପାଳବଲ୍ଲଭ ଓ ସକାଳ ଧୂପ ନୀତି ଅନୁଷ୍ଠିତ ହେବ । ପୂବାହ୍ନ ସାଢ଼େ ୧୧ଟାରେ ରଥଖଳାକୁ ତିନିବାଡଙ୍କ ଆଜ୍ଞାମାଳ ବିଜେ କରିବ। ରାତି ୯ଟାରେ ବଡସିଂହାର ଭୋଗ ଓ ରାତି ସାଢ଼େ ୯ଟାରେ ପହୁଡ ଆଳତି ହେବ ।

ସେହିପରି ରାତି ୯ଟା ୪୫ରେ ଶ୍ରୀମୁଖ ଖଣ୍ଡୁଆ ପରେ ରାତି ୧୦ଟା ୪୫ରେ ବାହୁଟ କଣ୍ଟ ନୀତି ଅନୁଷ୍ଠିତ ହେବ । ତାପରେ ରାତି ୧୧ଟାରୁ ଭୋର ୫ଟା ପର୍ଯ୍ୟନ୍ତ ସେନାପଟା ଲାଗି ନୀତି ଅନୁଷ୍ଠିତ ହେବ । ଆସନ୍ତାକାଲି ଚତୁର୍ଦ୍ଧାମୂର୍ତ୍ତି ରଥରେ ବିଜେ କରି ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯିବେ ।

ଅନ୍ୟପକ୍ଷରେ ଆଜ୍ଞାମାଳ ଆସିବା ପରେ ରଥ ଚକଡାରେ ଆଜି ଦିନ 11.30 ସୁଦ୍ଧା ତିନି ରଥଙ୍କ ଦକ୍ଷିଣ ମୋଡ ହେବା ନେଇ ଭୋଇ ସେବାୟତ ରବୀନ୍ଦ୍ର ଭୋଇ ସୂଚନା ଦେଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଆଜ୍ଞା ମାଳ ବିଜେBody:Anc,, ରାତିପାହିଲେ ଘୋଷଯାତ୍ରା ।ବଡ ଦାଣ୍ଡକୁ ଆସିବେ ମହାପ୍ରଭୁ ଜଗନ୍ନାଥ । ଆଜି ସିଂହଦ୍ୱାର ରଥ ଚକଡାକୁ ବିଜେ କରିବେ ତିନି ରଥ । ପରମ୍ପରା ମୁତାବକ ରଥଖଳାରେ ପ୍ରସ୍ତୁତ ହୋଇ ରହିଥିବା ତିନି ରଥକୁ ଆଜି ରଥଖଳାରୁ ସିଂହଦ୍ୱାର ସମ୍ମୁଖ ଚକଡାକୁ ନିଆଯିବ । ରଥଖଳାରେ ତିନି ରଥରେ ଆଜ୍ଞାମାଳ ବିଜେ ପରେ ରଥକୁ ସିଂହଦ୍ୱାର ଚକଡାକୁ ଟାଣିକି ନିଆଯିବ ।ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ନୀତି ଚୂଡାନ୍ତ ହୋଇଛି ।
ସାଢ଼େ ସାତଟାରେ ମଙ୍ଗଳ ଆଳତି, ୮ଟାରେ ମଇଲମ, ତଡପଲାଗି, ସାଢ଼େ ୮ଟାରେ ଅବକାଶ, ୯ଟା ୧୫ରେ ସୂର୍ଯ୍ୟପୂଜା, ସାଢ଼େ ୯ଟାରେ ଦ୍ୱାରପାଳ ପୂଜା ଓ ବେଶ ଶେଷ , ସକାଳ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ଗୋପାଳବଲ୍ଲଭ ଓ ସକାଳ ଧୂପ ନୀତି ଅନୁଷ୍ଠିତ ହେବ । ପୂବାହ୍ନ ସାଢ଼େ ୧୧ଟାରେ ରଥଖଳାକୁ ତିନିବାଡଙ୍କ ଆଜ୍ଞାମାଳ ବିଜେ କରିବ । ରାତି ୯ଟାରେ ବଡସିଂହାର ଭୋଗ ଓ ରାତି ସାଢ଼େ ୯ଟାରେ ପହୁଡ ଆଳତି ହେବ । ରାତି ୯ଟା ୪୫ରେ ଶ୍ରୀମୁଖ ଖଣ୍ଡୁଆ ପରେ ରାତି ୧୦ଟା ୪୫ରେ ବାହୁଟ କଂଟ ନୀତି ଅନୁଷ୍ଠିତ ହେବ । ତାପରେ ରାତି ୧୧ଟାରୁ ଭୋର ୫ଟା ପର୍ଯ୍ୟନ୍ତ ସେନାପଟା ଲାଗି ନୀତି ଅନୁଷ୍ଠିତ ହେବ । ଆସନ୍ତାକାଲି ଚତୁର୍ଦ୍ଧାମୂର୍ତ୍ତି ରଥରେ ବିଜେ କରି ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯିବେ ।Conclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର
Last Updated : Jul 3, 2019, 10:41 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.