ETV Bharat / state

ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ ପାଇଁ ପ୍ରଶାସନର ପ୍ରସ୍ତୁତି, ରାଜଭବନରୁ ଶ୍ରୀମନ୍ଦିର ହେବ ମକଡ୍ରିଲ୍‌ - କାର୍ତ୍ତିକ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ଦର୍ଶନ

କାର୍ତ୍ତିକ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା । ଅଧିକ ପଢ଼ନ୍ତୁ

special arrangement by puri police in kartik purnima
କାର୍ତ୍ତିକ ପୂର୍ଣ୍ଣିମା: ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନର ସ୍ବତନ୍ତ୍ର ବ୍ୟବସ୍ଥା
author img

By

Published : Nov 8, 2022, 2:05 PM IST

ପୁରୀ: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ରାଜ ରାଜେଶ୍ବର ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ଏହି ଅବସରରେ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭକ୍ତମାନେ ବ୍ୟାରିକେଡ଼ ଦେଇ ସିଂହଦ୍ଵାରରେ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ ପରେ ଉତ୍ତର ଦ୍ଵାର ଦେଇ ପ୍ରସ୍ଥାନ କରୁଛନ୍ତି । ଆଜି ଅପରାହ୍ନ 2ଟା ଯାଏ ଭକ୍ତମାନେ ମହାପ୍ରଭୁଙ୍କ ସୁନା ବେଶ ଦର୍ଶନ ପାଇବେ ।

ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନର ସ୍ବତନ୍ତ୍ର ବ୍ୟବସ୍ଥା

ପରେ ଗ୍ରହଣ ନୀତି ଆରମ୍ଭ ହେବ । ଗ୍ରହଣ ମୋକ୍ଷ ପରେ ମହାପ୍ରଭୁଙ୍କ ଅନ୍ୟାନ୍ୟ ନୀତି ବଢିବ । ଆଜି ବିଳମ୍ୱିତ ରାତି ଯାଏ ମହାପ୍ରଭୁଙ୍କୁ ଭକ୍ତ ଦର୍ଶନ କରି ପାରିବେ । ସେପଟେ ଆସନ୍ତା 10 ତାରିଖରେ ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ ଥିବାବେଳେ, ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥା, ପ୍ରୋଟୋକଲ ଅନୁଯାୟୀ ସବୁ କିଛି ବ୍ୟବସ୍ଥା ହେବ । ତେବେ ରାଷ୍ଟ୍ରପତି ଶ୍ରୀମନ୍ଦିର ଆନନ୍ଦ ବଜାରରେ ମହାପ୍ରସାଦ ସେବନ କରିବେ କି ନାହିଁ ସେନେଇ କାର୍ଯ୍ୟସୂଚୀ ସ୍ଥିର ହୋଇ ନାହିଁ। ଯାହା ନିର୍ଦ୍ଦେଶ ଆସିବ ତାହା ପ୍ରଶାସନ କାର୍ଯ୍ୟକାରୀ କରିବ ବୋଲି ପୁରୀ ଉପ ଜିଲ୍ଲାପାଳ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ମହାପ୍ରଭୁଙ୍କ ରାଜ ରାଜେଶ୍ବର ବେଶର ମାହାତ୍ମ୍ୟ, ଶୁଣନ୍ତୁ କଣ କହୁଛନ୍ତି ସେବାୟତ

ରାଷ୍ଟ୍ରପତିଙ୍କ ଗସ୍ତ ନେଇ ସୁରକ୍ଷା ବ୍ୟବସ୍ଥାକୁ ସମୀକ୍ଷା କରିଛନ୍ତି ପୋଲିସ ଆଇ ଜି ନରସିଂହ ଭୋଳ । ଏନେଇ ସେ କହିଛନ୍ତି, "ରାଷ୍ଟ୍ରପତିଙ୍କ ଗସ୍ତ ବେଳେ ଯେପରି ସାଧାରଣ ଲୋକ ମାନେ ଯାତାୟାତରେ ଅସୁବିଧା ନ ଭୋଗିବେ ସେନେଇ ବ୍ୟବସ୍ଥା ହୋଇଛି ।" ସେହିପରି ସୁରକ୍ଷା ବ୍ୟବସ୍ଥାକୁ ନେଇ ବୁଧବାର ପୁରୀ ତାଳ ବଣିଆ ହେଲିପ୍ୟାଡ ଠାରୁ ରାଜଭବନ ଏବଂ ରାଜଭବନରୁ ଶ୍ରୀମନ୍ଦିର ଯାଏ ମକ୍ ଡ୍ରିଲ ଅନୁଷ୍ଠିତ ହେବ ବୋଲି ପୋଲିସ ଆଇଜି କହିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.