ETV Bharat / state

ଶ୍ରୀକ୍ଷେତ୍ରରେ ଶିଖ ଯୁବକଙ୍କ ହଙ୍ଗାମା; ସାଂକେତିକ ପୂଜା କଲେ, ଖଣ୍ଡା ବୁଲାଇଲେ - creates ruckus

ପୁରୀରେ ମଙ୍ଗୁ ମଠ ଭାଙ୍ଗାଯିବା ଘଟଣା ଶିଖ ଯୁବକଙ୍କ ହଙ୍ଗାମା । ପ୍ରଶାସନର ହସ୍ତକ୍ଷେପ ପରେ ସ୍ଥିତି ସ୍ବାଭାବିକ । ପଢନ୍ତୁ ପୁରା ଖବର ...

PHOTO
ଶିଖ ଯୁବକଙ୍କ ହଙ୍ଗାମା
author img

By

Published : Jan 2, 2020, 8:06 PM IST

ଭୁବନେଶ୍ବର: ପଞ୍ଜାବରୁ ଆସି ଶ୍ରୀକ୍ଷେତ୍ରରେ ହଙ୍ଗାମା । ମଙ୍ଗୁ ମଠ ଭଙ୍ଗାଯିବା ପ୍ରସଙ୍ଗରେ ପ୍ରତିବାଦ କରି ୫ ଜଣ ଶିଖ ସମ୍ପ୍ରଦାୟର ଯୁବକ ପୁରୀ ଆସି ଗୁରୁବାର ଏମିତି ଅସ୍ବାଭିବକ ପରିସ୍ଥିତି ସୃଷ୍ଟି କରିଛନ୍ତି । ଫଳରେ ତାଙ୍କୁ ବୁଝାସୁଝା କରିବାକୁ ସ୍ଥାନୀୟ ପ୍ରଶାସନକୁ ନାକେଦମ ହେବାକୁ ପଡିଛି ।

ସାଂକେତିକ ପୂଜା କେଲ, ଖଣ୍ଡା ବୁଲାଇଲେ

ଘଟଣା ଅନୁସାରେ ପୁରୀରେ ଶିଖ ସମ୍ପ୍ରଦାୟର ମଙ୍ଗୁ ମଠ ଭଙ୍ଗା ଯାଇଥିବା ଭିଡିଓ ଦେଖି 5 ଜଣ ଯୁବକ ପୁରୀ ଆସି ମଙ୍ଗୁ ମଠର ମଠାଧିଶଙ୍କ ପାଇଁ ଥିବା ଘର ଉପରୁକୁ ଚଢି ସାଙ୍କେତିକ ପୂଜା କରିବା ସହ ଖଣ୍ଡା ବୁଲାଇଥିଲେ । ଯଦ୍ବାରା ଶ୍ରୀକ୍ଷେତ୍ରରେ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଖବର ପାଇଁ ଘଟଣା ସ୍ଥଳରେ ପୋଲିସ ପହଞ୍ଚିବା ସହ ସେମାନଙ୍କୁ ବୁଝାସୁଝା କରିଥିଲା । କିନ୍ତୁ ବୁଝିବା ପରିସ୍ଥିତିରେ ନଥିବା ଏହି ଶିଖ ଯୁବକ ମାନେ ଆତ୍ମହତ୍ୟାର ଧମକ ଦେଇଥିଲେ । ପରେ ଘଟଣା ସ୍ଥଳରେ ଉପ-ଜିଲ୍ଲାପାଳ ପହଞ୍ଚି ସ୍ଥିତି ସଂପର୍କରେ ବୁଝାଇଥିଲେ । ଏହାସହ ମଙ୍ଗୁ ମଠର ଗାଦି ଘର ସହ ମଠ ମହନ୍ତ ଘର ଉଛେଦ ହୋଇନଥିବା କହିବାପରେ ସ୍ଥିତି ସ୍ବାଭାବିକ ହୋଇଥିଲା । ତେବେ ପୋଲିସ ଅଧିକ ପଚରା ଉଚୁରା ପାଇଁ ସମସ୍ତ ଯୁବକଙ୍କୁ ଥାନାକୁ ନେଇ ଘଟଣାର ଖୋଲତାଡ କରୁଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ମଙ୍ଗୁ ମଠ ଉଛେଦ କୁ ବିରୋଧBody:
ମଙ୍ଗୁ ମଠ ଉଚ୍ଛେଦ ପରଠାରୁ କିଛି ନା କିଛି ଘଟଣା ଘଟି ଚାଲିଛି।ଯାହାକି ଆଜି ମଧ୍ୟ ଏକ ଅସ୍ୱାଭାବିକ ପରିସ୍ଥିତି ଦେଖିବାକୁ ମିଳିଛି।ଚାରି ଜଣ ଶିଖ ସମ୍ପ୍ରଦାୟର ବ୍ୟକ୍ତି ମଙ୍ଗୁ ମଠ ମହନ୍ତ ଙ୍କ ପାଇଁ ରଖାଯାଇଥିବା ଘର ଉପରେ ଚଢ଼ି ପୂଜା ପାଠ କରିବାସହ ମଠ ଉଛେଦ କୁ ବିରୋଧ କରିଥିଲେ। ଉଦାସୀନ ସମ୍ପ୍ରଦାୟର ଏହି ମଙ୍ଗୁମଠକୁ ଶ୍ରୀଚନ ବାବା ପ୍ରତିଷ୍ଠା କରିଥିଲେ । ଯିଏ କି ଗୁରୁ ନାନକ ଙ୍କ ପୁତ୍ର। ମଙ୍ଗୁ ମଠର ରହିଛି ଅନେକ ଇତିହାସ ।ଯାହାକି ମଙ୍ଗୁ ମଠ ଉଛେଦ ର ଭିଡିଓ ପଞ୍ଜାବରେ ଭାଇରଲ ହେବା ପରେ ଏହି ଶିଖ ଯୁବକ ମାନେ ଉତକ୍ଷିପ୍ତ ହୋଇ ପୁରୀ ଆସି ଆଜି ମଠ କୁ ଯାଇ ପୂଜାର୍ଚ୍ଚନା କରି ବିକ୍ଷୋଭ ପଦର୍ଶନ କରୁଥିଲେ। ଏହି ସମୟରେ ଲୋକ ଙ୍କ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ଛାତ ଉପରୁ ତଳକୁ ଆଣିଥିଲେ। ।ସିଂହଦ୍ୱାର ଥାନା ପୋଲିସ ସେମାନଙ୍କୁ ଆଣି ପଚରାଉଚରା କରୁଛି ସେମାନେ କିପରି ଛାତ ଉପରକୁ ଚଡ଼ିଲେ ଓ ସେମାନଙ୍କ ଉଦେଶ୍ୟ କଣ ଥିଲା।ଅନ୍ୟପଟେ ଏତେ ସୁରକ୍ଷା ବ୍ୟବସ୍ଥା ଭିତରେ ସେମାନେ କିଭଳି ମଠର ଛାତ ଉପରେ ଚଡ଼ିଲେ ତାହାକୁ ନେଇ ପ୍ରଶ୍ନ ଉଠିଛି।

ବାଇଟ,, ଶିଖ ଶ୍ରଦ୍ଧାଳୁ

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.