ETV Bharat / state

ରଥଯାତ୍ରା ପୂର୍ବରୁ ସମୀକ୍ଷା, ସିଂହଦ୍ବାର ସମ୍ମୁଖ ରାସ୍ତା ସମସ୍ୟା ନେଇ ସେବାୟତ ମହଲରେ ଅସନ୍ତୋଷ

author img

By

Published : May 2, 2023, 8:57 PM IST

ରଥଯାତ୍ରାକୁ ଦୃଷ୍ଟି ରଖି ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କଲେ ପୂର୍ତ୍ତ ବିଭାଗର ସଚିବ ଓ ପୁରୀ ଜିଲ୍ଲାପାଳ । ରଥଯାତ୍ରା ପୂର୍ବରୁ ବିଭିନ୍ନ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଦେଲେ ନିର୍ଦ୍ଦେଶ । ଅଧିକ ପଢନ୍ତୁ

Etv Bharat
Etv Bharat
ରଥଯାତ୍ରା ପୂର୍ବରୁ ସମୀକ୍ଷା

ପୁରୀ: ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଖେଇ ଆସୁଥିବାରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି ପୂର୍ତ୍ତ ବିଭାଗର ସଚିବ ବୀର ବିକ୍ରମ ଯାଦବ ଓ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା । ରଥଯାତ୍ରା ପୂର୍ବରୁ ବିଭିନ୍ନ ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ଟାଟା ଓ ଓବିସିସିର ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୂର୍ତ୍ତ ବିଭାଗ ସଚିବ । ସେପଟେ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖ ରାସ୍ତା ସମସ୍ୟାକୁ ନେଇ ସେବାୟତ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।

ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖ ଓ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖ ସ୍ଥାନରେ ରାସ୍ତା ସମତୁଲ ନଥିବାରୁ ଆଗାମୀ ରଥଯାତ୍ରାରେ ରଥ କିଭଳି ଗଢ଼ିବ ସେନେଇ ସମସ୍ୟା ଉପୁଜିବ ବୋଲି ଆଶଙ୍କା କରିଛନ୍ତି ବରିଷ୍ଠ ସେବାୟତ। ରାସ୍ତା ସମତୁଲ ନଥିବାରୁ ରଥ ରଖିବା ଓ ଗଡିବାରେ ବ୍ୟାପକ ସମସ୍ୟା ହେବ ବୋଲି ପୂର୍ବତନ ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସମହାପାତ୍ର କହିଛନ୍ତି । ଏଣୁ ଆସନ୍ତା ଭଉଁରୀ ତିଥି ପୂର୍ବରୁ ଶ୍ରୀମନ୍ଦିରଠାରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ପର୍ଯ୍ୟନ୍ତ ରାସ୍ତାକୁ ତୁରନ୍ତ ସମତୁଲ କରିବା ପାଇଁ ବରିଷ୍ଠ ସେବାୟତ ଦାବି କରିଛନ୍ତି।‌ ବାରମ୍ବାର ପୁର୍ବରୁ ସେବାୟତମାନେ ଏହି ସମସ୍ୟା ନେଇ ପ୍ରଶାସନକୁ ଏବଂ ଠିକା ସଂସ୍ଥା ଟାଟା ପ୍ରୋଜେକ୍ଟକୁ ଅଭିଯୋଗ କଲେ ମଧ୍ୟ କେହି ଧ୍ୟାନ ଦେଉନଥିବା ସେବାୟତ ଅଭିଯୋଗ କରିଛନ୍ତି ।

ଏହା ବି ପଢନ୍ତୁ- Puri News: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ବ ନେଲେ ରଞ୍ଜନ କୁମାର ଦାସ

ଆଗାମୀ ରଥଯାତ୍ରାରେ ରଥକୁ ନେଇ ଯେଉଁ ସମସ୍ୟା ହେବ ପ୍ରଶାସନ ଦାୟୀ ରହିବ ବୋଲି ବରିଷ୍ଠ ସେବାୟତ କହିଛନ୍ତି । ସେପଟେ ସେବାୟତଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇବା ପରେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ତ୍ତ ବିଭାଗ ସଚିବ। ବିଭିନ୍ନ ସମସ୍ୟାର ଖୁବଶୀଘ୍ର ସମାଧାନ ନେଇ ପଦକ୍ଷେପ ନିଆଯାଉଥିବା କହିଛନ୍ତି ପୂର୍ତ୍ତ ବିଭାଗ ସଚିବ ବୀର ବିକ୍ରମ ଯାଦବ। ଏପଟେ ସ୍ନାନଯାତ୍ରା ଓ ରଥଯାତ୍ରା ପାଖେଇ ଆସୁଥିବାରୁ ନିରନ୍ତର ଭାବେ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି ପୁରୀ ଏସପି ଡଃ କନୱର ବିଶାଳ ସିଂ। ସ୍ନାନ ଯାତ୍ରାରେ ବ୍ୟାରିକେଡ ବ୍ୟବସ୍ଥାକୁ ନେଇ ପୁରୀ ଏସପି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଅଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖାଯାଇ ଏବେଠୁ ଟ୍ରାଫିକ ବ୍ୟବସ୍ଥାରେ ସ୍ଵାତନ୍ତ୍ର ପଦକ୍ଷେପ ନିଆଯାଉଥିବା ପୁରୀ ଏସପି ସୂଚନା ଦେଇଛନ୍ତି।

ସେହିପରି ସ୍ନାନଯାତ୍ରା ଓ ରଥଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖାଯାଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉଥିବା ପୁରୀ ଏସପି କହିଛନ୍ତି । ଶ୍ରୀମନ୍ଦିର ଭିତରେ ସ୍ଵତନ୍ତ୍ର ପୋଲିସ ଟିମ ରହି ଚୋରି, ଛିନତାଇ ଉପରେ କଡ଼ା ନଜର ରଖାଯାଇଛି । ଷ୍ଟ୍ରିଟ କ୍ରାଇମ୍ ଉପରେ କଡ଼ା କାର୍ଯ୍ୟନୁଷ୍ଠାନ ନିଆଯାଉଥିବା ପୁରୀ ଏସପି ସୂଚନା ଦେଇଛନ୍ତି । ଗୋଟିଏ ପଟେ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଥିବା ବେଳେ ଅନ୍ୟପଟେ ସମସ୍ତ ବିଭାଗର ଅଧିକାରୀମାନେ ରଥଯାତ୍ରା ପୂର୍ବରୁ ନିଜ ନିଜର କାର୍ଯ୍ୟ ସାରିବା ପାଇଁ ଉଦ୍ୟମ ଚଳାଇଛନ୍ତି । ଅନ୍ୟପଟେ ଆସନ୍ତା ୬ ତାରିଖରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ପାଇଁ ଦ୍ବିତୀୟ ସମନ୍ବୟ କମିଟି ବୈଠକ ଅନୁଷ୍ଠିତ ହେବ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.